LIVE TV

ପ୍ରାର୍ଥୀ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ଉପ-ସଭାପତି, କହିଲେ ଜିଲ୍ଲା ପାଇଁ ସେ ପୁରୁଣା ମୁହଁ

NEWS7
junior-clerk-arrested-for-taking-bribe-in-sub-registrar-office-in-city

ନୂଆପଡ଼ା ୧୬/୧୦: ନୂଆପଡ଼ା ଉପ ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସ୍ନେହାଙ୍ଗିନୀ ଛୁରିଆଙ୍କ ନାମରେ ମୋହର ମାରିଛି ଦଳ । ଆଉ ପ୍ରାର୍ଥୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି  ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ପୁରୁଣା ଚେହେରା ମାମୁଁ ଘର ନୂଆପଡା ଆଉ ତାଙ୍କ ନିଜ ଘର ସେଇ ପାଖରେ ପଦ୍ମପୁରରେ ।

ସେ ନୂଆପଡା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ପର୍ଯ୍ୟବେକ୍ଷକ ଥିଲେ । ସେ ଜିଲ୍ଲା ସହ ସେ ଭଲଭାବେ ପରିଚିତ । ମହିଳା ନେତ୍ରୀ ଭାବେ ସେ ରାଜ୍ୟରେ ପରିଚିତ ଚେହେରା । ସେହି ନୂଆପଡ଼ାରେ ପୂର୍ବରୁ ବାହାରୁ ଯାଇ ଜଗନ୍ନାଥ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ସେ ଟ୍ରେଣ୍ଡ ଆଗରୁ ରହିଛି । ଉପନିର୍ବାଚନରେ ବାହାରୁ ଯାଇକି ନିର୍ବାଚନ ଲଢ଼ି ଜିତିଛନ୍ତି । କିଛି ଭିତିରି ବାହାରି ଡିଲ୍ ନାହିଁ । ଏହା ସବୁ ଗୁଜବ । ସେଇଟା ଅସାର ପରିଣତ ହେବ ।

ବିଜେପି ଢୋଲକିଆଙ୍କ ପୁଅଙ୍କୁ ନେଲା ପରେ ୧୦ ରୁ ୧୨ ଜଣ ଆବେଦନକାରୀ ଥିଲେ । ତା ମଧ୍ୟରୁ ଦୁଇ ତିନି ଜଣଙ୍କୁ ଚୟନ କରାଯାଇଥିଲା । ସେ ମଧ୍ୟରୁ ଜଣେ ଅମଙ୍ଗ ହେଲେ । ବାକି ଯେଉଁମାନେ ଥିଲେ ଜିଲ୍ଲା ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ କହିଛନ୍ତି ଯାହା ଦଳ ନିର୍ଦ୍ଦେଶ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଆମେ ତାକୁ ମାନିବୁ ।

ସେହିପରି ତୃଣମୂଳ ସ୍ତରରେ କର୍ମୀ ଓ ନେତା ବିଜେଡି ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସେ । ସେ କହିଛନ୍ତି ଆମେ କାହାକୁ ଛାଡୁନୁ । ଯେଉଁମାନେ ବିଚାର ଧାରାରୁ ଓହରି କି ଯାଉଛନ୍ତି ସେମାନେ ଯିବେ । ଆମେ ଚାହିଁବୁନି ଯେ କେହି ଯାଆନ୍ତୁ ବୋଲି । ଆହୁରି ବି ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଦେବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ତିନି ଥର ନୂଆପଡ଼ା ଗସ୍ତ କଲେଣି । ମୁଖ୍ୟମନ୍ତ୍ରୀ ବାରମ୍ବାର ନୂଆପଡା ଯିବା ଜଣାପଡୁଛି ସବୁ କେବଳ ଉପ ନିର୍ବାଚନ ପାଇଁ ଚାଲିଛି ।