୧୨ ବର୍ଷରେ ବାପା ହେଲେ ସ୍କୁଲ ଛାତ୍ର, ପ୍ରେମିକାକୁ ଏବେ ୧୫...ପରିବାର ସହ ଲଢି ଜନ୍ମ କଲେ କନ୍ୟା ସନ୍ତାନ

NEWS7
kk-dies-after-concert-in-kolkata

ନୂଆଦିଲ୍ଲୀ,|୧: ୧୪ ବର୍ଷରେ ମାଆ ହେଲା ସ୍କୁଲ ପଢୁଆ ଝିଅ । ବାପାର ବୟସ ବି ମାତ୍ର ୧୨। ଉଭୟ ହେଉଛନ୍ତି ପ୍ରେମିକ ପ୍ରେମିକା । କିନ୍ତୁ କଅଁଳ ବୟସରେ ଖସି ଗଲା ପାଦ । ଯାହା ପାଇଁ ବଡ ଭୁଲ କରିଦେଲେ ସେମାନେ । ଏପରି କିଛି ଘଟଣା ଘଟିଛି ଆମେରିକାର ଅର୍କାସସରେ ।

ରିପୋର୍ଚ ଅନୁସାରେ, ଅର୍କାସସରେ ରୁହନ୍ତି ବେଲା ଏବଂ ହଣ୍ଟର । ବେଲାଙ୍କ ବୟସ ୧୫ ହୋଇଥିବା ବେଳେ ହଣ୍ଟର ୧୩ବର୍ଷର । ତେବେ ବେଲା ଗର୍ଭବତୀ ହେବା ସମୟରେ ହଣ୍ଟର ମାତ୍ର୧୨ବର୍ଷର ହୋଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ଚକିତ ହୋଇଯାଇଥିଲେ । ତେବେ ବେଲା ନିଜ ସନ୍ତାନଙ୍କୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଏକ ପ୍ରସିଦ୍ଧ ଶୋର ପ୍ରମୋ ରିଲିଜ୍ ହେଲା ପରେ ସବୁ ଘଟଣା ସାମ୍ନାକୁ ଆସିଛି ।

ଏହି ଶୋରେ କମ୍ ବୟସର ଯୁବକ-ଯୁବତୀଙ୍କ କାହାଣୀ ସ୍ଥାନ ପାଇଥାଏ । ଉଭୟ ବେଲା ଏବଂ ହଣ୍ଟର ଗତବର୍ଷ ନିଜ ଝିଅ ବେସଲିର ନାମକରଣ କରିଥିଲେ । ସେହି ସମୟରେ ବେଲା ୧୪ଏବଂ ହଣ୍ଟର ୧୨ବର୍ଷର ଥିଲେ । ଉଭୟଙ୍କ କାହାଣୀ ସାମ୍ନାକୁ ଆସିବା ପରେ ନେଟିଜେନ୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

ଜଣେ ୟୁଜର କହିଛନ୍ତି ଯେ, ବେଲା ସନ୍ତାନ ଜନ୍ମ ଦେବା ସମୟରେ ସେ ନିଜେ ଏକ ଛୋଟ ଛୁଆ ହୋଇଥିଲେ । ଆକେହି କେହି ଏହାକୁ ଖରାପ ସ୍ୱପ୍ନ ସହ ତୁଳନା କରିଛନ୍ତି ।

ଘଟଣାକୁ ନେଇ ବେଲାଙ୍କ ପ୍ରତିକ୍ରିୟା

ବେଲା ଶୋରେ କହିଛନ୍ତି ଯେ, ତାଙ୍କ ଓଜନ ବଢିବାଲୁ ଲାଗିଥିଲା । ସେ ପ୍ରଥମେ କିଛି ଜାଣିନଥିଲେ । ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା । ଏକଥା ପରିବାର ଲୋକେ ଜାଣି ବହୁତ ରାଗିଥିଲେ । ପରେ କିନ୍ତୁ ସମର୍ଥନ କରିଥିଲେ । ହଣ୍ଟରଙ୍କ ପରିବାର କିନ୍ତୁ ଆଦୌ ଖୁସି ନଥିଲେ । ସେମାନେ ବେଲାଙ୍କ ଉପରେ ଗର୍ଭପାତ କରିବାକୁ ଚାପ ପକାଇଥିଲେ । କିନ୍ତୁ ବେଲା ସେମାନଙ୍କ କଥା ମାନିନଥିଲେ । ଏବେ ସେ ସମସ୍ତ କଥାକୁ ଦୁନିଆ ସାମ୍ନାରେ ରଖିଛନ୍ତି ।

ସବୁଠାରୁ ବଡ କଥା ହେଉଛି ଯେ, ହଣ୍ଟର ଏବେବି ସ୍କୁଲରେ ପାଠ ପଢୁଛନ୍ତି । ତେଣୁ ସବୁ ଦାୟିତ୍ୱ ନେବା କଷ୍ଟକର ହୋଇଯାଉଛି । ସେ ଏବେ ଅଷ୍ଟମ ଶ୍ରେଣୀରେ ପଢୁଥିବାରୁ ଫେଲ୍ ହେବାର ଭୟ ମଧ୍ୟ ରହୁଛି । ବେଲା ମଧ୍ୟ ପାଠପଢାକୁ ନେଇ ସିରିୟସ ଅଟନ୍ତି । ହଣ୍ଟରଙ୍କୁ ଯେପରି ସ୍କୁଲରେ କିଛି ସମସ୍ୟା ନହୁଏ ସେଦିଗରେ ସେ ନିରନ୍ତର ପ୍ରୟାସ କରୁଛନ୍ତି ।