ଦିନଟି ଭଲ ଫଳ ପ୍ରଦାନ କରିବ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହେବ ନୂତନ ବ୍ୟବସାୟ ଆରମ୍ଭ

Published By : Prameya-News7 Bureau | April 26, 2024 IST

ମେଷ- ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ବୃଷ- ବନ୍ଧୁ ସୁଖ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀମାନେ କରିବେ ।

ମିଥୁନ- ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ । ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

କର୍କଟ- ଚଲାପଥରେ ବାଧା ସୃଷ୍ଟି ହେବ । ଆର୍ଥିକ ଦୂରାବସ୍ଥା ଦେଖାଦେବ । ଅର୍ଥ ବିଷୟରେ ଚିନ୍ତା କରିବେ । ବନ୍ଧୁଙ୍କ ସହ କିଛି ବିଶେଷ ଆଲୋଚନାରେ ଦିନ କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।

ସିଂହ- କର୍ଯ୍ୟହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ । କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା- ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ ।  ଲାଗି ରହିଥିବା ମାଲି ମକୋଦ୍ଦାମାର ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ତୁଳା- ଅର୍ଥ ବ୍ୟୟ ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ ।  ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । 

ବିଛା- ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ  । ପରିବାର ସହଯୋଗ ମିଳିବ ।

ଧନୁ- ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ । ଆଳସ୍ୟତା ଗ୍ରାସ କରିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

ମକର- ଏକାଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ । ସର୍ବକାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରିର ସୁଯୋଗ ରହିଛି। 

କୁମ୍ଭ- ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ । ଗୃହକୁ ବନ୍ଧୁଙ୍କ ଗମନ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ମୀନ- ପରିବାରରେ ବାଦ ବିବାଦ ଲାଗି ରହିବ । ମାନହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.