ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଆତଙ୍କୀ ପ୍ରଭପ୍ରୀତ ସିଂହ ଜର୍ମାନୀକୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଗିରଫ କରିଛି। ପ୍ରଭପ୍ରୀତ ଜର୍ମାନୀରୁ ଆତଙ୍କବାଦୀ ଭର୍ତ୍ତି, ସହାୟତା ଏବଂ ଫଣ୍ଡିଂ ମଡ୍ୟୁଲକୁ ସଞ୍ଚାଳିତ କରୁଥିଲା। ପଞ୍ଜାବର ଡିଜିପି ଗୌରବ ଯାଦବ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି।
ଅଭିଯୁକ୍ତର ଏପ୍ରିଲ ୧୫ ପର୍ଯ୍ୟନ୍ତ ରିମାଣ୍ଡ ମଧ୍ୟ ମିଳିସାରିଛି। ଡିଜିପି ଯାଦବ କହିବା ଅନୁଯାୟୀ, ଜର୍ମାନୀରୁ ଆତଙ୍କୀ ପ୍ରଭପ୍ରୀତ ସିଂହ ଦେଶରେ ଖାଲିସ୍ତାନ ଆତଙ୍କୀ ଗ୍ରୁପ୍ ପାଇଁ ଯୁବକଙ୍କୁ ଭର୍ତ୍ତି କରୁଥିଲା। ସେ ଦେଶରୁ ପ୍ରାୟ ୨୦ରୁ ୨୫ ଲୋକଙ୍କ ନେଟଓ୍ବର୍କ ପ୍ରସ୍ତୁତ କରୁଥିଲା।
ଡିଜିପି କହିଛନ୍ତି, ୨୦୨୦ରେ ଏସଏସଓସି ଅମୃତସରକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ, ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଆତଙ୍କବାଦୀ ଜଗଦୀଶ ସିଂହ ଭୂରା, ପଞ୍ଜାବରେ କିଛି ହାଇ-ପ୍ରୋଫାଇଲ ଲୋକଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି। ଏହି କାମକୁ ପୂରା କରିବା ପାଇଁ ସେ ଭାରତରେ ନିଜର ସହଯୋଗୀଙ୍କୁ ହତିଆର ଏବଂ ଟଙ୍କା ଦେଇଛି। ପୋଲିସ ଏହି ଗ୍ରୁପ ସହ ଜଡ଼ିତ ୪ ଆତଙ୍କବାଦୀଙ୍କୁ ଗିରଫ କରି ସଂପୂର୍ଣ୍ଣ ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା। ସେହି ମାମଲାରେ ୟୁଏପିଏ ଏବଂ ଶସ୍ତ୍ର ଅଧିନିୟମର ୨୦୨୦ ଡିସେମ୍ବର ୧୯ରେ ଏଫଆଇଆର ରୁଜୁ ହୋଇଥିଲା।
ଗିରଫ ଆତଙ୍କୀ ପଚରାଉଚରାରେ କହିଥିଲେ ଯେ, ସେମାନେ ଆତଙ୍କବାଦୀ ଜଗଦୀଶ ସିଂହ ଭୂରା ଏବଂ ତାଙ୍କ ଘନିଷ୍ଠ ପ୍ରଭପ୍ରୀତଙ୍କ ସିଂହଙ୍କ କହିବାରେ କାମ କରୁଥିଲେ।ସେତେବେଳେ ପ୍ରଭପ୍ରୀତ ଜର୍ମାନୀରେ ରହୁଥିଲା ଏଥିପାଇଁ ପଞ୍ଜାବ ପୋଲିସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଲୁକ ଆଉଟ ସର୍କୁଲାର ଜାରି କରିଥିଲା। ବୁଧବାର ଯେତେବେଳେ ଦିଲ୍ଲୀ ଏୟାରପୋର୍ଟ ପହଞ୍ଚିଥିଲା, ସେତେବେଳେ ଇମିଗ୍ରେସନ ଅଧିକାରୀ ରୋକ ଲଗାଇଥିଲେ ଏବଂ ଜାବ ପୋଲିସର ଷ୍ଟେଟ ସ୍ପେଶାଲ ଅପରେସନ ସେଲ, ଅମୃତସରକୁ ସୂଚନା ଦେଇଥିଲେ। ଏହା ପରେ ଟିମ୍ ତାକୁ ଗିରଫ କରିଥିଲା।
ଡିଜିପି କହିଛନ୍ତି ଆତଙ୍କୀ ପ୍ରଭପ୍ରୀତ ୨୦୧୭ରେ ପୋଲାଣ୍ଡ ଯାଇଥିଲା। କିନ୍ତୁ ୨୦୨୦ରେ ଜର୍ମାନୀ ଚାଲିଯାଇଥିଲା ଆଉ ତାକୁ ରାଜନୀତିକ ଶରଣ ନେଇଥିଲା।ସେଠାରେ ସେ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଜଗଦୀଶ ସିଂହ ଭୂରାଙ୍କ ସମ୍ପର୍କରେ ଆସିଥିଲା। ସେ ବେଲଜିୟମରେ ରହୁଥିଲା ଆଉ ପରେ ଖାଲିସ୍ତାନୀ ସଂଗଠନ ସହ ଯୋଡ଼ ହୋଇଥିଲା। ଅଭିଯୁକ୍ତ ଏପ୍ରିଲ ୧୫ ପର୍ଯ୍ୟନ୍ତ ରିମାଣ୍ଡ ମିଳିଛି ଆଉ ତାକୁ ପଚରା ଉଚରା କରୁଛି।