କେମିତି ଜିତିବ ଟି-20 ବିଶ୍ୱକପ୍ ? ଫର୍ମରେ ନାହାଁନ୍ତି ସୂର୍ଯ୍ୟ-ଅଭିଷେକ, ଫିଲ୍ଡିଂ ଓ ବୋଲିଂ ଦୁର୍ବଳ

NEWS7
know-your-daily-horoscope-for-monday-24-march-2025

ନୂଆଦିଲ୍ଲୀ, ୦୩ /୦୩: ଟି୨୦ ବିଶ୍ୱକପର ସେମି ପାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଦଳ ନକ୍ ଆଉଟ୍ ମୁକାବିଲାରେ ଓ୍ୱେଷ୍ଟ୍ ଇଣ୍ଡିଜକୁ ହରାଇ ସେମି ଖେଳିବାକୁ ଯାଉଛି । ଗୁରୁବାର ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଦଳ ପାଇଁ ସହଜ ନୁହେଁ ବିଜୟ । ଅନେକ ଦୁର୍ବଳତାର ସାମ୍ନା କରୁଛି ସୂର୍ଯ୍ୟ ସେନା । ଯାହା ବିପକ୍ଷ ଦଳଙ୍କୁ ଦେଇପାରେ ଫାଇଦା ଏବଂ ଭାଙ୍ଗିପାରେ ଭାରତର ବିଶ୍ୱକପ୍ ଜିତିବା ସ୍ୱପ୍ନ ।

ପାଓ୍ୱାର ପ୍ଲେରେ ଓ୍ୱିକେଟ୍

ଭାରତର ଓପନିଂ ଯୋଡି ଲଗତାର ଭାବେ ବିଫଳ ହେଉଛନ୍ତି । ଗୋଟିଏ ଦୁଇଟି ମ୍ୟାଚ୍ ଛାଡିଦେଲେ ଦଳ ପାଓ୍ୱାର ପ୍ଲେରେ ଓ୍ୱିକେଟ୍ ହରାଉଛି । ଫଳରେ ଆରମ୍ଭରୁ ବ୍ୟାକଫୁଟକୁ ଚାଲି ଆସୁଛି ଟିମ୍ । ଆରମ୍ଭ ଭଲ ନହେବାରୁ ମିଡିଲ ଅର୍ଡର ଉପରେ ଚାପ ପଡୁଛି । ଯାହା ଟୁର୍ଣ୍ଣାମେଣ୍ଟରେ ବାରମ୍ବାର ଦେଖିବାକୁ ମିଳିଛି । ଏହାକୁ ଅନେକ ଭେଟେରାନ କଟାକ୍ଷ ମଧ୍ୟ କରୁଛନ୍ତି ।

ସୂର୍ଯ୍ୟଙ୍କ ବ୍ୟାଟ୍ ଶାନ୍ତ

ଟି୨୦ ବିଶ୍ୱକପରେ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ୍ ଶାନ୍ତ ରହିଛି । ସେ ବଡ ସଟ୍ ଖେଳିପାରୁ ନାହାଁନ୍ତି । ଦଳକୁ ଆବଶ୍ୟକ ଥିବା ସମୟରେ ରନ୍ କରୁ ନାହାଁନ୍ତି । ଯାହା ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୮ ମୁକାବିଲାରେ ଦେଖିବାକୁ ମିଳିଥିଲା । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ତାଙ୍କ ବ୍ୟାଟ୍ ନିରବ ରହିଥିଲା । ଜିମ୍ବାଓ୍ୱେ, ନେଦରଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟରୁ ରନ୍ ବାହାରିନି ।

ବୁମରାଙ୍କ ଉପରେ ଅଧିକ ନିର୍ଭର

ଟୁର୍ଣ୍ଣାମେଣ୍ଟରେ ଜସପ୍ରିତ ବୁମରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରି ନାହାଁନ୍ତି । ବରୁଣ ଚକ୍ରବର୍ତ୍ତୀ ଓ୍ୱିକେଟ୍ ନେବା ଭୁଲି ଗଲେଣି । ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବୋଲର ବଡ ବ୍ୟାଟରଙ୍କୁ ଆଉଟ୍ କରିପାରୁ ନାହାଁନ୍ତି । ଅକ୍ଷର ପଟେଲ ଏବଂ ଶିବମ ଦୁବେଙ୍କ ବୋଲିଂକୁ ବିପକ୍ଷ ବ୍ୟାଟର ଖାତିର କରୁନଥିବା ଦେଖିବାକୁ ମିଳୁଛି ।

ଖରାପ ଫିଲ୍ଡିଂ

ଚଳିତ ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଫିଲ୍ଡିଂ ଅତି ଖରାପ ରହିଛି । ଦଳ କ୍ୟାଚ୍ ଛାଡୁଛି । ଚଉକା ରୋକିପାରୁ ନାହାଁନ୍ତି ଫିଲ୍ଡର୍ । ଏବେସୁଦ୍ଧା ଟିମ୍ ୧୩ଟି କ୍ୟାଚ୍ ଛାଡିଛି । ଟିମ୍ ର କ୍ୟାଚିଂ ଦକ୍ଷତା ସବୁଠୁ ଶୋଚନୀୟ ଅଛି । ଅଭିଷେକ ଶର୍ମା, ତିଲକ ବର୍ମାଙ୍କ ଭଳି ଖେଳାଳି କ୍ୟାଚ୍ ଛାଡୁଛନ୍ତି ।

ଅଭିଷେକଙ୍କ ଫର୍ମ

ଦଳ ପାଇଁ ସବୁଠୁ ଅଧିକ ଚିନ୍ତା ଅଭିଷେକଙ୍କ ଫର୍ମ । କେବଳ ଜିମ୍ବାଓ୍ୱେ ବିପକ୍ଷରେ ତାଙ୍କ ବ୍ୟାଟ୍ ଚାଲିଥିଲା । ଟୁର୍ଣ୍ଣାମେଣ୍ଟର ଅନ୍ୟ ସମସ୍ତ ମ୍ୟାଚରେ ସେ ଶୀଘ୍ର ଆଉଟ୍ ହୋଇଛନ୍ତି । ତିନୋଟି ମ୍ୟାଚରେ ସେ ଗୋଲଡେନ୍ ଡକରେ ପ୍ୟାଭିଲିୟନ ଫେରିଛନ୍ତି । ଯାହା ଦଳକୁ ଟେନସନ୍ ଦେଇଛି ।