IMF data on global GDP: ଆମେରିକାକୁ ଟପିଲା ଭାରତ: ମସ୍କ କହିଲେ, ବଦଳୁଛିପାୱାର ବାଲାନ୍ସ

NEWS7
know-your-daily-horoscope-friday-14-march--2025-

ନୂଆଦିଲ୍ଲୀ: IMF data on global GDP:​​​​​​​ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି୨୦୨୬ରେ ଭାରତର ଭୂମିକା ଆମେରିକା ଠାରୁ ଉପରେ ରହିଛି। ଅନ୍ତର୍ଜାତୀୟ ମୁଦ୍ରା କୋଷ ଏହି ଡାଟା ଶେୟାର କରିବା ପରେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବିଶ୍ୱର ନମ୍ବର ୱାନ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ ମସ୍କ। ତାଙ୍କ ମେସେଜ୍ରେ ଏମିତି କିଛି ଲେଖା ହେଇଛି, ତାହା ପଢ଼ିଲା ପରେ ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କର ନିଦ ଉଡ଼ିଯାଇପାରେ।ଆଇଏମଏଫ୍ ଜାନୁଆରୀ ମାସରେ ଆକଳନ କରି ବିଶ୍ୱ ବାସ୍ତବ ଜିଡିପି ଅଭିବୃଦ୍ଧିରେ ଯୋଗଦାନ ଦେଉଥିବା ଶ୍ରୀର୍ଷ ୧୦ ଦେଶର ତାଲିକା ଜାରି କରିଥିଲା। ଏହି ତାଲିକାରେ ଭାରତ ଆମେରିକା ଠାରୁ ଆଗରେ ଓ ଚୀନ ଠାରୁ ପଛରେ ରହିଛି।ଆଇଏମଏଫ୍ ଜାରି କରିଥିବାଚାର୍ଟରେ ଚୀନ୍ ଏବଂ ଭାରତ ମିଳିତ ଭାବରେ ଚଳିତ ବର୍ଷ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ୪୩.୬ ପ୍ରତିଶତ ଅବଦାନ ଦେବେ ବୋଲି ଆକଳନ କରାଯାଇଛିଯେଉଁଥିରେ କେବଳ ଭାରତ ୧୭ ପ୍ରତିଶତ ଅବଦାନ ରଖିବ। ଅନ୍ୟପଟେଯୁକ୍ତରାଷ୍ଟ୍ର ଆମେରିକା ମାତ୍ର ୯.୯ ପ୍ରତିଶତ ଅବଦାନ ରଖିବ ବୋଲି ଆଶା ଆଇଏମ୍ଏଫ୍ ଆକଳନ କରିଛି।

ଏଲନ ମସ୍କଆଇଏମଏଫ୍ର ଏହି ଚାର୍ଟ ଶେୟାର କରି ଲେଖିଛନ୍ତିଶକ୍ତି ସନ୍ତୁଳନ ବଦଳୁଛି।ଅର୍ଥାତ୍ ସେ ବୋଧେ ଏୟା କହିବାକୁ ଚାହୁଁଛନ୍ତି ଯେ ପାୱାର ଏବେ ଧୀରେ ଧୀରେ ଆମେରିକା ହାତରୁ ଯାଇ ଚୀନ ଓ ଭାରତ ଆଡ଼କୁ ଆସୁଛି। ବିଶେଷ କରି ଭାରତ ଜିଡିପି ଅଭିବୃଦ୍ଧି ଆକଳନରେ ଆମେରିକା ଉପରେ ରହିବା ହୁଏତ ମସ୍କ ଓ ଟ୍ରମ୍ପ ସରକାରଙ୍କୁ ହଜମ ହୋଇ ନପାରେ।

ବାଣିଜ୍ୟ ଉତ୍ତେଜନା ଏବଂ ମୁଦ୍ରାସ୍ଫୀତି ଧାରା ନିୟନ୍ତ୍ରଣ ମଧ୍ୟରେ ବିଶ୍ୱ ଅର୍ଥନୀତିରେ ବଡ ପରିବର୍ତ୍ତନ ହୋଇଛି। ଏବେ କ୍ଷମତା ପଶ୍ଚିମରୁ ହଟି ପୂର୍ବ ଦିଗକୁ ପରିବର୍ତ୍ତନକୁ ହେଉଛି। ଯାହାକୁ ଟାର୍ଗେଟ୍ କରି ମସ୍କ କହିଛନ୍ତି 'ଶକ୍ତି ସନ୍ତୁଳନ ପରିବର୍ତ୍ତନ ହେଉଛି'।

