କୋରାପୁଟ ୧୪।୦୭ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ କନଓ୍ୱର ବିଶାଳ ସିଂହଙ୍କ ଦାୟିତ୍ୱ ଗ୍ରହଣ । କୋରାପୁଟ ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ କନଓ୍ୱର ବିଶାଳ ସିଂହ। ସେଠାରେ ତାଙ୍କୁ ଗାର୍ଡ ଅଫ ଅର୍ନର ଦିଆଯାଇଛି। ପୂର୍ବରୁ ଜିଲ୍ଲାରେ ଏସ୍ପି ଭାରେ ଦାୟିତ୍ୱ ତୁଲାଇଥିଲେ, ଆଉ ଏବେ ପୁନର୍ବାର କୋରାପୁଟର ଜନସାଧାରଣଙ୍କୁ ସେବା କରିବାରେ ସୁଯୋଗ ମିଳିଛି । କୋରାପୁଟ ପାଣିପାଗ ସହିତ ମୋର ପୁରୁଣା ସଂପର୍କର ଅଛି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାରେ ମାଓ ଦମନ, ଗଞ୍ଜେଇ ଚୋରାଚାଲାଣ, ଅପରାଧ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦିଆଯିବ । ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ଆନ୍ଧ୍ର –ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମାଓ ମୁକ୍ତ ଅଞ୍ଚଳ ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଗଞ୍ଜେଇ ଚୋରାଚାଲାଣ ଧରାପଗଡ଼କୁ ଅଧିକ କଡ଼ାକଡ଼ି କରାଯିବ । ଆଇନଶୃଙ୍ଖଳା ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସକୁ ଜନସାଧାରଣଙ୍କ ବିଶ୍ୱାସ ଭାବନ ହେବା ଭଳି ପଦକ୍ଷେପ ନିଆଯିବ । ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଡିଆଇଜି କନଓ୍ୱର ବିଶାଳ ସିଂ । ଯୋଗଦାନ ପରେ କାର୍ଯ୍ୟାଳୟରେ ଏସପିଙ୍କ ସହ କୋରାପୁଟ ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି।