ତାମିଲନାଡୁ ନିର୍ବାଚନ ପୂର୍ବରୁ ଶଶିକଳା ଗଢିଲେ ନୂଆ ରାଜନୈତିକ ପାର୍ଟି, ଉଡାଇଲେ ଦଳର ପତାକା

NEWS7
kali-puja-preparation-in-jajpur

ରାମନାଥ ପୁରମ ୨୪।୨: ଏଆଇଏଡିଏମକେରୁ ବହିଷ୍କୃତ ନେତ୍ରୀ ଭି.କେ.ଶଶିକଳା ମଙ୍ଗଳବାର ତାମିଲନାଡୁରେ ନୂଆ ରାଜନୈତିକ ଦଳ ଆଣିବାକୁ ଯାଉଥିବା ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଜୟନ୍ତୀ ଅବସରରେ ରାମନାଥ ପୁରମରେ ଆୟୋଜିତ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଆମେ ଏକ ରାଜନୈତିକ ଅଧ୍ୟାୟର ସାକ୍ଷୀ ହେବାକୁ ଯାଉଛେ। ଆମର ଏକ ନୂଆ ପାର୍ଟି ହେବ। ଏହି ପାର୍ଟି ଦ୍ରାବିଡ ଆନ୍ଦୋଳନର ଅନୁସରଣ କରିବ ଓ ପେରାରୀଗ୍ନାର ଆନ୍ନା, ପୁରଚି ଥଲାଇଭର ଏମଜିଆର ଏବଂ ପୁରଚି ଥଲାଇବୀ ଆମ୍ମାଙ୍କ ପଦାଙ୍କରେ ଚାଲିବ।

ସେ କହିଛନ୍ତି ଯେ ତାଙ୍କ ପାର୍ଟି ଗରିବ, ଦଳିତ ଓ ସାଧାରଣ ଲୋକଙ୍କ ଲାଗି କାମ କରିବ ଓ ଶତ୍ରୁ ଏବଂ ଧୋକାବାଜଙ୍କ ମୂଳତ୍ପୋଟନ କରିବ। ଏହି କାର୍ଯ୍ୟକ୍ରମ ଅବସରରେ ଶଶିକଳା ପାର୍ଟିର ପତାକା ମଧ୍ୟ ଅନାବରଣ କରିଛନ୍ତି। ପତାକାରେ କଳା, ଶ୍ୱେତ ଓ ଲାଲ ରଙ୍ଗ ରହିଛି। ଏଥିରେ ପେରାଗ୍ନର ଆନ୍ନା, ଏମଜିଆର ଓ ଜୟଲଳିତାଙ୍କ ଛବି ରହିଛି। ତେବେ ସେ ପାର୍ଟିର ନାମ ଘୋଷଣା କରି ନାହାନ୍ତି, କହିଛନ୍ତି ଏ ବାବଦେ ଖୁବ୍ ଶୀଘ୍ର ଘୋଷଣା ହେବ।

ଉଲ୍ଲେଖଯୋଗ୍ୟ ଯେ ଆୟରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ପରେ ଶଶିକଳାଙ୍କୁ ଏଆଇଏଡିଏମକେରୁ ନିଷ୍କାସିତ କରିଦିଆଯାଇଥିଲା। ଏହି ଅବସରରେ ଶଶିକଳା ଜୟଲଳିତାଙ୍କ ମୃତ୍ୟୁ ପରର ଘଟଣାକୁ ମନେ ପକାଇ କହିଛନ୍ତି ସେତେବେଳେ ମନ୍ତ୍ରୀ ଓ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ। ତେବେ ବ୍ୟାକ୍ତିଗତ ଦାୟିତ୍ୱ ନିର୍ବାହ କରିବା ପାଇଁ ସେ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ, କହିଥିଲେ ଓ ପନ୍ନିର ସେଲଭମ ମୁଖ୍ୟମନ୍ତ୍ରୀ ରହନ୍ତୁ। ହେଲେ ତାଙ୍କ ସହ ପରେ ଧୋକା କରାଯାଇଥିବା ସେ କହିଛନ୍ତି।