ୟୁଟ୍ୟୁବର ରାହୁଲଙ୍କ ହତ୍ୟା ପଛରେ ଆଉ ଏକ ଅଦୃଶ୍ୟ ହାତ, କିଏ ସେ ମାଷ୍ଟରମାଇଣ୍ଡ୍ ?

NEWS7
know-your-horoscope-for-thursday-23rd-january-2025-

ଭୁବନେଶ୍ୱର : ମର୍ଡର ମିଷ୍ଟ୍ରି ଆହୁରି କମ୍ପ୍ଲିକେଟେଡ୍... ୟୁଟ୍ୟୁବର ରାହୁଲଙ୍କ ହତ୍ୟା ପଛରେ ଆଉ ଏକ ଅଦୃଶ୍ୟ ହାତ। ହତ୍ୟାକାରୀଙ୍କ ପୃଷ୍ଠଭୂମୀରେ ରହିଛି ମାଷ୍ଟର ମାଇଣ୍ଡ। ଏମିତି ସାଙ୍ଘାତିକ ଅଭିଯୋଗ କରିଛନ୍ତି ରାହୁଲଙ୍କ ପତ୍ନୀ ତ୍ରିଷ୍ଣା। ଏପଟେ ସାଙ୍ଗ ଶିବା କହିଛନ୍ତି କାଳ ରାତିର କାହାଣୀ... ଆସିଛି ୟୁଟ୍ୟୁବର ରାହୁଲ ମର୍ଡର କେସରେ ଟୁଇଷ୍ଟ।

ହଠାତ ଗଣ୍ଡଗୋଳ ଏବଂ ଉତ୍ତେଜନାରୁ ରାହୁଲଙ୍କୁ ହତ୍ୟା କରାଯାଇଛି। ପୋଲିସ୍ ଏହି ଘଟଣାରେ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଡିସିପି ସାମ୍ବାଦିକ ସମ୍ମିଳନୀରେ ଏନେଇ ତଥ୍ୟ ରଖିଛନ୍ତି । କିନ୍ତୁ ଏପଟେ ସମୟ ଗଡ଼ିବା ସହ ଅଭିଯୋଗ ବଢ଼ୁଛି, ନୂଆ ତଥ୍ୟ , ସଙ୍ଘାତିକ ସନ୍ଦେହ, ଆଉଜଣେ ମାଷ୍ଟରମାଇଣ୍ଡକୁ ମାମଲାକୁ ଟାଣିଛି। ଯଦିଓ ଏହା ସ୍ପଷ୍ଟ ହୋଇନି। କିନ୍ତୁ ଏନେଇ ଡିସିପିଙ୍କ ପାଖରେ ଫେରାଦ ହେବେ ଓ ଅଭିଯୋଗ ରଖିବେ ବୋଲି ରାହୁଲଙ୍କ ପତ୍ନୀ ତ୍ରିଷ୍ଣା କହିବା ପରେ ଜଟିଳ ହୋଇଛି ମର୍ଡର କେସ୍।

ଏପଟେ ସାମ୍ନାକୁ ଆସିଛି ରାହୁଲଙ୍କ ଘନିଷ୍ଠ ବନ୍ଧୁ ଶିବା। ସେ କହିଛନ୍ତି ସେହି କାଳ ରାତିର ସତ। ଶିବା କହିଛନ୍ତି, ସେଦିନ ଝଗଡ଼ାରେ ତାଙ୍କୁ ବି ନିର୍ଘାତ ପିଟିଥିଲେ । ଏପିରିକି ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ବହୋସ ହୋଇଯାଇ ଥିଲେ। ଚେତା ଆସିବା ବେଳକୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସୋମବାର ରାତିରେ ପୋଲିସ ତାଙ୍କର ରେକର୍ଡ କରିଛି ବୟାନ । ସେ ରାହୁଲଙ୍କୁ ମାରିବାରେ ତାଙ୍କର କୌଣସି ହାତ ନାହିଁ । ଦାଦା ପୁତୁରା ହିଁ ରାହୁଲଙ୍କୁ ମାରିଥିବା ସେ କହିଛନ୍ତି। ଆଉ ଜଣେ ସାଙ୍ଗ ସଚ୍ଚିନ୍ ବି ସେମିତି କିଛି କହିଛନ୍ତି।

