ଇରାନର ସର୍ବୋଚ୍ଚ ନେତା ଖାମେନି ଏମିତି ବିତାନ୍ତି ପୂରା ଦିନ , ଇସ୍ରାଏଲର ରିପୋର୍ଟରେ ଦାବି

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନି। ଇସ୍ରାଏଲ –ଇରାନ ମଧ୍ୟରେ ସଂଘର୍ଷ ଭିତରେ ଖାମେନିଙ୍କୁ ନେଇ ମଧ୍ୟ ଅନେକ ଖବର ଆସୁଛି। ଏହି ଭିତରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ସହ ଜଡ଼ିତ ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ , ଇରାନର ଏହି ସର୍ବୋଚ୍ଚ ନେତାଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇ ଚର୍ଚ୍ଚାକୁ ଆସିଛି। ରିପୋର୍ଟରେ ଦାବି କରାଯାଇଛି ଯେ ୮୬ ବର୍ଷିୟ ଖାମେନି ନିଜର ଅଧା ଦିନ ଶୟନ କରି ଓ ଅବଶିଷ୍ଟ ସମୟ ଡ୍ରଗ୍ସ ପ୍ରଭାବରେ ବିତାନ୍ତି। ଖାମେନିଙ୍କ ଉପରେ ଏହା ପୂର୍ବରୁ ମଧ୍ୟ ଏହିପରି ଅଭିଯୋଗ ଲାଗି ସାରିଛି।

ଏହି ଦାବି “MossadSpokesman” ନାମକ ଏକ୍ସ ଆକାଉଣ୍ଟରେ କରାଯାଇଛି। ଏହି ଆକାଉଣ୍ଟ ଫାର୍ସୀ ଭାଷାରେ ପୋଷ୍ଟ କରିଥାଏ ଏବଂ କୁହାଯାଏ ଯେ , ଏହା ମୋସାଦର ଅଣଔପଚାରିକ ଡିଜିଟାଲ ଅସ୍ତ୍ର। ପୋଷ୍ଟରେ କୁହାଯାଇଛି ଯେ, ଜଣେ ନେତା କେମିତି ଦେଶର ନେତୃତ୍ୱ ନେବ,ଯେବେ ସେ ଅଧା ଦିନ ଶୋଇ ରୁହେ ଏବଂ ଅବଶିଷ୍ଟ ସମୟ ନିଶାରେ ରୁହେ।

ହେଲେ ଏହି ପୋଷ୍ଟରେ ଖାମେନିଙ୍କ ନାଁ ସ୍ପଷ୍ଟ ଭାବେ ନିଆଯାଇ ନାହିଁ, କିନ୍ତୁ ସନ୍ଦର୍ଭ ଓ ଫାର୍ସୀରେ ଲେଖାଯାଇଛି ଯେ, ସାମଗ୍ରୀକୁ ଦେଖି ଏହାକୁ ସିଧା ଭାବେ ଖାମେନିଙ୍କ ସହ ଯୋଡା ଯାଉଛି। ଏହି ପୋଷ୍ଟକୁ ୧.୯ ଲକ୍ଷରୁ ଅଧିକ ଥର ଦେଖା ଯାଇ ସାରିଛି।

ଗତ କିଛି ସପ୍ତାହରେ ଏହି ଆକାଉଣ୍ଟରେ ଇରାନୀ ନେତୃତ୍ୱକୁ ନେଇ ଅନେକ କଟାକ୍ଷ ଓ ସୂଚନାତ୍ମକ ପୋଷ୍ଟ କରାଯାଇଛି। ଏକ ପୋଷ୍ଟରେ ଇରାନର ସେନାର ଏକ ପ୍ରମୁଖ ୟୁନିଟ୍‌ “ ଖାତମ ଅଲ୍-ଅମ୍ୱିଆ ”ର ନୂତନ କମାଣ୍ଡରଙ୍କର ପରିଚୟ ଗୁପ୍ତ ରଖିବା ନେଇ ଉପହାସ କରାଯାଇ ଥିଲା। ଆକାଉଣ୍ଟ ଦାବି କରିଛି ଯେ, ତାଙ୍କ ପାଖରେ ନାଁ ପୂର୍ବରୁ ଥିଲା ଏବଂ ୟୁଜରଙ୍କୁ ଅନ୍ଦାଜ ଲଗେଇବାକୁ କହିଥିଲେ। ଯେବେ ଜଣେ ୟୁଜର ନାଁ କହିଥିଲେ, ତ ଜବାବ ଆସିଥିଲା – ଇନବକ୍ସ କରନ୍ତୁ , ପୁରସ୍କାର ମିଳିବ। 

ଇସ୍ରାଏଲୀୟ ଥିଙ୍କ୍‌ ଟ୍ୟାଙ୍କ ‘ ଇଷ୍ଟିଟ୍ୟୁଟ୍‌ ଫର୍‌ ନ୍ୟାସନାଲ ସିକ୍ୟୁରିଟି ଷ୍ଟଡିଜ୍‌’ର ଇରାନ ମାମଲାର ବିଶେଷଜ୍ଞ ବେନି ସବଟି କହିଛନ୍ତି , ଏହି ଆକାଉଣ୍ଟ କିଛି ଏମିତି ସୂଚନା ଦେଇଛି ,ଯାହା କେବଳ ମୋସାଦ ପାଖରେ ରହିପାରେ। 

 ଏବେସୁଦ୍ଧା ଇରାନ ପକ୍ଷରୁ ଏହି ଅଭିଯୋଗ ବା ଆକାଉଣ୍ଟକୁ ନେଇ କୌଣସି ଅଫିସିଆଲି ପ୍ରତିକ୍ରିୟା ଆସି ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, ଡିଜିଟାଲ ଯୁଦ୍ଧର ଏହା ନୂଆ ରୂପ ଏବେ ଗୁଇନ୍ଦା ଏଜେନ୍ସିଙ୍କ ସିଧା ସାଇକୋଲଜିକାଲ ଅପରେସନର ଅଂଶ ହେବାକୁ ଯାଉଛି। 

ଖାମେନିଙ୍କ ଡ୍ରଗ୍ସ ବ୍ୟବହାରକୁ ନେଇ ପ୍ରଥମେ ମଧ୍ୟ ଦାବି ସାମ୍ନାକୁ ଆସି ସାରିଛି। ୨୦୨୨ରେ ଏକ ତୁର୍କୀ ସ୍ଥିତ ଟିଭି ଚ୍ୟାନେଲରେ ମୁସଲିମ୍‌ ବ୍ରଦରହୁଡ୍‌ ସହ ଜଡ଼ିତ ଜଣେ ଇରାନୀ ସ୍କଲାର ମଧ୍ୟ ଏହି ପ୍ରକାରର ଦାବି କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.