ମେ' ୨୪ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 24, 2025 IST

ମେଷ - ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ବୃଷ - ବନ୍ଧୁ ସୁଖ ପ୍ରାପ୍ତ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠ ରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କ ରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ ।

ମିଥୁନ - ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। ଆଜି ଦିନଟିରେ ଅଧିକ ଧନ ଉପାର୍ଜନ ର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମ ର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ ।

କର୍କଟ - ଚଲାପଥରେ ବାଧା ସୃଷ୍ଟି ହେବ । ଆର୍ଥିକ ଦୂରାବସ୍ଥା ଦେଖା ଦେବ ।ଅର୍ଥ ବିଷୟରେ ଚିନ୍ତା କରିବେ। ବନ୍ଧୁ ଙ୍କ ସହ କିଛଦିନ ବିଶେଷ ଆଲୋଚନା ରେ ଦିନରେ କଟିବ ।ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।

ସିଂହ - କର୍ଯ୍ୟହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ୍ ଭଲ ରହିବ ।ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ ।କୌଣସି ସ୍ଥାନ ରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ପାରେ।

କନ୍ୟା - ଭ୍ରମଣ ର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନ ରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । ଲାଗି ରହିଥିବା ମାଲି ମକୋଦ୍ଦାମା ର ଆଜି ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀ ରେ ସ୍ଥାନ ପରିବର୍ତ୍ତନ ର ଯୋଗ ରହିଛି ।

ତୁଳା - ଅର୍ଥ ବ୍ୟୟ ହେବ ।ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମନ ସିକ ଚିନ୍ତା ରେ ରହିବେ । କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ।ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କ ରେ ଦୃଢ଼ତା ଆସିବ । 

ବିଛା - ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହଯୋଗ ମିଳିବ ।

ଧନୁ - ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ ।ଅଳସ୍ୟତା ଗ୍ରାସ କରିବ।ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାର ରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅନାବଶ୍ୟକ କଳହ ରୁ ଦୂରେଇ ରୁହନ୍ତୁ ।

ମକର - ଏକଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟ ର ଯୋଗ ରହିବ । ଗୃହ ରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ ।ରାଜନୀତି ରେ ପଦୋନ୍ନତି ର ଯୋଗ ରହିଛି । ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। 

କୁମ୍ଭ - ଗୃହ ରେ ମାଙ୍ଗଳିକ କାର୍ଯ୍ୟ ହେବ । ବନ୍ଧୁ ଙ୍କ ଗମନ ଗୃହ କୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନ ର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ର ରେ ସହଯୋଗ ଓ ଶିକ୍ଷା କ୍ଷେତ୍ର ରେ ସଫଳତା ର ଯୋଗ ରହିଛି ।

ମୀନ - ପରିବାର ରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ରେ ଦୁଃଖ ଆସିବ । ସନ୍ତାନ ଙ୍କୁ ନେଇ ଚିନ୍ତା ରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗ ରେ ଆଘାତ ଲାଗି ପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ - 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.