ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

Published By : Prameya-News7 Bureau | June 10, 2025 IST

ବରଗଡ଼ ୧୦।୬ଭିଜିଲାନ୍ସ ଜାଲରେ ମହିଳା ଜେଇ । ବରଗଡ଼ ଡ଼ାଙ୍ଗବାହାଲ ପଞ୍ଚାୟତ ଜେଇ ସୁସ୍ମିତା ଓରାମଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । 

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡ଼ାଙ୍ଗବାହାଲ ପଞ୍ଚାୟତ ଜେଇ ସୁସ୍ମିତା ଓରାମ ମନରେଗା ବିଲ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଗାଇସିଲେଟ JE ସୁସ୍ମିତା ଓରାମ ବିଲ୍‌ କରିବାକୁ ପୂର୍ବତନ ସରପଞ୍ଚଙ୍କ ଠାରୁ ଲାଞ୍ଚ ନେଉଥିଲେ ।

You Can Read:

ଲାଞ୍ଚ ନେଇ ଫସିଗଲେ ଧର୍ମଗଡ଼ ଉପ ଜିଲ୍ଲାପାଳ, କିଏ ଓ କାହିଁକି ଦେଉଥିଲା ୧୦ ଲକ୍ଷ ଟଙ୍କା ?

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.