ଗ୍ରୀଷ୍ମଋତୁରେ ଖାଆନ୍ତୁ ତରଭୁଜ, ମିଳିବ ଅନେକ ଫାଇଦା...

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ ୨୮।୦୩: ଆରମ୍ଭ ହୋଇଗଲାଣି ଗ୍ରୀଷ୍ମଋତୁ । ଶରୀରକୁ ଗରମ ଦିନେ ହାଇଡ୍ରେଟ୍ ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ତରିକା ଆପଣାଇଥାନ୍ତି । କିନ୍ତୁ ଜାଣନ୍ତି କି ଶରୀର ପାଇଁ ବେଶ୍‌ ଲାଭଦାୟୀ ତରଭୁଜ । ବିଶେଷଜ୍ଞଙ୍କ ଅନୁଯାୟୀ ଗରମ ଋତୁରେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

 ପୋଷକ ତତ୍ତ୍ୱରେ ଭରପୂର ଥିବା ତରଭୁଜ ଶରୀରକୁ ହାଇଡ୍ରେଟ୍ ରଖେ । ତରଭୁଜରେ ୯୦ ପ୍ରତିଶତ ଜଳ ଥାଏ । ଏଥିରେ ଫାଇବର ପୋଟାସିୟମ, କ୍ୟାଲସିୟମ, ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ସାଇଡେରାଲାଇନ୍ ନାମକ ଏକ ଆମିନୋ ଏସିଡ୍ ଭରପୂର ଅଟେ ।

ଏହା ଶରୀରକୁ ହାଇଡ୍ରେଟ୍ ଏବଂ ସୁସ୍ଥ ରଖେ। ତରଭୁଜ ପାଣି ସହିତ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ । ଶରୀରକୁ ସୁସ୍ଥ ରଖିବାରେ ଏହା ବହୁତ ପ୍ରଭାବଶାଳୀ । ତରଭୁଜ ରସଯୁକ୍ତ । ଏହା ଆମ ଶରୀରକୁ ହାଇଡ୍ରେଟ୍ ଏବଂ ସୁସ୍ଥ ରଖେ । 

ପ୍ରତିଦିନ ଅତିକମରେ ୨୫୦ ରୁ୫୦୦ ଗ୍ରାମ ତରଭୁଜ ଖାଇବା ଉଚିତ୍ । ଏହା ପେଟ ଯନ୍ତ୍ରଣା, ଡିହାଇଡ୍ରେସନ୍, ଉଚ୍ଚ ରକ୍ତଚାପ, ଶୁଖିଲା ପାଟି, ମୁଣ୍ଡ ବୁଲାଇବା, ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ଶରୀରକୁ ଉତ୍ତାପ ଦ୍ବାରା ଭାଇରାଲ୍ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.