ଭାରତ ଉପରେ ରହିଛି ମସ୍କଙ୍କ କଡ଼ା ନଜର

ବଡ଼ କଥା ହେଲା ଟେସଲା ମୁଖ୍ୟ ଏଲନ ମସ୍କ ହଠାତ୍ ଏମିତି ମନ୍ତବ୍ୟ ଦେଇ ନାହାନ୍ତି। ବରଂ ସେ ଭାରତର ଗତିପଥକୁ ଖୁବ୍ ନିକଟରୁ ଅନୁସରଣ କରୁଛନ୍ତି - ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇଥର ଭେଟିଛନ୍ତି। କାରଖାନା ସ୍ଥାନଗୁଡ଼ିକୁ ଖୋଜୁଛନ୍ତି। ଭାରତର ବିଶାଳ ମାର୍କେଟ୍ରେ ନିଜ ପ୍ରଡକ୍ଟ ପାଇଁ ସ୍ଥାନ ଖୋଜିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଏସବୁ କଥା ବାଦ୍ ଦେଲେ ମସ୍କ ତାଙ୍କ ପୋଷ୍ଟରେ ଭାରତ ଓ ଚୀନ ବର୍ଦ୍ଧିତ ପ୍ରଭାବକୁ ଦର୍ଶାଇଛନ୍ତି।

ମସ୍କଙ୍କର ନିଜ କମ୍ପାନୀଗୁଡ଼ିକ ପାରମ୍ପରିକ ପାଶ୍ଚାତ୍ୟ ବଜାରରେ ମନ୍ଥର ବିକ୍ରିର ସାମ୍ନା କରୁଥିବା ବେଳେ କିପରି ଭାରତ ଏବଂ ଚୀନ୍ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ପ୍ରେରଣାଦାୟକ ଶକ୍ତି ଭାବରେ ଉଭା ହେଉଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ମସ୍କ। ଟେସଲାର ଚୀନ୍ ଗତି ଥଣ୍ଡା ପଡ଼ିଛି। ୟୁରୋପ ନିୟାମକ ଜଟିଳତାରେ ଫସି ରହିଛି। ଭାରତକୁ ନେଇ ଆଇଏମଏଫ୍ର ସଂଶୋଧିତ ଆକଳନ ୬.୩% ଅଭିବୃଦ୍ଧି ମସ୍କଙ୍କ କମ୍ପାନୀ ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ପ୍ରଦାନ କରୁଛି।

ଆଇଏମଏଫ୍ ବିଶ୍ୱ ଅଭିବୃଦ୍ଧି ୨୦୨୬ରେ ୩.୩ ପ୍ରତିଶତ ଏବଂ ୨୦୨୭ ରେ ୩.୨ ପ୍ରତିଶତ ହେବ ବୋଲି ଆକଳନ କରିଛି। ଯାହା ଅକ୍ଟୋବର ୨୦୨୫ର ଆକଳନ ଠାରୁ ସାମାନ୍ୟ ଅଧିକ। ଦୃଢ଼ ପ୍ରଯୁକ୍ତିବିଦ୍ୟାରେ ନିବେଶ, ଫିସକାଲ ଓ ମନିଟାରି ସପୋର୍ଟ, ଅନୁକୂଳ ଆର୍ଥିକ ଅବସ୍ଥା ଏବଂ ଘରୋଇ କ୍ଷେତ୍ରର ସ୍ଥିରତା ପାଇଁ ଏଥର ଆକଳନ ସାମାନ୍ୟ ଉନ୍ନତ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଏସବୁ କାରଣ ଦ୍ୱାରା ବ୍ୟବସାୟ ନୀତି ପରିବର୍ତ୍ତନର ମୁକାବିଲା ହୋଇପାରିବ ବୋଲି ଆଇଏମଏଫ୍ କହିଛି।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଚୀନ୍ରେ ମୁଦ୍ରାସ୍ଫୀତି ନିମ୍ନ ସ୍ତରରୁ ଧୀରେ ଧୀରେ ବୃଦ୍ଧି ପାଇବାର ଆଶା କରାଯାଉଛି, କିନ୍ତୁ ଭାରତରେ ମୁଦ୍ରାସ୍ଫୀତି ୨୦୨୫ ମସିହାରେ ହ୍ରାସ ପାଇଥିବା ଖାଦ୍ୟ ମୂଲ୍ୟ ଯୋଗୁ ତୀବ୍ର ହ୍ରାସ ପରେ ଟାର୍ଗେଟକୁ ଫେରିବାର ସମ୍ଭାବନା ରହିଛି।