ଯାତ୍ରୀମାନେ ଦୟାକରି ଧାନ ଦିଅନ୍ତୁ... ଦେଶରେ ଖୁବଶୀଘ୍ର ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

NEWS7
kangana-ranaut-victory-over-congress-candidate-vikramaditya

ନୂଆଦିଲ୍ଲୀ ୦୭।୦୧ : ଦେଶର ପ୍ରଥମ ହାଇଡ୍ରୋଜେନ କ୍ଷମତା ବିଶିଷ୍ଟ ଟ୍ରେନ ହରିୟାଣାରେ ଗଡିବ। ନର୍ଦନ ରେଲୱେର ଏହି ଆକାଂକ୍ଷୀ ପ୍ରକଳ୍ପ ଜିନ୍ଦ୍ ଏବଂ ସୋନିପତ ମଧ୍ୟରେ ଚାଲିବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ହରିୟାଣା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଜିନ୍ଦରେ ସ୍ଥାପିତ ହାଇଡ୍ରୋଜେନ ପ୍ଲାଣ୍ଟ ଲାଗି ୧୧ କେଭି ବିଜୁଳି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ହାଇଡ୍ରୋଜେନ ଟ୍ରେନ ଲାଗି ଏହି ୟୁନିଟ ଇନ୍ଧନ ଯୋଗାଇବ । ଏହି ପ୍ଲାଣ୍ଟର ଷ୍ଟୋରେଜ କ୍ଷମତା ରହିଛି ୩ ହଜାର କିଲୋଗ୍ରାମ । ଯାହା କାର୍ଯ୍ୟକ୍ଷମ ହେବାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଗତ ମାସ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଟ୍ରେନର ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଟ୍ରେନ ଲାଗି ଇଲେକ୍ଟ୍ରୋଲିସିସ୍ ଧାରାରେ ହାଇଡ୍ରୋଜେନ ଉତ୍ପାଦନ ହେବ ବୋଲି ସେ କହିଥିଲେ ।

ସେହିଭଳି ରେଲୱେ ୨୦୨୫ ନଭେମ୍ବର ସୁଦ୍ଧା ଏହାର ନେଟୱର୍କର ୯୯.୨% ଅଂଶକୁ ବିଦ୍ୟୁତୀକରଣ କରିଛି । ଫଳରେ ଭାରତୀୟ ରେଲୱେ ଏହାକୁ ସବୁଠାରୁ ବ୍ୟାପକ ବିଦ୍ୟୁତୀକରଣ ହୋଇଥିବା ରେଳ ବ୍ୟବସ୍ଥା ମଧ୍ୟରେ ଅନ୍ୟତମ କରିଛି । ସାଧାରଣ ଲୋକଙ୍କ ରେଳଯାତ୍ରାକୁ ସୁଗମ କରିବା ଲାଗି ରେଲୱେ ରେକର୍ଡ ମଡର୍ଣ୍ଣ ଜେନେରାଲ ଏବଂ ଅଣ ଏସି କୋଚ୍ ଉତ୍ପାଦନ କରିଛି । ଏହା ଦ୍ୱାରା ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସୁବିଧା ସହ ସୁରକ୍ଷା ବଢ଼ିଛି । ଷ୍ଟେଶନ ଗୁଡ଼ିକର ଉନ୍ନତିକରଣ ହୋଇଛି । ଟିକେଟ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ୩୦ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି ।