ଭାରତ ପାଖରେ ମାତ୍ର ୨୫ ଦିନର ତେଲ ବାକି ଅଛି: ଯୁଦ୍ଧ ଯୋଗୁ ଆମଦାନୀ ପଥ ବନ୍ଦ; ନୂଆ ସପ୍ଲାଏୟର ଖୋଜିଲେ

NEWS7
kangana-says-working-in-the-film-industry

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତକୁ ଘାରିଲାଣି ଇନ୍ଧନ ଚିନ୍ତା। ଏକ ରିପୋର୍ଟ ଅନୁସାରେ, ଭାରତ ପାଖରେ ଏବେ କେବଳ ୨୫ ଦିନର ଗଚ୍ଛିତ ଅଶୋଧିତ ଏବଂ ବିଶୋଧିତ ତୈଳ ବଞ୍ଚିଛି। ସରକାରୀ ସୂତ୍ରରୁ ତଥ୍ୟ ନେଇ ଦେଶର ଶକ୍ତି ସୁରକ୍ଷା ଅପଡେଟ୍ ସମ୍ପର୍କିତ ଏହି ଖବର ପ୍ରକାଶ କରିଛି ଏଏନ୍ଆଇ। ଦେଶରେ ଯେମିତି ତୈଳ ସଂକଟ ଦେଖା ନ ହୁଏ, ସେଥିପାଇଁ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ସପ୍ଲାଏ ଚେନ୍‌ରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ଏଲପିଜି ଏବଂ ଏଲଏନଜି ଆମଦାନୀର ଅନ୍ୟ ବିକଳ୍ପ ଉପରେ ଆଲୋଚନା ଚାଲିଛି ବୋଲି ରିପୋର୍ଟରେ କୁହାଯାଇଛି।

ଇରାନ ଷ୍ଟ୍ରେଟ ଅଫ୍ ହର୍ମୁଜକୁ ବନ୍ଦ କରିବାକୁ ଘୋଷଣା କରିବା ପରେ ଚିନ୍ତା ବଢ଼ି ଯାଇଛି। ଇରାନ ସେନା କହିଛି, ଏହି ରାସ୍ତା ଦେଇ ଯେଉଁ ଜାହାଜ ଯିବା ତାକୁ ପୋଡ଼ି ଦିଆଯିବ। ଓମାନ ଏବଂ ଇରାନ ମଧ୍ୟ ଦେଇ ଯାଇଥିବା ୩୨ କିମିର ଅଣଓସାରିଆ ଏହି ଜଳ ମାର୍ଗ ବିଶ୍ୱ ତୈଳ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତ ନିଜ ଆବଶ୍ୟକତାର ୬୦% ତୈଳ ଏହି ଜଳପଥ ଦେଇ ଆମଦାନୀ କରିଥାଏ।

ହର୍ମୁଜ୍ ରୁଟ୍ ବନ୍ଦ ହେବା ଦ୍ୱାରା ବିଶ୍ୱର ଅନେକ ଦେଶରେ ତୈଳ ଯୋଗାଣ ପ୍ରଭାବିତ ହେବ, ଯେଉଁଥିରେ ଭାରତ ସମେତ ଏସୀୟ ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହେବେ। ଏହି ରୁଟ୍ ବନ୍ଦ ହେବା ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାର ଅତିକ୍ରମ କରିପାରେ। ବର୍ତ୍ତମାନ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୫.୫୮% ବୃଦ୍ଧି ପାଇ ବ୍ୟାରେଲ ପ୍ରତି ୮୦.୪୧ ଡଲାରରେ ପହଞ୍ଚି ସାରିଛି।

ସରକାରଙ୍କ ସ୍ପଷ୍ଟୀକରଣବଢ଼ିବନି ତୈଳ ଦର

ଜନତାଙ୍କ ଆଶ୍ୱସ୍ତି ଆଇଁ ତୈଳ ଦର ବୃଦ୍ଧି ହେବ ନାହିଁ କେନ୍ଦ୍ର ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ହ୍ରାସ ସତ୍ତ୍ୱେ ଘରୋଇ ସ୍ତରରେ ସ୍ଥିର ମୂଲ୍ୟ ବଜାୟ ରଖିବା ପାଇଁ ପ୍ରୟାସ କରାଯାଉଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ ଦେଶରେ ପ୍ରମୁଖ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ତେବେ ଏନେଇ ସୋମବାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସଂହ ପୁରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସି ସାରିଛି।