ଏଭଳି ନାନା ପ୍ରଶ୍ନର କୁହେଳିକା ଭିତରେ ଘାଣ୍ଟି ଚକଟି ହେଉଛନ୍ତି, ରାହୁଲଙ୍କ ପତ୍ନୀ ତ୍ରିଷ୍ନା ଓ ପୂରା ପରିବାର । ସୋସିଆଲ୍ ମିଡ଼ିଆରେ ବେଶ୍ ଲୋକପ୍ରିୟ ଥିଲେ ରାହୁଲ। ତାଙ୍କ ମୃତ୍ୟୁ ପରେ ବି ସୋସିଆଲ ମିଡିଆରେ ତାଙ୍କର ମର୍ଡର ଫଲୋଅପ୍ ଖବର ଟ୍ରେଣ୍ଡ୍ କରୁଛି। ଏପଟେ ହତ୍ୟାକାଣ୍ଡର ୪ଦିନ ପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତ୍ରିଷ୍ନା। କହିଛନ୍ତି, ପୂର୍ବରୁ ଏକ ପାର୍କିଂ ବିବାଦ ଥିଲା। ସେହି ବିବାଦରୁ ରାହୁଲଙ୍କୁ ହତ୍ୟା ହୋଇଥାଇପାରେ ବୋଲି ତାଙ୍କର ସନ୍ଦେହ । ଏହା ପଛରେ ଆଉ କିଛି ବ୍ୟକ୍ତି ଥାଇପାରନ୍ତି । ତେଣୁ ସବୁ ଦିଗରୁ ତଦନ୍ତ କରି ସତ ସାମ୍ନାକୁ ଆଣିବା ପାଇଁ ଦାବି କରିଛନ୍ତି ତ୍ରିଷ୍ନା।

ୟୁଟ୍ୟୁବର୍ ରାହୁଲ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ୩ ଅଭିଯୁକ୍ତ ସଂଗ୍ରାମ କେଶରୀ ବେହେରା, ସମରେନ୍ଦ୍ର ବେହେରା ଓରଫ ମୁନା ଓ ସଂଗ୍ରାମ ବେହେରା ଓରଫ କୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । କିନ୍ତୁ ରାହୁଲଙ୍କ ପରିବାର ଅଭିଯୋଗ ଆଣିଛନ୍ତି ଯେଉଁମାନେ ଗିରଫ ହୋଇଛନ୍ତି, ସେମାନଙ୍କ ଅନ୍ୟ କାହା କଥାରେ ପରିଚାଳିତ ହୋଇ ହତ୍ୟାକାଣ୍ଡ ଭିଆଇଛନ୍ତି। ଶିବା ସହ ଅପରପକ୍ଷର ଝଗଡା ହୋଇଥିବା ବେଳେ କାହିଁକି ଟାର୍ଗେଟରେ ରହିଲେ ରାହୁଲ। ଏଭଳି ଅନେକ ପ୍ରଶ୍ନ ଭିତରେ... ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରାଯାଇଛି। ସେପଟେ ଶିବାର ବୟାନ ରେକର୍ଡ ପରେ , ମର୍ଡର କେସର ତଦନ୍ତକୁ ରାହୁଲଙ୍କ ପରିବାର ପକ୍ଷରୁ ଅଯଥା ବିଭ୍ରାନ୍ତ କରାଯାଉଥିବା କମିଶନରେଟ ପୋଲିସ ପକ୍ଷରୁ କୁହା ଯାଉଛି।