Live Live
LIVE

ଜିତିଗଲା ଆମେରିକା ! ଇରାନର ବାୟୁ ଏବଂ ନୌସେନାର କ୍ଷମତା ଧ୍ୱଂସ...ଦାବି କଲେ ଟ୍ରମ୍ପ୍

NEWS7
know-jaya-kishoris-fees-and-total-income

ତେହେରାନ, ୦୯ /୦୩: ବ୍ୟାକଫୁଟରେ ଇରାନ । କମିଗଲାଣି ଶକ୍ତି । ଇରାନର ନୌସେନା, ବାୟୁସେନା ଓ ମିସାଇଲ କ୍ଷମତାକୁ ଧ୍ୱଂସ କରିଦିଆଯାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି ଯେ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ବେଶ୍ କିଛିଦିନ ପର୍ଯ୍ୟନ୍ତ ଜାରି ରହିବ । ଯୁଦ୍ଧରେ ଆମେରିକାକୁ ବେଶ୍ ସଫଳତା ମିଳିଛି । ଏକ ସପ୍ତାହ ଭିତରେ ଆଶାଠାରୁ ଆମେରିକା ଅଧିକ କାମ କରିଛି । ଇରାନର ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି । ଏହାର ୪୪ଟି ନୌଜାହାଜକୁ ନଷ୍ଟ କରି ବୁଡାଇ ଦିଆଯାଇଛି । ସେହିଭଳି ବାୟୁସେନାକୁ ମଧ୍ୟ ଅନ୍ତ କରିଯାଇଛି । ଏହାର ସମସ୍ତ ବିମାନକୁ ମିସାଇଲ୍ ମାଡ଼ରେ ଧ୍ୱଂସ କରିଦିଆଯାଇଛି । ଇରାନର ମିସାଇଲ କ୍ଷମତାକୁ ଆକ୍ରମଣ ଦ୍ୱାରା କ୍ଷତି ପହଞ୍ଚାଯାଇଛି । ଫଳରେ ଆଗ ଅପେକ୍ଷା ଇରାନ ଏବେ କମ୍ ମିସାଇଲ ବ୍ୟବହାର କରୁଛି ।

ୟୁଏସ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଯେଉଁସବୁ କାରଖାନାରେ ମିସାଇଲ ପ୍ରସ୍ତୁତ କରାଯାଉଥିଲା ତାକୁ ବୋମା ମାଡ଼ କରି ଆମେରିକା ଓ ଇସ୍ରାଏଲର ମିଳିତ ସେନା ନଷ୍ଟ କରିଦେଇଛନ୍ତି । ଏଥିସହ ଇରାନର ଡ୍ରୋନ କ୍ଷମତାକୁ ବି ଦୁର୍ବଳ କରିଦିଆଯାଇଛି । ଆକ୍ରମଣ ବେଳେ ଇରାନର ରହିଯାଇଥିବା କିଛି ବରିଷ୍ଠ ନେତା ଓ ଶୀର୍ଷ କମାଣ୍ଡରଙ୍କୁ ବି ଟାର୍ଗେଟ କରାଯାଉଛି । ତେବେ ଯୁଦ୍ଧ କେତେଦିନ ପର୍ଯ୍ୟନ୍ତ ଚାଲିବ ବୋଳି ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଲେ ଯେତେଦିନ ପର୍ଯ୍ୟନ୍ତ ଏହାର ଆବଶ୍ୟକତା ଥିବ ସେତେଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ।