ଦୁବାଇରେ କିଏ ଦେଇଥିଲା ସୁନା, ବେଙ୍ଗାଲୁରୁରେ କାହାକୁ ଦେବାର ଥିଲା; DRI ଅଧିକାରୀଙ୍କୁ ସତ କହିଲା ସ୍ମଗଲିଂ କ୍ବିନ୍

Published By : Prameya-News7 Bureau | March 13, 2025 IST

ନୂଆଦିଲ୍ଲୀ: ବିଦେଶରୁ ବେଆଇନ ସୁନା ଚାଲାଣ କେସ୍‌ରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ DRI ଜେରା କରିଛି । ଏହି ପଚରାଉଚରା ବେଳେ ବଡ଼ ଖୁଲାସା କରିଛି ସ୍ମଗଲିଂ କ୍ବିନ୍ ରାନ୍ୟା । ସେ ନିଜ ବୟାନରେ କହିଛି, ଫଟୋଗ୍ରାଫି ଓ ରିୟଲଷ୍ଟେଟ୍ ବ୍ୟବସାୟୀରେ ବିଦେଶ ଯାତ୍ରା କରୁଥିଲା । ୟୁରୋପ, ଆମେରିକା, ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ଅନେକ ଥର ଗସ୍ତ କରିଛି । ଗତ ଦୁଇ ସୁପ୍ତାହ ହେଲା ଏକ ଅଜ୍ଞାତ ବିଦେଶୀ ଫୋନ୍ ନମ୍ବରରୁ କଲ୍ ଆସୁଥିଲା । ମାର୍ଚ୍ଚ ୧ ତାରିଖରେ ମଧ୍ୟ ଏକ ବିଦେଶୀ ନମ୍ବରରୁ କଲ୍ ଆସିଥିଲା । 

ରାନ୍ୟା ରାଓ ଆହିରୁ ମଧ୍ୟ କହିଛି, ତାଙ୍କୁ ଦୁବାଇ ଏୟାରପୋର୍ଟର ୩ନଂ ଟର୍ମିନାଲର ଗେ-Aରେ ନିର୍ଦ୍ଦେଶା ଦିଆଯାଇଥିଲା । ସେଠାରୁ ସୁନା ବିସ୍କୁଟ ଗ୍ରହଣ କରିବା ସହିତ, ହଳଦିଆ ଧାତୁକୁ ବେଙ୍ଗାଲୁରୁରେ ଡେଲିଭରୀ କରିବାକୁ କୁହାଯାଇଥିଲା । ଏହା ସୁନା ତସ୍କରୀର ପ୍ରଥମ ସୋପାନ ଥିଲା । ଏହାପୂର୍ବରୁ କେବେ ବି ସେ ଦୁବାଇରୁ ସୁନା କିଣିନଥିଲା ବୋଲି କହିଛି ସ୍ମଗଲିଂ କ୍ବିନ୍ ରାନ୍ୟା ରାଓ । ପଚରାଉଚରା ବେଳେ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି, ସୁନାକୁ ଲୁଚାଇ ରଖିବା ତରିକା ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ YouTube ରୁ ଶିଖିଛି ବୋଲି କହିଛି ।

କନ୍ନଡ ଅଭିନେତ୍ରୀ ତଥା ଆଇପିଏସ ଅଧିକାରୀଙ୍କ ଝିଅ ରାନ୍ୟା ରାଓ କହିଛି, ଶେଷ ଥର ବିଦେଶରୁ  ଫେରୁଥିବାବେଳେ ସୁନାକୁ ଦୁଇଟି ପ୍ଲାଷ୍ଟିକ ପ୍ୟାକେଟରେ ଆଣୁଥିଲେ । ବିମାନବନ୍ଦରରେ କ୍ରିପ୍ ବ୍ୟାଣ୍ଡେଜ୍ ଏବଂ କଇଁଚି କିଣିଥିଲେ । ଏହାପରେ ଏୟାରପୋର୍ଟ ଶୋଚାଳୟକୁ ଯାଇ, ସେଠାରେ ସୁନା ଛଡ଼ିକୁ ନିଜ ଶରୀରରେ ଲୁଚାଇ ଦେଇଥିଲେ । ସୁନାକୁ ନିଜ ଜିନ୍ସ ଏବଂ ଜୋତାରେ ଲୁଚାଇ ରଖିଥିଲା । ହଳଦିଆ ଧାତୁକୁ ଶରୀରରେ ଲୁଚାଇବା ସେ ୟୁଟ୍ୟୁବରୁ ଭିଡିଓ ଦେଖି ଶିଖିଥିଲା ବୋଲି DRI ଅଧିକାରୀଙ୍କୁ କହିଛି କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.