ୱାର୍ଣ୍ଣର ବ୍ରଦର୍ସ ଷ୍ଟୁଡିଓ ଅଧିଗ୍ରହଣ କଲା ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ

NEWS7
kareena-kapoor-khan-celebrates-43rd-birthday

ନୂଆଦିଲ୍ଲୀ: ୱାର୍ଣ୍ଣର ବ୍ରଦର୍ସ ଷ୍ଟୁଡିଓ ଅଧିଗ୍ରହଣ କଲା ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ। କମ୍ପାନୀ ଏହାକୁ ୭୨ ବିଲିୟନ ଡଲାର (ପ୍ରାୟ ୬.୪୭ ଲକ୍ଷ କୋଟି ଟଙ୍କା) ଅଧିଗ୍ରହଣ କରିଥିବା ଘୋଷଣା କରିଛି। ଏହି ଚୁକ୍ତି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ଏକ ବଡ଼ ମର୍ଜର। ଯାହା ଷ୍ଟ୍ରିମିଂ ଏବଂ ଟ୍ରାଡିସନାଲ ମିଡିଆକୁ ଯୋଡ଼ିବ।

କମ୍ପାନୀ ଅନୁଯାୟୀ, ଏହି ଅଧିଗ୍ରହଣ ତାଙ୍କ କଣ୍ଟେଣ୍ଟକୁ ଆହୁରି ମଜବୁତ କରିବ। ଏନେଇ ନେଟଫ୍ଲିକ୍ସର ସିଇଓ ଟେଡ୍ ସାରାଣ୍ଡୋସ୍ କହିଛନ୍ତି, "ଏହି ଚୁକ୍ତି ଆମର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ୱାର୍ଣ୍ଣରଙ୍କ ଫିଲ୍ମ ଏବଂ ଶୋ'ଗୁଡ଼ିକ ଆମର ଲାଇବ୍ରେରୀର ଅଂଶ ହୋଇ ରହିବ, ଯାହା ୟୁଜରଙ୍କୁ ଅଧିକ ଅପସନ ଦେବ।" ଗୁରୁବାର କମ୍ପାନୀର ବୋର୍ଡ ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ଚୁକ୍ତି ଅନୁଯାୟୀ, ନେଟଫ୍ଲିକ୍ସ ୱାର୍ନର ବ୍ରଦର୍ସ ଡିସ୍କଭରୀ (ଡବ୍ଲୁଡି) ଫିଲ୍ମ ଏବଂ ଟିଭି ଷ୍ଟୁଡିଓ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ (ଏଚ୍ବିଓ ମାସ୍କ ଏବଂ ଏଚ୍ବିଓ)କୁ ଏକତ୍ର କରିବ।

ନେଟଫ୍ଲିକ୍ସ ୱାର୍ନର ବ୍ରଦର୍ସଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତିର ମୂଲ୍ୟ ୭୨ବିଲିୟନ ଡଲାର। ଯେଉଁଥିରେ ଅଧିକାଂଶ ଦେୟ ନଗଦ ଏବଂ ବାକି ଦେୟ ନେଟଫ୍ଲିକ୍ସ ସେୟାର ମାଧ୍ୟମରେ କରାଯିବ। ୱାର୍ନର ବ୍ରଦର୍ସ ଡିସ୍କଭରୀର ପାର୍ଟ, ଏହାକୁ ଅଧିଗ୍ରହଣ କରିବାକୁ ପୂର୍ବରୁ ଅନେକ ବିଡରଙ୍କ ବୋଲି ଲଗାଇଥିଲେ। ରିପୋର୍ଟ ଅନୁଯାୟୀ ଡିଜନି ଏବଂ ଆମାଜନ ମଧ୍ୟ ବିଡ୍ କରିଥିଲେ, କିନ୍ତୁ ନେଟପ୍ଲିକ୍ସ ସର୍ବାଧିକ ବିଡ୍ ଦେଇଥିଲା।