LIVE TV

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କିରେନ ରିଜିଜୁ ; କହିଲେ – ଭାରତ ବିରୋଧୀ ମନ୍ତବ୍ୟ ଦେବାରେ ପ୍ରଥମ ନେତା

NEWS7
Kiren Rijiju slams Rahul Gandhi

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କରିଛନ୍ତି ଟାର୍ଗେଟ୍‌। କୋଲମ୍ୱିଆ ଯାତ୍ରା ବେଳେ କରାଯାଇ ଥିବା ଟିପ୍ପଣୀକୁ ନେଇ ତାଙ୍କର କଡ଼ା ନିନ୍ଦା କରିଛନ୍ତି। ସେ ଦାବି କରିଛନ୍ତି ଯେ, ରାହୁଲ ଗାନ୍ଧୀ ପ୍ରଥମ ଏମିତି ବିରୋଧୀ ନେତା , ଯିଏ ବିଦେଶ ଯାଇ ଦେଶ , ଏହାର ବ୍ୟବସ୍ଥା ଓ ଗଣତନ୍ତ୍ର ବିରୋଧରେ କହୁଛନ୍ତି। ରିଜିଜୁ ଆହୁରି ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତ ସହ ଜଡ଼ିତ ତଥ୍ୟକୁ ଏପଟ ସେପଟ କରି ଉପସ୍ଥାପିତ କରୁଛନ୍ତି, ଯେଉଁଥିରେ ଦେଶର ଛବିକୁ ଖରାପ କରିପାରେ।

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥା ହୋଇ ରିଜିଜୁ କହିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀଙ୍କ କୋଲମ୍ୱିଆର ବିବୃତ୍ତିକୁ ଶୁଣିଛି। ସେ ଦାବି କରିଛନ୍ତି ଯେ, ଭାରତ ବିଶ୍ୱ ସ୍ତରୀୟ ନେତୃତ୍ୱ ନେଇ ପାରିବ ନାହିଁ। ଏହି ବୟାନ ସଂପୂର୍ଣ୍ଣ ରୂପେ ଭୁଲ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ସ୍ତରରେ ନେତୃତ୍ୱ ସ୍ଥାପନା କରିଛି। କିନ୍ତୁ ଆମର ବିରୋଧୀ ନେତା ବିଦେଶରେ ଯାଇ କହୁଛନ୍ତି ଯେ, ଭାରତ ବିଶ୍ୱସ୍ତରୀୟ ନେତା ହୋଇ ପାରିବ ନାହିଁ। ସମସ୍ୟା ସେତେବେଳେ ସୃଷ୍ଟି ହୋଇଥାଏ, ଯେବେ ବିଦେଶୀ ଲୋକ ଭାବିବେ ଯେ, ଭାରତରେ ସମସ୍ତେ ରାହୁଲ ଗାନ୍ଧୀଙ୍କ ଭଳି, ଏଥିରେ ତ ଦେଶର ପ୍ରତିଷ୍ଠା ବାଜିରେ ଲାଗି ଯାଏ।

କେନ୍ଦ୍ର ମନ୍ତ୍ରୀ ଦୃଢତାର ସହ କହିଛନ୍ତି ଯେ, ଆମ ଦେଶରେ ବୁଦ୍ଧିମାନ ଲୋକ , ଦୃଢ ନେତା ଓ ସକାରାତ୍ମକ ବିଚାରାଧାରା ଥିବା ନାଗରିକ ଅଛନ୍ତି। କିନ୍ତୁ ରାହୁଲ ଗାନ୍ଧୀଙ୍କ ଏମିତି ବୟାନରେ ଲୋକେ ଏହି ଭ୍ରମିତ ହୋଇପାରନ୍ତି ଯେ, ଭାରତରେ ଏମିତି ଲୋକ ହିଁ ବହୁମତରେ ଅଛନ୍ତି।  ଏହା ସତ୍ୟଠାରୁ ବହୁ ଦୂରରେ । ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ପ୍ରତି ବିଜେପିର ପ୍ରତିକ୍ରିୟାକୁ ସମର୍ଥନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରସଙ୍ଗ କୌଣସି ବ୍ୟକ୍ତିଗତ ଶତ୍ରୁତା ଦ୍ୱାରା ପ୍ରେରିତ ନୁହେଁ , ବରଂ ବିରୋଧୀ ଦଳର ନେତା ଭାବେ ତାଙ୍କ ଦାୟିତ୍ୱ ସହ ଜଡ଼ିତ।

ସେ ଆହୁରି କହିଛନ୍ତି , ଇନ୍ଦିରା ଗାନ୍ଧୀ , ଲାଲକୃଷ୍ଣ ଆଡୱାଣୀ , ଅଟଳବିହାରୀ ବାଜପେୟୀ , ସୁଷମା ସ୍ୱରାଜ ଓ ଶରଦ ପାୱାରଙ୍କ ଭଳି ପୂର୍ବତନ ବିରୋଧୀ ନେତାମାନେ କେବେ ବିଦେଶରେ ରହି ମଧ୍ୟ ଦେଶ ବା ସରକାର ବିରଧରେ କୌଣସି ଟିପ୍ପଣୀ କରିନାହାନ୍ତି। ଯବେ ତାଙ୍କୁ ପଚରାଗଲା ଯେ, ବିଜେପି ସର୍ବଦା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କାହିଁକି ପ୍ରତିକ୍ରିୟା ଦେଉଛି , ତ ରିଜିଜୁ ଉତ୍ତରରେ କହିଛନ୍ତି , ଆମର ତାଙ୍କ ସହ କୌଣସି ବ୍ୟକ୍ତିଗତ ବିବାଦ ନାହିଁ। ସେ ବିରୋଧୀ ଦଳ ନେତା। ଯଦି ସହ ଦାୟିତ୍ୱହୀନ କଥା କହୁଛନ୍ତି , ତ ଆମେ ଏହାକୁ ଗ୍ରହଣୀୟ ଭାବିବୁ ନାହିଁ।