ଯେଉଁ ଜେଟ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଅଜିତ ପାୱାର, ସେହି କମ୍ପାନୀ ବିମାନରେ ଉଡ଼ନ୍ତି ଏହିସବୁ ବିଲେନିୟର

NEWS7
know-this-thing-before-withdrawing-cash-from-atm

ନୂଆଦିଲ୍ଲୀ ୨୮।୧:ଯେଉଁ ଏୟାରକ୍ରାଫ୍ଟରେ ମହାରାଷ୍ଟ୍ର ଡେପୁଟି ଚିଫ୍ ମିନିଷ୍ଟର ଅଜିତ ପାୱାର ଯାତ୍ରା କରୁଥିଲେ ତାହା ଏକ ‘ଲିୟରଜେଟ୍ ୪୫’ ଭାବେ ଚିହ୍ନଟ ହୋଇଛି। ଏହା ଏକ ଛୋଟ ବିଜନେସ୍ ଜେଟ୍, ସାଧାରଣତଃ ଏହାକୁ ଭିଆଇପି ଚାର୍ଟର ଯାତ୍ରା ନିମନ୍ତେ ବ୍ୟବହାର କରାଯାଏ। କାନାଡୀୟ ଏରୋସ୍ପେସ୍ କମ୍ପାନୀ ବୋମ୍ବାର୍ଡିୟର ଲିୟର ଜେଟ୍ ବ୍ରାଣ୍ଡରେ ଏହି ବିମାନ ନିର୍ମାଣ କରେ। ଭାରତର କୋଟିପତି ବ୍ୟବସାୟୀ ଓ ସେଲିବ୍ରିଟିମାନଙ୍କୁ ବୋମ୍ବାର୍ଡିୟର ବିମାନରେ ଉଡାଣ କରୁଥିବାର ଦେଖାଯାଆନ୍ତି। ତେବେ ଯାତ୍ରା ନିମନ୍ତେ ଏହି ବିମାନକୁ କେଉଁମାନେ ଖାସ ପସନ୍ଦ କରନ୍ତି ଆସନ୍ତୁ ଜାଣିବା।

ମୁକେଶ ଅମ୍ବାନୀ
ଏଭିଏସନ ଜେଟା ଅନୁସାରେ ମୁକେଶ ଅମ୍ବାନୀଙ୍କର ନିଜର ବୋମ୍ବାର୍ଡିୟର ଗ୍ଲୋବାଲ ୬୦୦୦ ଅଛି। ତାଙ୍କ ପରିବାର ନିକଟରେ ୧୦ଟିରୁ ଅଧିକ ବିଜନେସ୍ ଏୟାରକ୍ରାଫ୍ଟ ଅଛି। ଏଥିରେ ଏୟାରବସ୍ ଏ-୩୧୯ ଏସିଜେ ୨, ଡସଲ୍ଟ ଫାଲକନ ୯୦୦ ଇଏକ୍ସ ଜେଟ୍, ଏକ ଗ୍ଲୋବାଲ ଏକ୍ସପ୍ରେସ ଓ ଏକ ଏମ୍ବ୍ରେୟର ଲେଗେସୀ ୬୦୦ ଅଛି। ସେମାନଙ୍କର ସବୁଠୁ ଖାସ ଜେଟ୍ ହେଉଛି ବୋଇଂ ବିଜନେସ୍ ଜେଟ୍ ୭୩୭ ମ୍ୟାକ୍ସ ୯। ଏଥିରେ ଏକ ବେଡରୁମ ଏକ ବୋର୍ଡ ରୁମ ଓ ଲାଉଞ୍ଜ ମଧ୍ୟ ଅଛି।

