LIVE TV

ଆପଣଙ୍କୁ ଆର୍ଥିକ ଲାଭର ଯୋଗ ରହିଛି, ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ

NEWS7
rashiphala

ମେଷ - ନିଷ୍ପତ୍ତି ନେବାରେ ବିଳମ୍ବ ହେବା କାରଣରୁ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡ଼ା ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିତାନ୍ତ ଜରୁରୀ। ପାରିବାରିକ ମାମଲାରେ ସାମାନ୍ୟ ମତଭେଦ ଦେଖା ଦେଇପାରେ। ଶାରୀରିକ କ୍ଳାନ୍ତି ଅନୁଭବ କରିବେ। କାହାରି ସହିତ ତର୍କ ବିତର୍କ କରନ୍ତୁ ନାହିଁ।

ବୃଷ - ଆପଣଙ୍କୁ ଆର୍ଥିକ ଲାଭର ଯୋଗ ରହିଛି। ଅଟକି ରହିଥିବା ଧନ ପ୍ରାପ୍ତ ହେବାର ସମ୍ଭାବନା ଅଛି। କର୍ମ କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ମିଳିବ। ପରିବାରରେ ଖୁସିର ବାତାବରଣ ଦେଖାଦେବ। ପ୍ରେମ ସମ୍ପର୍କ ମଜବୁତ ହେବ।

ମିଥୁନ - ଆତ୍ମବିଶ୍ୱାସରେ ବୃଦ୍ଧି ହେବ ଓ ସବୁ କାର୍ଯ୍ୟରେ ସଫଳ ହେବେ। କର୍ମ କ୍ଷେତ୍ରରେ ପଦୋନ୍ନତି ବା ନୂଆ ଦାୟିତ୍ୱ ମିଳିବାର ଯୋଗ ଅଛି। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଯାତ୍ରା ଲାଭଦାୟକ ହେବ।

କର୍କଟ - ସମସ୍ତ ଚିନ୍ତା ଦୂର ହେବ ଓ ମନ ଶାନ୍ତ ରହିବ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଚାନକ ଧନ ଲାଭର ଯୋଗ ରହିଛି।

ସିଂହ -  ଆସନ୍ତାକାଲି ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ। ନିବେଶ ମାମଲାରେ ସାବଧାନ ରହିବାକୁ ପଡ଼ିବ। ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ରହିପାରେ। କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାହାରିକୁ ଧାର ଦିଅନ୍ତୁ ନାହିଁ।

କନ୍ୟା - କର୍ମ କ୍ଷେତ୍ରରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ବିରତ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

ତୁଳା - ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଧାର୍ମିକ କାର୍ଯ୍ୟ ଓ ପୂଜାପାଠରେ ମନ ଲାଗିବ। ଉଚ୍ଚ ଶିକ୍ଷା ପାଇଁ ଭଲ ସମୟ ଅଟେ। ବ୍ୟବସାୟରେ ଉନ୍ନତି ହେବ। ଦୂର ଯାତ୍ରା ଲାଭଦାୟକ ହେବ।

ବିଛା - ଅଚାନକ ଧନ ଲାଭର ଯୋଗ ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ଅଛି। କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଗୁପ୍ତ ବିଷୟରେ ସଫଳତା ପାଇବେ।

ଧନୁ - ଜୀବନସାଥୀଙ୍କ ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଦେଖାଦେଇପାରେ। ଅଂଶୀଦାରୀ ବ୍ୟବସାୟରେ ସାବଧାନ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ସାମୂହିକ କାର୍ଯ୍ୟରେ ଅସୁବିଧା ହୋଇପାରେ। କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ଶାନ୍ତି ଓ ଧୈର୍ଯ୍ୟ ବଜାୟ ରଖନ୍ତୁ।

ମକର - ଶତ୍ରୁମାନେ ପରାଜିତ ହେବେ ଓ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ରୋଗ ଓ ଋଣରୁ ମୁକ୍ତି ମିଳିବାର ସମ୍ଭାବନା ଅଛି। କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ସମସ୍ତ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ଶାରୀରିକ ସୁସ୍ଥତା ଭଲ ରହିବ।

କୁମ୍ଭ - ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଖୁସି ଅନୁଭବ କରିବେ। ଆର୍ଥିକ ସ୍ଥିତି ମଜବୁତ ହେବ। ସନ୍ତାନଙ୍କ ଦିଗରୁ ଖୁସି ଖବର ମିଳିବ। ନିବେଶ ମାମଲାରେ ବଡ଼ ଲାଭ ହୋଇପାରେ।

ମୀନ - ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଅଯଥା ଚିନ୍ତା ମନକୁ ଆସିପାରେ, ତେଣୁ ଧ୍ୟାନ କରନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଅଜଣା ଲୋକଙ୍କ ସହିତ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ। ନିବେଶ ମାମଲାରେ କ୍ଷତି ହେବାର ଯୋଗ ଅଛି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682