ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କଲେ କହ୍ନେୟା କୁମାର

Published By : Prameya-News7 Bureau | June 27, 2025 IST

ପାଟନା ୨୭।୬: କଂଗ୍ରେସ ନେତା କହ୍ନେୟା କୁମାର ଶୁକ୍ରବାର କହିଛନ୍ତି ଯେ ବିହାରରେ ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ତେଜସ୍ୱୀ ଯାଦବ ପ୍ରମୁଖ ଚେହେରା ହେବା ନେଇ କୌଣସି ବିବାଦ ନାହିଁ। କାରଣ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟର ବିଜୟ ହେଲେ ସବୁଠୁ ବଡ଼ ମେଣ୍ଟ ଦଳ ରୂପେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ହିଁ ସ୍ୱଭାବିକ ରୂପେ ମୁଖ୍ୟମନ୍ତ୍ରୀ ହେବେ। 

କହ୍ନେୟା କୁମାର ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ‘ ନିର୍ବାଚନରେ ପ୍ରସଙ୍ଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତେବେ ଏଥିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ଏକ ଷଡ଼ଯନ୍ତ୍ର ରୂପେ ବାରମ୍ବାର ମୁଖ୍ୟମନ୍ତ୍ରୀ ଚେହେରାର କଥା କୁହାଯାଉଛି’। ସେହିପରି ବିହାରରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସମ୍ପର୍କରେ ପଚରାଯିବାରେ କହ୍ନେୟା କୁମାର କହିଛନ୍ତି ଯେ ମୁଁ ଭାବୁଛି ଗତ ଥର ମଧ୍ୟ ପରିବର୍ତ୍ତନର ପରିବେଶ ଥିଲା। ତେବେ ସାମାନ୍ୟ ଅନ୍ତର ପାଇଁ ମହାମେଣ୍ଟକୁ ସରକାରରୁ ଦୂରରେ ରହିବାକୁ ପଡିଥିଲା। ତେବେ ଗତ ୫ ବର୍ଷ ହେଲା ବିହାରର ଯେଉଁ ରାଜନୈତିକ ସ୍ଥିତି ରହିଛି ସେଥିରେ ଏଥର ନିର୍ବାଚନରେ ପରିବର୍ତ୍ତନର ପବନ ବହୁଥିବାର ଜଣାପଡୁଥିବା କହ୍ନେୟା କୁମାର କହିଛନ୍ତି। ଏଥିରେ କଂଗ୍ରେସ ଛାତ୍ର ସଙ୍ଗଠନ ଏନଏସୟୁଆଇ ପ୍ରଭାରୀ ମହାମେଣ୍ଟର ଦଳଙ୍କ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ଆମେ ସବୁ ମିଳିମିଶି ନିର୍ବାଚନ ଲଢିବୁ। ଯାହାର ବଡ଼ ଦାୟିତ୍ୱ ସେ ନିଜ ଦାୟିତ୍ୱ ସମ୍ଭାଳିବେ ଓ ଯାହାର ଦାୟିତ୍ୱ କମ୍ ସେ ମଧ୍ୟ ନିଜ ଦାୟିତ୍ୱ ତୁଲାଇବେ। ସେହିପରି ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଜନତା ନିର୍ଦ୍ଧାରଣ କରିବେ ବୋଲି ପ୍ରଭାରୀ କହିଛନ୍ତି। 

ଏଥିରେ କହ୍ନେୟା କୁମାର କହିଛନ୍ତି ଯେ ଯାହାର ସଂଖ୍ୟାବଳ ଥିବ ସେ ମୁଖ୍ୟମନ୍ତ୍ରୀ ହେବ। ସ୍ୱଭାବିକ ରୂପେ ଆରଜେଡି ଅଧିକ ଆସନରେ ଲଢିବ ଓ ଜିତିବ। ଏଣୁ ସଂଖ୍ୟାବଳ ନିଶ୍ଚିତ ଆରଜେଡି ପାଖରେ ରହିବ ଓ ସେ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ହେବ। ଏହାକୁ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏଥିରେ ମହାମେଣ୍ଟର ପ୍ରମୁଖ ଚେହେରା ତେଜସ୍ୱୀ ଯାଦବ ହେବେ କି ବୋଲି ପଚରା ଯିବାରୁ ଜେଏନୟୁ ଛାତ୍ର ସଂଘର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଯେ ଏହାକୁ ନେଇ ମହାମେଣ୍ଟରେ କୌଣସି ବିବାଦ ନାହିଁ। 

ସେ କହିଛନ୍ତି ଯେ ଏହା ବିଲକୁଲ ସ୍ପଷ୍ଟ ଯେ ମହାମେଣ୍ଟ ପ୍ରକ୍ରିୟା ଅନୁସାରେ ସବୁ କିଛି ହେଉଛି। ସବୁ ପାର୍ଟିଙ୍କ ମିଳିତ ମିଡିଆ ସମୂହ ହୋଇଛି। ସେହିପରି ସବୁ ପାର୍ଟିଙ୍କୁ ମିଶାଇ ଘୋଷଣାପତ୍ର କମିଟି ଗଠନ କରାଯାଇଛି। ଏଣୁ ସବୁ ପାର୍ଟି ମିଶି ଆସନ ଭାଗବଣ୍ଟା ମଧ୍ୟ କରିବେ ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.