କଟକ ୨୪।୫: ନୂଆପଡା ଜିଲ୍ଲା ଖରିଆର ଆର୍ ଏଣ୍ଡ ବି ଜୁନିୟର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭିଜିଲାନ୍ସ ଏସ୍ପି ଏମ୍ ରାଧାକ୍ରିଷ୍ଣଙ୍କ ସୂଚନା ଅନୁସାରେ ଇଞ୍ଜିନିୟର ସୁଶାନ୍ତ ସେଠୀ ତାଙ୍କ ଆୟ ତୁଳନାରେ ୩୪୭ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ସମୟରେ ସୁଶାନ୍ତ ସେଠୀଙ୍କ ବିଭିନ୍ନ ଠିକଣାରୁ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୩ଟି ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ, ୯ଟି ମୂଲ୍ୟବାନ ପ୍ଲଟ୍, ୨ଟି ଦାମୀ କାର୍, ଗୋଟିଏ ବେନାମୀ କାର୍ ଓ ୧୪ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରିଛି ଭିଜିଲାନ୍ସ ।
ଏହା ବ୍ୟତୀତ ଘର ଭଡାଟିଆଙ୍କ ପାଖରେ ସୁଶାନ୍ତ ନଗଦ ୫୫ ଲକ୍ଷ ଟଙ୍କା ଓ ୧ କେଜି ୪ଶହ ଗ୍ରାମ ସୁନା ଲୁଚାଇ ରଖିଥିବା ସୂଚନା ପାଇଛି ଭିଜିଲାନ୍ସ । ତେବେ ସମ୍ପୃକ୍ତ ଭଡାଟିଆ ଜଣକ ଏହି ଟଙ୍କା ଓ ସୁନା ଆତ୍ମସାତ କରିଦେଇଥିବା ସୁଶାନ୍ତଙ୍କ ପତ୍ନୀ ଗତ ୨୦୨୪ ମସିହା ଏପ୍ରିଲ ୧୩ ତାରିଖରେ ଧଉଳି ଥାନାରେ ଏକ ଏତଲା ଦେଇଥିବା ଭିଜିଲାନ୍ସ ସୂଚନା ଦେଇଛି । ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି ।
You Can Read:
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ଗଣନା, ୧୧ ବିଟ୍ରେ ଗଣନା ଶେଷ