ୱାଶିଂଟନ –ଇରାନ ଉପରେ ହମଲା କରି ଆମେରିକାକୁ କିଛି ବି ହାସଲ ହୋଇ ନାହିଁ। ଯଦି ସେ କେବେ ଭବିଷ୍ୟତରେ ଇରାନ ଉପରେ ହମଲା ପାଇଁ ଚେଷ୍ଟା କରେ ତ ତାକୁ ଖୁବ୍ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନି ଇସ୍ରାଏଲ ସହ ଅସ୍ତ୍ରବିରତି ପରେ ପ୍ରଥମ ଥର ଏହି କଥା କହିଛନ୍ତି। ଗୁରୁବାର ପ୍ରଥମ ଥର ସାର୍ବଜନିକ ଭାଷଣ ଦେଇ ଖାମେନି କହିଛନ୍ତି ଯେ, ଆମେରିକୀୟ ରାଷ୍ଟ୍ରପତି ନିଜର ଏକ ଭାଷଣରେ କହିଥିଲେ ଯେ ଇରାନକୁ ଆତ୍ମସମର୍ପଣ କରି ଦେବା ଉଚିତ୍। ଏହି ମାମଲା ୟୁରେନିୟମର ଲେବଲ ବଢାଇବାକୁ ନୁହେଁ କି ନ୍ୟୁକ୍ଲିୟର ଇଣ୍ଟଷ୍ଟ୍ରିର ମାମଲା। ଏହି କଥା ତ ଇରାନର ଆତ୍ମସମର୍ପଣର। ତାଙ୍କର ଏହା କହିବାର ଥିଲା, କିନ୍ତୁ ଆମେ ସ୍ପଷ୍ଟ କରୁଛୁ କି ଇରାନ କେବେ ଆତ୍ମସମର୍ପଣ କରିବ ନାହିଁ।
ଖାମେନି କହିଛନ୍ତି ଏମିତି କ୍ଷଣ କେବେ ଆସିବ ନାହିଁ, ଯାହାକି ଇରାନ କେବେ ଆତ୍ମସମର୍ପଣ କରିବ। ଅୟାତୁଲ୍ଲା ଖାମେନି କହିଛନ୍ତି ଯେ, ଇରାନର ଶତ୍ରୁ ମିସାଇଲ ଓ ଆମର ନ୍ୟୁକ୍ଲିୟାର ପ୍ରୋଗ୍ରାମର ବାହାନା କରି ହମଲା କରୁଥିଲା, କିନ୍ତୁ ସତ ଏହା ଯେ, ସେମାନେ ଆମର ଆତ୍ମସମର୍ପଣ ଚାହୁଁଥିଲେ। ଟ୍ରମ୍ପ ମଧ୍ୟ ଏହାର ସତ୍ୟତା ଦର୍ଶାଇ ଦେଲେ ଯେ, ସେ ଆମର ଆତ୍ମସମର୍ପଣ ଚାହାନ୍ତି। ହଲେ ଆତ୍ମସମର୍ପଣ କେବେ ହେବ ନାହିଁ। ଆମ ଦେଶ ଶକ୍ତିଶାଳୀ । ଉଲ୍ଲେଖନୀୟ ଯେ , ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି ପୂର୍ବରୁ ଏକ ବୟାନରେ କହିଥିଲେ ଯେ, ଆମେ ଚାହୁଁଛୁ ଯେ , ଇରାନ ଆତ୍ମସମର୍ପଣ କରିଦେଉ। ତାକୁ ଆତ୍ମସମର୍ପଣ କରିବା ହିଁ ଉଚିତ୍।
ଇରାନୀ ଲିଡର କହିଛନ୍ତି ଯେ, ଇସ୍ଲାମିକ୍ ରିପବ୍ଲିକ୍ ପାଖରେ ଆମେରିକୀୟ କେନ୍ଦ୍ର ଗୁଡ଼ିକ ଯାଏ ପ୍ରବେଶ ରହିଛି। ଆମେ ଏହା ସାବ୍ୟସ୍ତ କରି ଦେଇଛୁ ଏବଂ ଯେବେ ବି ଜରୁରି ହେବ , ଆମେ ହମଲା କରି ପାରିବୁ। ଭବିଷ୍ୟତରେ ମଧ୍ୟ ଏମିତି ଆକ୍ସନ ନିଆଯାଇ ପାରେ। ଯଦି କୌଣସି ପ୍ରକାରର ହମଲା ହୁଏ ତ ଶତ୍ରୁକୁ ବହୁ ମୂଲ୍ୟ ଦେବାକୁ ପଡିବ। ଖାମେନି କହିଛନ୍ତି , ଆମେ ଆମେରିକାକୁ ଏକ ଜୋରଦାର ଚାପୁଡା ଦେଇଛୁ। ଆମେ ଅଲ୍-ଇଦେଦ ଏୟାରବେସ୍ ଉପରେ ହମଲା କରିଛୁ। ଏହା ଏହି କ୍ଷେତ୍ରରେ ଆମେରିକାର ସବୁଠୁ ବଡ଼ ଏୟାରବେସ୍। ସେ କହିଛନ୍ତି ଯେ, ମୁଁ ଇରାନର ଲୋକଙ୍କୁ ଶୁଭେଚ୍ଛା ଦେଉଛି ଯେ, ଆମ ଦେଶ ଆମେରିକାକୁ ଅଧିକ ଶକ୍ତି ସହ ଶିକ୍ଷା ଦେଇଛି। କେବଳ ଏତିକି ନୁହେଁ , ସେ ଯୁଦ୍ଧରେ ଆମେରିକାର ସଂପୃକ୍ତିକୁ ଇସ୍ରାଏଲର ଦୁର୍ବଳତା ବୋଲି ମଧ୍ୟ କହିଛନ୍ତି।
ସେ କହିଛନ୍ତି ଯେ, ଆମେରିକାକୁ ଯେତେବେଳେ ଏହା ଅନୁଭବ ହେଲା ଯେ, ଯଦି ସେ ହସ୍ତକ୍ଷେପ ନକରେ ତ ଇସ୍ରାଏଲ ନଷ୍ଟ ହୋଇଯିବ। ଏଥିପାଇଁ ସେ ଯୁଦ୍ଧରେ ଅଂଶଗ୍ରହଣ କଲା। ଖାମେନି କହିଛନ୍ତି ଇସ୍ରାଏଲକୁ ବଞ୍ଚାଇବା ପାଇଁ ହିଁ ଆମେରିକା ଯୁଦ୍ଧକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲା। ଖାମେନି କହିଛନ୍ତି ଯେ , ଯେତେ ବି କୁହାଯାଉ , କିନ୍ତୁ ଏହା ସତ ଯେ, ଇରାନ ୟେହୁଦୀ ଦେଶକୁ ପରାସ୍ତ କରି ଦେଇଛି।