ନାରାୟଣପାଟଣା ୧୪।୦୭ : ପୁଣି କଙ୍ଗାରୁ କୋର୍ଟ! ରାୟଗଡ଼ା ଜିଲ୍ଲା ପରେ ଏବେ କୋରାପୁଟ୍ ଜିଲ୍ଲାରେ ଅଭାବନୀୟ ଘଟଣା। ପୁଅ- ଝିଅଙ୍କ ବେକରେ ପଡ଼ିଛି ଜୁଆଳି। ଭାଇ ଭଉଣୀ ସମ୍ପର୍କରେ ପ୍ରେମ ସମ୍ପର୍କ ଥିବାରୁ ଯୁବକ ଯୁବତୀଙ୍କୁ ଦିଆଯାଇଛି ବଳଦ ଦଣ୍ଡ। ଆଉ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।
ରାୟଗଡ଼ା ପରେ ଏବେ କୋରାପୁଟ୍। ପୁଣି ପୁଅ ଝିଅଙ୍କ ବେକରେ ପଡ଼ିଲା ଜୁଆଳି। ଅମାନବିକତା ଏବଂ ହୀନ ମାନସିକତାର ଦୃଶ୍ୟ ଦେଖିବାକୁ ମିଳିଛି । ରାୟଗଡ଼ା ପରେ କୋରାପୁଟ ଜିଲ୍ଲାର ଗାଁ ଦାଣ୍ଡରେ ଦେଖିବାକୁ ମିଳିଛି ବଳଦ ଦଣ୍ଡ। ଭାଇ ଭଉଣୀ ସମ୍ପର୍କରେ ପ୍ରେମ ସମ୍ପର୍କ ଥିବାରୁ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏଭଳି ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି କିଭଳି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି ବି କରାଯାଇଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ୍ ନାଡିମିଇଟିକି ଗ୍ରାମରେ ଏହି ଅଭାବନୀୟ ଘଟଣାକୁ ନେଇ ଏବେ ପୁଣି ଚର୍ଚ୍ଚା ।
ଦୁଇ ଯୁବକ ଯୁବତୀଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରି ଗାଁରେ ବସିଥିଲା କୁଳ ପଞ୍ଚାୟତ। ଆଉ ଏହି ପଞ୍ଚାୟତରେ ନିଷ୍ପତ୍ତି ହୋଇଥିଲା ବଦଳ ଦଣ୍ଡ ଦେବାକୁ। ଦୁହେଁ ଏକା ପୀଡିକା ବଂଶର ହୋଇଥିବା ଏବଂ ସମ୍ପର୍କରେ ଭାଇ ଭଉଣୀ ହୋଇଥିବାରୁ ଏପରି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରଥା ପାଳନ କରିବାକୁ ଯାଇ ଏଭଳି ଅମାନବୀୟ କାର୍ଯ୍ୟକୁ ସଭ୍ୟ ସମାଜରେ ଘୋର ନିନ୍ଦା କରାଯାଇଛି ।