କେବଳ ତେଲ ଉପରେ ନୁହେଁ ବରଂ ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଭାରତର ରପ୍ତାନି ଏବଂ ଆମଦାନୀ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (DGFT) ଏନେଇ ବୈଠକ କରିଛି। ବୈଠକରେ ଲଜିଷ୍ଟିକ୍ସ ଅପରେଟର ଏବଂ ସିପିଂ ଲାଇନର ପ୍ରତିନିଧିମାନେ କହିଥିଲେ ଯେ ବର୍ତ୍ତମାନର ଉତ୍ତେଜନା ଯୋଗୁ ଜାହାଜଗୁଡ଼ିକୁ ପଥ ପରିବର୍ତ୍ତନ କରିବାକୁ ପଡ଼ୁଥିବାରୁ ପରିବହନ ସମୟ ବଢ଼ୁଛି। ଏହା ବ୍ୟତୀତ, ମାଲ ପରିବହନ ଏବଂ ବୀମା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ରପ୍ତାନିକାରୀ ଏବଂ ଆମଦାନୀକାରୀଙ୍କ ପାଇଁ ଡକ୍ୟୁମେଣ୍ଟେସନ୍ ଏବଂ ପେମେଣ୍ଟ ପ୍ରକ୍ରିୟାକୁ ସରଳ କରିବା ଏବଂ ମାଲ ପରିବହନ ବିଳମ୍ବକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ପଢନ୍ତୁ- ଇରାନ ଯୁଦ୍ଧ ଯୋଗୁ ବନ୍ଦରରେ ଫସିଛି ୪ ଲକ୍ଷ ମେଟ୍ରିକ ଟନ୍ ଭାରତୀୟ ବାସୁମତୀ ଚାଉଳ, ରପ୍ତାନୀ ଉପରେ ପଡ଼ିପାରେ ବଡ଼ ପ୍ରଭାବ

ଭାରତ ଏହାର ତୈଳ ଆବଶ୍ୟକତାର ପ୍ରାୟ ୮୫% ଆମଦାନୀ କରେ। ଯାହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପଶ୍ଚିମ ଏସୀୟ ଦେଶଗୁଡ଼ିକରୁ ଆସିଥାଏ। ତେଣୁ, ଏହି ଅଞ୍ଚଳରେ ଯେକୌଣସି ବିକାଶ ସିଧାସଳଖ ଭାରତର ଅର୍ଥନୀତି ଏବଂ ଶକ୍ତି ସୁରକ୍ଷାକୁ ପ୍ରଭାବିତ କରିବ। ଏଭଳି ପରିସ୍ଥିତିରେ ସରକାର ବର୍ତ୍ତମାନ ରୁଷ ଏବଂ ଅନ୍ୟାନ୍ୟ ଆଫ୍ରିକୀୟ ଦେଶଗୁଡ଼ିକୁ ବିକଳ୍ପ ରୂପରେ ବାଛିପାରନ୍ତି। ଭାରତ ପୁଣିଥରେ ଋଷ ଠାରୁ ତୈଳ ଆମଦାନୀ ବଢ଼ାଇପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି।

ପଢ଼ନ୍ତୁ- ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆସିଲା ଅପଡେଟ୍, ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ୯% ବୃଦ୍ଧି

ରିପୋର୍ଟ ଅନୁଯାୟୀ, ଭାରତ ବର୍ତ୍ତମାନ ଭାରତ ମହାସାଗର ନିକଟରେ କିମ୍ବା ଏସୀୟ ଜଳସୀମାରେ ଅବସ୍ଥିତ ରୁଷୀୟ ତୈଳ କାର୍ଗୋ କ୍ରୟ କରିବାକୁ ବିଚାର କରୁଛି। ତଥ୍ୟ ଅନୁଯାୟୀ, ପ୍ରାୟ ୯.୫ ଲକ୍ଷ ବ୍ୟାରେଲ ରୁଷୀୟ ଅଶୋଧିତ ତୈଳ ବର୍ତ୍ତମାନ ଟ୍ୟାଙ୍କରରେ ଲୋଡ୍ ହୋଇ ଏସୀୟ ଦେଶଗୁଡ଼ିକ ଆଖପାଖରେ ୱେଟିଂ ମୋଡ୍ରେ ରହିଛି। ସପ୍ଲାଏ କମିଲେ ଭାରତ ଏହି ଟ୍ୟାଙ୍କର ଗୁଡ଼ିକୁ ତୁରନ୍ତ କିଣିପାରେ। ଏଥିରେ ପରିବହନ ସମୟ ଏବଂ ଖର୍ଚ୍ଚ ଉଭୟକୁ ହ୍ରାସ ହେବ।

ସେପଟେ କେପ୍ଲର ରିପୋର୍ଟ ଅନୁଯାୟୀ, ଭାରତରେ ଷ୍ଟୋରେଜ୍ ଟ୍ୟାଙ୍କjs ୧୦୦ ଲକ୍ଷ୍ୟ ବ୍ୟାରେଲ ବାଣିଜ୍ୟିକ ଅଶୋଧିତ ତୈଳ ମହଜୁଦ ଅଛି। ଯାହା ମାତ୍ର ୪୦-୪୫ ଦିନର ଆବଶ୍ୟକତା ପୂରଣ କରିପାରିବ। ଏଗୁଡିକ ସବୁ ଭୂତଳ ରଣନୈତିକ ସଂରକ୍ଷଣ ଏବଂ ଦେଶ ଅଭିମୁଖେ ଯାତ୍ରା କରୁଥିବା ଜାହାଜରେ ଲୋଡ୍ ହୋଇ ରହିଛି। ଭାରତ ଆମଦାନୀ କରୁଥିବା ୮୦.୪୧ ଡଲାର ତେଲ ମଧ୍ୟରୁ କେବଳ ମଧ୍ୟପ୍ରାଚ୍ୟରେ ୫୦ ପ୍ରତିଶତ ତୈଳ ଆମଦାନୀ କରୁଛି।