ସାମାନ୍ୟ କଥାରୁ ବିବାଦ, ବଚସାରୁ ଚାଲିଗଲା ଫାଷ୍ଟ ପୁଡ୍ ଦୋକାନୀଙ୍କ ଜୀବନ

NEWS7
kl-rahul-retains-place-but-not-named-vice-captain-as-india

ଭଞ୍ଜନଗର ୦୪।୦୨ : ଗଞ୍ଜାମ ଜିଲ୍ଲା କୋଦଣ୍ଡା ଗାଁରେ ହତ୍ୟାକାଣ୍ଡ । ଫାଷ୍ଟ ଫୁଡ୍ ଦୋକାନୀଙ୍କୁ ହତ୍ୟା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଫାଷ୍ଟ ପୁଡ୍ ଦୋକାନୀଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ବଡ଼ କୋଦଣ୍ଡା ଗାଁର ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ରାତି ସମୟରେ ହରେକୃଷ୍ଣ ସ୍ୱାଇଁ ବାଉଁଶ ଲୁଣ୍ଡିରେ ଥିବା ଦୋକାନରେ ଫାଷ୍ଟ ଫୁଡ୍ ବ୍ୟବସାୟ କରୁଥିଲେ । କିଛି ସମୟ ପାଇଁ ପଡୋଶୀ ଦୋକାନରେ ଠିଆ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ଏହାପରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଶେଷରେ ରାଗିଯାଇ ହରେ କୃଷ୍ଣଙ୍କୁ ଚାପୁଡ଼ା ଓ ମୁଥ ମାରିଥିଲେ । ଯେଉଁଥିରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରିବାର ଲୋକ ତୁରନ୍ତ ହରେକୃଷ୍ଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।