ମଞ୍ଚ ଉପରେ ମୁସଲିମ ମହିଳା ଡାକ୍ତରଙ୍କ ହିଜାବ ଟାଣିଦେଲେ ସିଏମ ନୀତୀଶ କୁମାର, ଭିଡିଓ ଭାଇରାଲ୍‌

NEWS7
know-your-horoscope-for-saturday-9th-november-2024

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ନୀତୀଶ କୁମାର ଏକ ସାର୍ବଜନୀନ ମଞ୍ଚରେ ଜଣେ ମୁସଲିମ ମହିଳାଙ୍କ ମୁହଁରୁ ହିଜାବ ଟାଣି ନେଉଥିବାର ଦେଖାଯାଉଛି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ଅନେକ ଏହାକୁ ବିରୋଧ କରିଛନ୍ତି। ଆରଜେଡି ମଧ୍ୟ ଭିଡିଓଟି ପୋଷ୍ଟ କରି ପ୍ରଶ୍ନ ଉଠାଇଛି ।

ଆରଜେଡି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିଡିଓଟି ପୋଷ୍ଟ କରି ଲେଖିଛି, ‘ନୀତୀଶ ଜୀଙ୍କୁ କ'ଣ ହୋଇଛି ? ତାଙ୍କର ମାନସିକ ଅବସ୍ଥା କ'ଣ ଖରାପ ହୋଇଛି ନା ନୀତୀଶ ବାବୁ ଏବେ ୧୦୦% ସଂଘୀ ହୋଇଯାଇଛନ୍ତି ?’ ଭାଇରାଲ୍ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ମୁସଲିମ ମହିଳାଙ୍କୁ ନିଯୁକ୍ତି ପତ୍ର ଦେବା ସମୟରେ ତାଙ୍କ ମୁହଁରୁ ହିଜାବ ଟାଣି ନେଉଛନ୍ତି । ମଞ୍ଚରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ।

ନୀତୀଶ କୁମାର ମହିଳା ଡାକ୍ତରଙ୍କ ହିଜାବ ଟାଣି ସାରିଥିଲେ। ଏହି ଭିଡିଓଟି ଆଜିର । ସୋମବାର ବିହାରର ରାଜଧାନୀ ପାଟନା ଏହି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୨୮୩ ଜଣ ଆୟୁଷ ଡାକ୍ତରଙ୍କୁ (ଆୟୁର୍ବେଦିକ, ହୋମିଓପାଥିକ୍ ଏବଂ ୟୁନାନି) ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା, ବିହାର ସରକାରଙ୍କ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଉପସ୍ଥିତ ଥିଲେ।

ଏହି ସମୟରେ, ନବନିଯୁକ୍ତ ଆୟୁଷ ଡାକ୍ତରମାନଙ୍କୁ ଗୋଟିଏ ପରେ ଗୋଟିଏ ନିଯୁକ୍ତି ପତ୍ର ବଣ୍ଟନ କରାଯାଉଥିଲା । ଏହି ସମୟରେ ମହିଳା ଡାକ୍ତର ନୁସରତ ପ୍ରବୀଣଙ୍କ ପାଳି ଆସିଥିଲା। ନୁସରତ ପ୍ରବୀଣ ତାଙ୍କ ମୁହଁକୁ ଏକ ହିଜାବରେ ଘୋଡ଼ାଇଥିଲେ । ମହିଳା ଡାକ୍ତର ପହଞ୍ଚିବା ପରେ, ନୀତୀଶ କୁମାର ପ୍ରଥମେ ତାଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ। ତା'ପରେ, ନୀତିଶ କୁମାର ମହିଳା ଡାକ୍ତରଙ୍କୁ ପଚାରିଥିଲେ ଯେ, ଓ ଜୀ ୟେ କ୍ୟା ହୈ । ଏହାସହ ମହିଳା ଡାକ୍ତରଙ୍କ ମୁହଁରୁ ହିଜାବ କାଢ଼ି ଦେଇଥିଲେ ନୀତୀଶ କୁମାର।