ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ତରୀୟ ବନ୍ଧୁକ ଚାଳନାରେ କେଭି ୩ ଛାତ୍ର ସତ୍ୟମଙ୍କୁ ସଫଳତା

Published By : Prameya-News7 Bureau | July 27, 2025 IST

ଭୁବନେଶ୍ବର: ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ତରୀୟ ବନ୍ଧୁକ ଚାଳନାରେ କେଭି ୩ ଛାତ୍ର ସତ୍ୟମଙ୍କୁ ସଫଳତା। ଜିତିଲେ ବ୍ରୋଞ୍ଜ୍‌ ପଦକ। ସତ୍ୟମ ବିଷୋୟୀ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ସପ୍ତମ ଶ୍ରେଣୀ । ପଞ୍ଜାବ ଫୁଗୱାଡ଼ାରେ ଅନୁଷ୍ଠିତ ୫୪ ତମ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନ୍ୟାସନାଲ ସ୍ପୋର୍ଟ୍ ମିଟ୍ ୨୦୨୫ରେ ବନ୍ଧୁକ ଚାଳନାରେ ସେ ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସତ୍ୟମ ୧୦ ମିଟର ପିପ୍ ସାଇଟ୍ ଏୟାର ରାଇଫଲ୍ ଇଭେଣ୍ଟରେ ୧୪ ବର୍ଷରୁ କମ୍ ବିଭାଗରେ ମୋଟ ୩୭୯ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ତାଙ୍କୁ ପଦକ ସହିତ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ପଞ୍ଜାବ ଫୁଗବାଡ଼ା ଲଭଲି ପ୍ରଫେସନାଲ ୟୁନିଭର୍ସିଟିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l

ତେବେ ତାଙ୍କର ଏହି ସଫଳତା ସାରା ଓଡ଼ିଶାକୁ ଗୌରବାନ୍ବିତ କରିଛି। ଏଥି ସହ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ବର ରିଜିଅନରେ ଓଡ଼ିଶାକୁ ପ୍ରଥମ ଥର ଲାଗି ବନ୍ଧୁକ ଚାଳନାରେ ବ୍ରୋଞ୍ଚ ପଦକ ମିଳିଛି।  ସତ୍ୟମଙ୍କ ସଫଳତାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଖୁସିର ଲହରି ଖେଳିଯାଇଥିବା ବେଳେ ବାପା ମାଆଙ୍କ ବେଶ୍ ଗର୍ବ ଅନୁଭବ କରିଛନ୍ତି। 

ରବିବାର ପଞ୍ଜାବରୁ ଭୁବନେଶ୍ବର ଫେରିଲା ପରେ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ  ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସତ୍ୟମ ଆଗକୁ ଆହୁରି ଅଧିକ ପ୍ରସ୍ତୁତି କରି ରାଜ୍ୟ ପାଇଁ ସ୍ଵର୍ଣ୍ଣ ପଦକ ଆଣିବେ ବୋଲି ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.