୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନାରୀ ଅଦାଲତ, ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହ ସଚେତନ କରିବ

NEWS7
know-what-said-jaya-kishori-on-her-marriage

ଭୁବନେଶ୍ବର ୧୭।୧: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାରୀ ଅଦାଲତ ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ୧୦ଟି ଜିଲ୍ଲାର ବରିଷ୍ଠ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହ ପାଳନର ଶୁଭାରମ୍ଭ । ଆଜିଠାରୁ ୭ଦିନ ଭାବରେ ନାରୀ ଅଦାଲତ କାର୍ଯ୍ୟକ୍ରମ କରାଯିବ । ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗାଁରେ ମେଡିଏସନ୍ ସେଣ୍ଟର ସୃଷ୍ଟି ହେବ । ଗାଁରେ ନ୍ୟାୟାଳୟ ଚାଲିବ, ମହିଳା ମାନେ ତାକୁ ଚଳାଇବେ । ନ୍ୟାୟ ଶକ୍ତି ଭାବରେ ତାଙ୍କୁ ମାନ୍ୟତା ଦିଆଯିବ । କେମିତି ମାମଲା ଗୁଡ଼ିକର ସମାଧାନ ହେବ ସେଥିପାଇଁ ତାଙ୍କୁ ଟ୍ରେନିଂ ଦିଆଯିବ । ୭ରୁ ୮ଜଣ ସଖି ଭାବରେ କାର୍ଯ୍ୟ କରିବେ । ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ, ଯାଜପୁରରେ ନବ ନିର୍ମିତ ଉତ୍କଳ ବାଳାଶ୍ରମ ଓ ଆଧୁନିକ ରୋଷେଇ ବ୍ୟବସ୍ଥାର ଉଦଘାଟନ, ଖୋର୍ଦ୍ଧା ଏବଂ ଗଜପତିରେ ସମନ୍ୱିତ ବତ୍ସଲ୍ୟ ସଦନର ଭିତ୍ତିପ୍ରସ୍ତର ସ୍ଥାପନ, ପୁରୀର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷଇ ବ୍ୟବସ୍ଥାର ଉଦଘାଟନ, ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସର୍ବପରି ୧୦ଟି ଆକାଂକ୍ଷୀ ଜିଲ୍ଲାରେ ସଚେତନତା, ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତର ଶୁଭାରମ୍ଭ କରାଯାଇଥିଲା । 

ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏହାସହ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।