LIVE TV

ବିହାର ବିଧାନସଭା ନିର୍ବାଚନ ଲାଗି ECI ଜାରି କଲେ ନୂଆ ଆଡଭାଇଜରୀ, ପ୍ରଚାରରେ ଚଳିବନି AI କଣ୍ଟେଣ୍ଟ

NEWS7
junior-hockey-world-cup-argentina-beat-france-by-3-1-goal

ଭାଗଲପୁର ୨୬।୧୦: ଭାରତ ନିର୍ବାଚନ ଆୟୋଗ (ଇସିଆଇ) ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ସ୍ୱତନ୍ତ୍ର, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ସମ୍ପନ୍ନ କରିବା ପାଇଁ ନିର୍ବାଚନ ପ୍ରଚାର କାଳରେ କୁତ୍ରିମ ବୁଦ୍ଧିମତା (ଏଆଇ) ସୃଷ୍ଟ ପ୍ରଚାର ସାମଗ୍ରୀ ସମ୍ପର୍କରେ ରାଜନୈତିକ ଦଳଙ୍କ ନିମନ୍ତେ ଏକ ଆଡଭାଇଜରୀ ଜାରି କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଙ୍କ ଦ୍ୱାରା ହାଇପର-ରିୟଲେଷ୍ଟିକ୍ ସୂଚନା ଓ ଏଆଇ ଦ୍ୱାରା ପ୍ରସ୍ତୁତ କଣ୍ଟେଣ୍ଟର ତ୍ରୁଟିପୂର୍ଣ୍ଣ ଉପଯୋଗ ହେଉଛି। ଏଣୁ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବାରେ ବାଧା ଉପୁଜୁଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ନିର୍ବାଚନ କାଳରେ ରାଜନୈତିକ ପ୍ରଚାରର ବିଶ୍ୱସନୀୟତା କାୟମ ରଖିବାର ଆବଶ୍ୟକତା ରହିଛି। ଏଣୁ ଏଆଇ ସୃଜିତ କଣ୍ଟେଣ୍ଟ ଓ ସିନ୍ଥେଟିକ ଉପାୟରେ ତିଆରି କରାଯାଇଥିବା ସୂଚନାର ପ୍ରଚାର ଓ ପ୍ରସାର ଲାଗି ଟେକ୍ନୋଲଜିର ବ୍ୟବହାର ଏକ ବଡ଼ ବିପଦ ସୃଷ୍ଟି କରିଛି। କାରଣ ଏଥିରେ ସତ୍ୟ ରୂପ ଧାରଣ କରିବା ଓ ଏହା ଅଜାଣତରେ ପଲିଟାକଲ ଷ୍ଟେକ୍ ହୋଲ୍ଡରଙ୍କୁ ଭୁଲ ଫଳାଫଳରେ ଫସେଇବାର କ୍ଷମତା ରହୁଛି। ଏଥିଲାଗି ନିର୍ବାଚନୀ ବିଶ୍ୱସନୀୟତା ଓ ଭୋଟରଙ୍କ ଭରସା କାୟମ ରଖିବା ଲାଗି ପାରଦର୍ଶୀ ଓ ଉତ୍ତରଦାୟୀ ହୁଅନ୍ତୁ।

ମିଥ୍ୟା ଓ ନକଲୀ କଣ୍ଟେଣ୍ଟରେ ନିର୍ବାଚନୀ ପ୍ରକ୍ରିୟାରେ ହେରଫେର କରିବାର ବଢୁଥିବା ବିପଦ ମଧ୍ୟରେ ଇସିଆଇ ସମ୍ବିଧାନର ଆର୍ଟିକଲ ୩୨୪ ଅନୁସାରେ ଭୋଟର ଲିଷ୍ଟ ପ୍ରସ୍ତୁତ କରିବା ଓ ନିର୍ବାଚନ କରାଇବାର ତାଙ୍କ ଅଧିକାର ଉପଯୋଗ କରି ସବୁ ରାଜନୈତିକ ଦଳଙ୍କୁ ଏକ ନୂଆ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଆୟୋଗ ଏହି କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ଆଇଟି ଅଧିନିୟମ ୨୦୨୧ ଓ ଆୟୋଗଙ୍କ ଦ୍ୱାରା ପୂର୍ବରୁ ଜାରି କାରଯାଇଥିବା ନିର୍ଦ୍ଦେଶ ଏବଂ କଣ୍ଟେଣ୍ଟ ସମ୍ପର୍କିତ ଦାୟିତ୍ୱ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି କହିଛନ୍ତି।

ଇତିମଧ୍ୟରେ ଇଲେକ୍ସନ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାଧୀନ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ପନ୍ନ କରିବାକୁ ଅବୈଧ ରାଶି, ଲିକର ଏବଂ ଅବୈଧ ନେଣଦେଣ ଉପରେ ଏନଫୋର୍ସମେଣ୍ଟ ଏଜେନ୍ସୀ ଦ୍ୱାରା ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।