ମେ' ୦୬ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 06, 2024 IST

ମେଷ-  ସର୍ବ କାର୍ଯ୍ୟ ସଫଳ ହେବ । ବିଦ୍ୟାର୍ଥୀ ମାନେ ମନୋରଞ୍ଜନରେ ସମୟ  ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ, କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।

ବୃଷ- ଅଧିକ ଆୟର ଯୋଗ ରହିଛି । ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

ମିଥୁନ- ଭାଗବତ ସେବାରେ ମନୋନିବେଶ କରିବେ । ମନରେ ବିଶାଦ ସୃଷ୍ଟି ହୋଇପାରେ । ଚିନ୍ତାକୁ  ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କର୍କଟ- ସୁଖ ହାନି ଘଟିବ । ଅଙ୍ଗରେ ସମସ୍ୟା ଦେଖା ଦେବ । ଆବଶ୍ୟକତା ଠାରୁ  ବ୍ୟୟ ଅଧିକ ହେବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ ।

ସିଂହ- ପରିଶ୍ରମ ସାମାନ୍ୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଆଳସ୍ୟ ଅନୁଭବ କରିବେ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।  

କନ୍ୟା- ମନରେ ଆତ୍ମ ଗର୍ବ ଭରି ରହିବ । ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି  କଟିବ ।

ତୁଳା- ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ସମସ୍ୟା ଲାଗି ରହିବ । କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅ ନାହିଁ ।

ବିଛା- ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ । ମାନହାନି ହେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ଅନାଟନ ଦେଖାଦେଇପାରେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ- ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମକ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମକର- ଅଟକି ରହିଥିବା କାର୍ଯ୍ୟର ପରି ସମାପ୍ତି ହେବ । ପରିଶ୍ରମର ଫଳ ପ୍ରାପ୍ତି ହେବ । ଉଚ୍ଚ  ସମ୍ମାନ ଲାଭ କରିବେ ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

କୁମ୍ଭ- କାର୍ଯ୍ୟରେ ହାନି ଘଟିବ । ଆର୍ଥିକ ଅନାଟନ ଦେଖାଦେବ । ଆତ୍ମ ନିୟନ୍ତ୍ରଣରେ ରୁହନ୍ତୁ।  ପାରିବାରିକ ଜୀବନ ମଧ୍ୟମ ରହିବ।  ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ପରିଶ୍ରମ ଅଧିକ ହେବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।

ମୀନ- ମୀନ ରାଶିକୁ ଶ୍ରୀ ଚନ୍ଦ୍ର ରହି ଥିବାରୁ ଆୟ ଉତ୍ତମ ରହିବ । ମନରେ ଅନେକ ଉଚ୍ଚ ଚିନ୍ତାଧାରା ରହିବ । କୌଣସି ସୂତ୍ରରୁ ଆର୍ଥିକ ସହାୟତା ମିଳିପାରେ । ଚାକିରିରେ ପରିବର୍ତ୍ତନ ହୋଇପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର , ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.