LIVE TV

ଚଳନ୍ତା ଟ୍ରେନ୍‌ରେ ଛୁରାମାଡ଼, ଦୁଇ ସନ୍ଦିଗ୍ଧଙ୍କୁ ବାନ୍ଧିଲା ପୋଲିସ

NEWS7
kamala-pujaris-house-have-no-electricity-since-15-day

ନୂଆଦିଲ୍ଲୀ୦୨ |୧୧ : ବ୍ରିଟେନ୍ କେମ୍ବ୍ରିଜସାୟରରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏକ ଚଳନ୍ତା ଟ୍ରେନରେ ଯାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଚଳନ୍ତା ଟ୍ରେନରେ ଏପରି ଘଟଣା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାସହ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି ।

ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟା ୭ଟା୪୦ରେ ପୋଲିସକୁ ଟ୍ରେନରେ ଛୁରାମାଡ ହୋଇଥିବା ନେଇ ସୂଚନା ମିଳିଥିଲା । ସେହି ସମୟରେ ଟ୍ରେନଟି କେମ୍ବ୍ରିଜସାୟର ଦେଇ ଅତିକ୍ରମ କରୁଥିଲା । ଏହା ହଣ୍ଟିଂଡନ୍ ପାଖରେ ପହଁଚିବା ପରେ ପୋଲିସ ଏହାକୁ ଅଟକାଇଥିଲା । ପ୍ରଥମେ ସନ୍ଦିଗ୍ଧ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଆହତଙ୍କୁ ହସ୍ପିଟାଲକୁ ପଠାଯାଇଥିଲା ।

ପୋଲିସର କହିବାନୁସାରେ, କେଉଁ କାରଣ ପାଇଁ ଟ୍ରେନରେ ଛୁଡାମାଡ ହୋଇଥିଲା ତାହା ଜଣା ପଡିନାହିଁ । ତଦନ୍ତ ଜାରି ରହିଛି । ଯାତ୍ରୀଙ୍କ ପାଖରେ ଥିବା ଭିଡିଓ ଫୁଟେଜକୁ ଯାଂଚ୍ କରାଯାଉଛି । ଏହାସହ କୌଣସି ସନ୍ଦିଗ୍ଧ  ବ୍ୟକ୍ତିଙ୍କୁ ଟ୍ରେନରେ ଦେଖିଲେ ତୁରନ୍ତ ସୂଚନା ଦେବାକୁ ଯାତ୍ରୀଙ୍କୁ କହିଛି ପୋଲିସ ।

ସେପଟେ ଏହି ଘଟଣାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି । ସେ କହଛନ୍ତି ଯେ, ଏହି ଘଟଣା ଖୁବ୍ ଚିନ୍ତାଜନକ । ସେ ପୀଡିତଙ୍କ ସହ ଅଛନ୍ତି । ଆହତଙ୍କୁ ତୁରନ୍ତ ଜରୁରୀ ସେବା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଲୋକେ ପୋଲିସର ନିର୍ଦ୍ଦେଶକୁ ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।