India vs South Africa, 5th T20I:ଦକ୍ଷିଣ ଆଫ୍ରିକା ବିପକ୍ଷରେ୨୩୧ ରନ୍ର ବିଶାଳ ଟାର୍ଗେଟ୍, ହାର୍ଦ୍ଦିକ ଓ ତିଲକଙ୍କ ରନ୍ ବର୍ଷା

NEWS7
know-your-daily-horoscope-30th-january-2025

ଅହମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଛି। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୩ ରନ୍ କରିଥିବା ବେଲେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବଲ୍ରେ ୬୩ ରନରେ ଏକ ବଡ଼ ଯୋଗଦାନ ଦେଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୧ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍ର ବିଜୟ ଲକ୍ଷ ହାସଲ କରିବାକୁ ପଡ଼ିବ।