କିର୍ଷ୍ଟି କୋଭେଣ୍ଟ୍ରି ହେଲେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୦ମ ଅଧ୍ୟକ୍ଷା, ଏହି ପଦବୀରେ ପ୍ରଥମ ମହିଳା

Published By : Prameya-News7 Bureau | March 20, 2025 IST

ନୂଆଦିଲ୍ଲୀ ୨୦।୩: କିର୍ଷ୍ଟି କୋଭେଣ୍ଟ୍ରିଙ୍କୁ ଗୁରୁବାର ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ନୂଆ ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି ପଦକୁ ନିର୍ବାଚିତ ହେବାରେ କିର୍ଷ୍ଟି ପ୍ରଥମ ମହିଳା ତଥା ଆଫ୍ରିକୀୟ। କୋଭେଣ୍ଟ୍ରି ଆଇଓସିର ୧୦ମ ଅଧ୍ୟକ୍ଷ ହୋଇଛନ୍ତି ଓ ଏହି ପଦବୀରେ ଏପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସବୁ ଅଧ୍ୟକ୍ଷଙ୍କ ଠାରୁ ଯୁବ। ସେ ଜୁନ ୨୪ ତାରିଖରେ ଏବେକା ଆଇଓସି ଅଧ୍ୟକ୍ଷ ଥମସ ବାକଙ୍କ ସ୍ଥାନ ଗ୍ରହଣ କରିବେ। ବାକ ଏହି ପଦବୀରେ ଗତ ୧୨ ବର୍ଷ ହେଲା ଅବସ୍ଥାପିତ ଅଛନ୍ତି। 

ଆଇଓସି ଅଧ୍ୟକ୍ଷ ନିର୍ବାଚନ ପରେ କୋଭେଣ୍ଟ୍ରିଙ୍କ ବୟାନ ଆସିଛି। ସେ କହିଛନ୍ତି ଯେ ‘ଏହା ଏକ ଅସାଧାରଣ କ୍ଷଣ । ଏକ ୯ ବର୍ଷର ବାଳିକା ଭାବେ ମୁଁ କେବେ ଭାବିନଥିଲି ଦିନେ ଏଠାରେ ଛିଡା ହୋଇ ଆମର ଏହି ଆବିଶ୍ୱସନୀୟ ଆନ୍ଦୋଳନରେ ନିଜର ଯୋଗଦାନ ଦେବି’। ଉଲ୍ଲେଖଯୋଗ୍ୟ ଯେ ଆଇଓସି ସଦସ୍ୟ ହେବା ପୂର୍ବରୁ କୋଭେଣ୍ଟ୍ରି ଜିମ୍ବାୱେର ଜଣେ ଦକ୍ଷ ଆଥଲେଟ୍ ଥିଲେ। ସେ ଏପର୍ଯ୍ୟନ୍ତ କ୍ୟାରିୟରରେ ଦେଶ ଲାଗି ୮ଟି ଅଲିମ୍ପିକ ପଦକରୁ ୭ଟି ଜିତିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକରେ ସେ ୩ଟି ପଦକ ଜିତିଥିଲେ। 


କିର୍ଷ୍ଟି କୋଭେଣ୍ଟ୍ରି ଆଓସି ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଚେୟାରମ୍ୟାନ ଜୟ ଶାହ ତାଙ୍କୁ ଶଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଏହା ଏକ ଏପରି ସମ୍ମାନ ଯେଉଁଥି ପାଇଁ ଆପଣ ହକଦାର। ମୁଁ ଲସଏଞ୍ଜେଲସ୍ ଖେଳରେ କ୍ରିକେଟକୁ ସାମିଲ କରିବା ପାଇଁ ଆପଣ ଓ ଆପଣଙ୍କ ଟିମ୍ ସହ କାମ କରିବାକୁ ଉତ୍ସାହୀ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.