କଟକ ସଦର ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ : ଶତାଧିକ ବିଜେଡି-କଂଗ୍ରେସ କର୍ମୀ ବିଜେପିରେ ସାମିଲ

NEWS7
kangana-ranaut-victory-over-congress-candidate-vikramaditya

ସାଲେପୁର ୫।୨: ଡବଲ୍ ଇଞ୍ଜିନ ସରକାରର ବିକାଶମୁଖି କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ କଟକ ସଦର ବିଜେପି ପକ୍ଷରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଶନନଗର ମଣ୍ଡଳ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ବିଜେଡି କଂଗ୍ରେସ କର୍ମୀଙ୍କୁ ବିଜେପି ଦଳରେ ସାମିଲ କରାଇଥିଲେ ।

ସୂଚନାଯୋଗ୍ୟ ଯେ, କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତର ନମାଜ ପଡିଆରେ କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ୱରେ କଟକ ସଦର ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ପ୍ରହରାଜପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ତାଙ୍କର ଶତାଧିକ ସମର୍ଥିତ କର୍ମୀଙ୍କୁ ଓତରି, ପୁଷ୍ପ ଗୁଚ୍ଛ ଦେଇ ବିଜେପି ଦଳରେ ସାମିଲ କରି ଡବଲ ଇଞ୍ଜିନ ସରକାରର ବିକାଶରେ ସମସ୍ତେ ସାମିଲ ହୋଇ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରହରାଜପୁର ପଞ୍ଚାୟତର ବିଭିନ୍ନ ଜନ ହିତକାରୀ ପ୍ରକଳ୍ପକୁ କଟକ ସଦର ବିଧାୟକ ଉଦଘାଟନ କରିଥିଲେ।