ଗୌତମ ଆଦାନୀ
ଗୌତମ ଆଦାନୀଙ୍କ ପର୍ସନାଲ ଫ୍ଲିଟ୍ କୁ କର୍ଣ୍ଣାବତୀ ଏଭିଏସନ ପରିଚାଳନା କରେ। ତାଙ୍କ ମେନ ବିମାନରେ ବମ୍ବାର୍ଡିୟର ଗ୍ଲୋବାଲ ୬୫୦୦(ଭିଟି-ଏଜିଏଲ) ଅଛି। ଏହା ଭାରତର ସବୁଠୁ ନୂଆ ବିଜନେସ୍ ଜେଟ୍ ମଧ୍ୟରେ ଅନ୍ୟତମ ଓ ଅହମଦାବାଦରୁ ଲଣ୍ଡନକୁ କେଉଁଠାରେ ନ ଅଟକି ଉଡିପାରେ। ଆଦାନୀଙ୍କର ଦୁଇଟି ଏମ୍ବ୍ରେୟର ଲେଗେସୀ ୬୫୦(ଭିଟି-ଏଏମଏଲ ଓ ଭିଟି-ଏଏଚଏମ) ମଧ୍ୟ ଅଛି। ଏହି ଦୁଇଟି ବିମାନକୁ ମଧ୍ୟମ ଦୂରଯାତ୍ରା ଯେପରି ମିଡିଲ-ଇଷ୍ଟ ଓ ସାଉଥ-ଇଷ୍ଟ ଯାତ୍ରା ପାଇଁ ଆଦାନୀ ବ୍ୟବହାର କରନ୍ତି।

ସାଇରସ ଓ ଅଦର ପୁନାୱାଲା
ସିରମ ଇନିଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ଫାଉଣ୍ଡର ତଥା ଚେୟାରମ୍ୟାନ ସାଇରସ ଏବଂ ସିଇଓ ଅଦର ପୁନାୱାଲାଙ୍କର ମଧ୍ୟ କେତେକ ଜେଟ୍ ଅଛି। ଏଥିରୁ ଗୋଟିଏ ବୋମ୍ବାର୍ଡିୟର ଗ୍ଲୋବାଲ ୬୫୦୦ (ଭିଟି-ଏନଏଡି) ହୋଇଥିବା ବେଳେ ଅନ୍ୟଟି ବୋମ୍ବାର୍ଡିୟର ଗ୍ଲୋବାଲ ୬୦୦୦(ଭିଟି-ସିଡିପି)। ଏହା ଛଡା ସେମାନଙ୍କର ଏକ ଏୟାରବସ୍ ଏଚ୧୪୫ ହେଲିକପ୍ଟର ମଧ୍ୟ ଅଛି। ଏମାନଙ୍କ ଫ୍ଲିଟ୍ କୁ ଭାରତର ସବୁଠୁ ଭର୍ସାଟାଇଲ ପ୍ରାଇଭେଟ ଏଭିଏସନ ସେଟଅପ ମନେ କରାଯାଏ।

କଲାନିଧି ମାରନ
ଚେନ୍ନାଇର ମିଡିଆ ଟାଇକୁନ କଲାନିଧି ମାରନଙ୍କର ଏକ ବୋମ୍ବାର୍ଡିୟର ଗ୍ଲୋବାଲ ୭୫୦୦(ଭିଟି-ଏସଆରଏଚ) ବିମାନ ଅଛି। ଏହି ବିମାନ କେଉଁଠି ନ ଅଟକି ଦିଲ୍ଲୀରୁ ଲସଏଞ୍ଜେଲସ୍ ଓ ଚେନ୍ନାଇରୁ ସାନଫ୍ରାନସିସ୍କୋ ପର୍ଯ୍ୟନ୍ତ ଉଡିପାରେ। ବିଶ୍ୱରେ ଏପରି ଖୁବ କମ ବିମାନ ଅଛନ୍ତି।

ସଞ୍ଜୀବ ଗୋୟନକା
ଆରପି-ଏସଜି ଗ୍ରୁପ ମୁଖ୍ୟ ସଞ୍ଜୀବ ଗୋୟନକାଙ୍କର ଗୋଟିଏ ବୋମ୍ବାର୍ଡିୟର ୫୦୦୦(ଭିଟି-ଏସଏଚଜି) ଅଛି। ଏଥିରେ ଗ୍ରୁପର ଷ୍ଟାରବ୍ରଷ୍ଟ ମେଟିଫ ପେଣ୍ଟ କରାଯାଇଛି।

ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅମିତାଭ ବଚ୍ଚନଙ୍କର ଏକ ବୋମ୍ବାର୍ଡିୟର ବିଜନେସ୍ ଜେଟ୍ ଅଛି। ତାଙ୍କୁ ବୋମ୍ବାର୍ଡିୟର ଚ୍ୟାଲେଞ୍ଜର-୩୦୦ରେ ଉଡାଣ କରୁଥିବାର ଦେଖା ଯାଇଛି। ସେହିପରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ବୋମ୍ବାର୍ଡିୟର ଗ୍ଲୋବାଲ ୭୫୦୦ରେ ଯାତ୍ରା କରୁଥିବାର ଦେଖାଯାଇଛି।