ଲାଲୁ-ତେଜସ୍ୱୀଙ୍କ ଉପରେ ମୈଥିଳୀ ଠାକୁରଙ୍କ କଡ଼ା ପ୍ରହାର, ବିଧାନସଭାରେ ଧୃତରାଷ୍ଟ୍ର ଓ ଦୁର୍ଯୋଧନଙ୍କ ସହ କଲେ ତୁଳନା

NEWS7
know-your-horoscope-for-wednesday-12th-february-2025

ପାଟନା ୨୦।୨: ବିହାର ବିଧାନସଭାରେ ଶିକ୍ଷା ବଜେଟ ଆଲୋଚନାରେ ବିଜେପି ବିଧାୟିକା ମୈଥିଳୀ ଠାକୁର ଏପରି ଭାଷଣ ଦେଇଛନ୍ତି ଯାହା ପୁରା ସଦନକୁ ଉଷ୍ମ କରିଦେଇଛି। ମୈଥିଳୀ ରାଜ୍ୟର ପୁରୁଣା ପରିସ୍ଥିତିକୁ ମନେ ପକାଇ କହିଛନ୍ତି ଯେ ଏପରି ଦିନ ଥିଲା ଯେତେବେଳେ ମହିଳା ଘରୁ ପଦାକୁ ଗୋଡ କାଢିବାକୁ ବି ଭୟ କରୁଥିଲେ। ଆଜି ସେହି ମହିଳାମାନେ ଦରଭଙ୍ଗାରୁ ପାଟନା ପର୍ଯ୍ୟନ୍ତ ଆତ୍ମବିଶ୍ୱାସର ସହ ଯାତ୍ରା କରୁଥିବାର ଦେଖାଯାଉଛନ୍ତି। ତାଙ୍କର ଏହି ବୟାନ ଗୃହରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।

ମୈଥିଳୀ ଠାକୁର ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ସମୟରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉଜୁଡି ଯାଇଥିଲା। ସରକାରୀ ବିଦ୍ୟାଳୟଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନିୟ ହୋଇ ପଡିଥିବା ବେଳେ କେତେକ ସ୍କୁଲରେ ତାଲା ଲାଗିଯାଇଥିଲା । ସେତେବେଳେ ବଜେଟର ପ୍ରଭାବ ମନ୍ତ୍ରାଳୟ ଉପରେ ଥିବା ପରି ଲାଗୁ ନଥିଲା। ଗରିବ ପରିବାରର ପିଲାଙ୍କ ପାଠ ପଢା ସ୍ୱପ୍ନ ହୋଇଯାଇଥିଲା। ସେ ସମୟର ସତ୍ୟତା ସମ୍ପର୍କରେ ବିରୋଧୀ ଅଜଣା ନୁହଁନ୍ତି। କାରଣ ସେମାନେ ନିଜେ ଏହି ବ୍ୟବସ୍ଥାର ଅଂଶବିଶେଷ ଥିଲେ।

ନିଜ ଭାଷଣରେ ମୈଥିଳୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ତୁଳନା ଧୃତରାଷ୍ଟ୍ରଙ୍କ ସହ କରିଛନ୍ତି। ମୈଥିଳୀ କହିଛନ୍ତି ସେ ସମୟର ଶାସକଙ୍କୁ ବିହାର ରୂପକ ହସ୍ତିନାପୁରର ଆଦୌ ଚିନ୍ତା ନଥିଲା, କାରଣ ସେତେବେଳେ ଧୃତରାଷ୍ଟ୍ରଙ୍କର କେବଳ ଦୁର୍ଯୋଧନଙ୍କର ଚିନ୍ତା ଥିଲା। ଏହି ସନ୍ଦର୍ଭରେ ସେ ତେଜସ୍ୱୀ ଯାଦବଙ୍କୁ ଦୁର୍ଯୋଧନ କହିବାକୁ ପଛେଇ ନଥିଲେ। ମୈଥିଳୀଙ୍କ ଏହି ଟିପ୍ପଣୀ ପରେ ଗୃହରେ ଆରଜେଡି ବିଧାୟକମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ଫଳରେ ଗୃହରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା।

ଏହି ଭାଷଣରେ ମୈଥିଳୀ ଠାକୁର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଯୁଦ୍ଧିଷ୍ଠିରଙ୍କ ସହ ତୁଳନା କରିଛନ୍ତି। ମୈଥିଳୀ ଖାସ କରି ସାଇକେଲ ଯୋଜନାର ଉଲ୍ଲେଖ କରି କହିଛନ୍ତି ଯେ ଏକଦା ଏହି ଯୋଜନାକୁ ଲୋକେ ହସରେ ଉଡାଉଥିଲେ। ହେଲେ ଏହି ଯୋଜନା ରାଜ୍ୟର ହଜାର ହଜାର ବାଳିକାଙ୍କୁ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇଛି। ସାଇକେଲର ଚକ ନା କେବଳ ଘରୁ ସ୍କୁଲ ପର୍ଯ୍ୟନ୍ତ ଦୂରତା ମାପିଥିଲା ବରଂ ଝିଅମାନଙ୍କ ସ୍ୱପ୍ନରେ ଡେଣା ଲଗାଇଥିଲା। ସେ କହିଛନ୍ତି ଯେ ଆଜି ଶିକ୍ଷା ଓ ମହିଳା ସୁରକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଦେଖାଯାଉଛି ତାହା ଏହି ବିଚାରର ପରିଣାମ।

ଏହା ବି ପଢନ୍ତୁ :-ଏବେ ଘରୋଇ କ୍ଷେତ୍ରର ମହିଳା କର୍ମଚାରୀ ମଧ୍ୟ ଉପଯୋଗ କରିପାରିବେ She-Box, ଅନଲାଇନରେ କରିପାରିବେ ଅଭିଯୋଗ