ନୂଆଦିଲ୍ଲୀ: ସିମେଣ୍ଟ, ରଙ୍ଗ ଏବଂ ବନ୍ଦର ବ୍ୟବସାୟ ପରେ ଏବେ ଅଟୋମୋଟିଭ୍ କ୍ଷେତ୍ର ପାଇଁ ବଡ଼ ଯୋଜନା ରଖିଛି ଜେଏସ୍ଡବ୍ଲୁ ଗ୍ରୁପ୍। କମ୍ପାନୀ ଖୁବ୍ଶୀଘ୍ର ୧୦ ଲକ୍ଷ ଟଙ୍କାରେ ଇଲେକ୍ଟ୍ରିକ କାର୍ ଲଞ୍ଚ କରିବାକୁ ଯାଉଛି। ଏନେଇ ଜେଏସ୍ଡବ୍ଲୁ ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ଫାଇନାନ୍ସିଆଲ ଏକ୍ସପ୍ରେସ୍କୁ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଏମ୍ଜି ମୋଟର ଇଣ୍ଡିଆରେ ଏହାର ଇକ୍ୟୁଟି ବଢ଼ାଇବାକୁ କମ୍ପାନୀ ଯୋଜନା କରୁଥିବା ସେ କହିଛନ୍ତି।
ଇଣ୍ଟରଭ୍ୟୁରେ ପାର୍ଥ କହିଛନ୍ତି ଯେ ଆମେ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ଉପରେ କାମ କରୁଛୁ ଯାହା ୱିଣ୍ଡସର ଠାରୁ ଛୋଟ ହେବ। ଆମେ ଆଶା କରୁଛୁ ଯେ ଆମେ ସେହି ମଡେଲକୁ ୧୦-୧୨ ଲକ୍ଷ ଟଙ୍କା ମୂଲ୍ୟ ବର୍ଗରେ ଆଣିପାରିବୁ। ଆମେ ଏକ ବଡ଼ ଏସୟୁଭି ମଧ୍ୟ ଆଣିବୁ, ଯାହା ତିନୋଟି ଡ୍ରାଇଭଟ୍ରେନ୍ ଇଲେକ୍ଟ୍ରିକ୍, ହାଇବ୍ରିଡ୍ ଏବଂ ଆଇସିଇ (ଆଭ୍ୟନ୍ତରୀଣ ଦହନ ଇଞ୍ଜିନ୍)ରେ ଉପଲବ୍ଧ ହେବ।
ଏଥିସହିତ କମ୍ପାନୀ ଜେଏସ୍ଡବ୍ଲୁ-ବ୍ୟାଜ୍ ହୋଇଥିବା କାରଗୁଡ଼ିକ ଉପରେ କାମ ଜାରି ରଖିଛି। ଟେକ୍ନୋଲୋଜୀ ପାଇଁ ଚୀନର ଏକ ବିଶ୍ୱସ୍ତରୀୟ ଓଇଏମ ସହିତ ଚୁକ୍ତି କରିଛି। ହେଲେ ଆମେ ଏହାର ପରିଚୟ ପ୍ରକାଶ କରିପାରିବୁ ନାହିଁ ବୋଲି ପାର୍ଥ କହିବା ସହ ୨୦୨୭ ପ୍ରଥମାର୍ଦ୍ଧରେ ଆମେ କାର ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ସୂଚନା ଦେଇଛନ୍ତି।
କମ୍ପାନୀ କମର୍ସିଆଲ୍ ଭେଇକଲ ଉପରେ ମଧ୍ୟ କାମ କରୁଛି। ଏଥିପାଇଁ ଏକ ବିଶ୍ୱସ୍ତରୀୟ ଓଇଏମ୍ ସହ ଟେକ୍ନୋଲୋଜୀ ଏବଂ ଲାଇସେନ୍ସ ପାଇଁ ଚୁକ୍ତି ହୋଇଛି। ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏହାର ପ୍ରଥମ ପ୍ରଡକ୍ସନ ଆରମ୍ଭ ହୋଇ ଯାଇପାରେ। ଆମର ସିଭିରେ ଜଏସଡବ୍ଲୁ ବ୍ୟାଜିଂ ରହିବ ନାହିଁ। ଏଥିରେ ୧୦,୦୦୦ କୋଟି ଟଙ୍କା ନିବେଶ ହେବ। ଯାହା JSWର ଏକ ପ୍ରମୋଟର ସଂସ୍ଥା ଦ୍ୱାରା କରାଯିବ।
ସ୍ଥାନୀୟ ଉତ୍ପାଦନ ନେଇ ପାର୍ଥ ଜିନ୍ଦଲ କହିଛନ୍ତି ଯେ ଆମେ ସ୍ଥାନୀୟକରଣ ଉନ୍ନତ କରିବା ପାଇଁ କାମ କରୁଛୁ। ଯେତେବେଳେ ଆମେ ୱିଣ୍ଡସର ଲଞ୍ଚ କରିଥିଲୁ, ସେତେବେଳେ ଆମେ ୨୭% ସ୍ଥାନୀୟ ଥିଲା ଏବଂ ୭୩% କାର ଆମଦାନୀ କରିଥିଲୁ। ଏହି ବର୍ଷ ଶେଷ ସୁଦ୍ଧା, ଆମେ ପ୍ରାୟ ୬୭% ସ୍ଥାନୀୟ କରିବୁ ଏବଂ ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା, ଏହା ୮୫% ପହଞ୍ଚିବାକୁ ଟାର୍ଗେଟ୍ ରଖିଛୁ। ମୋଟର, ଯାହା ଏକ ରେୟାର ଆର୍ଥ ମ୍ୟାଟେରିଆଲ ସାମଗ୍ରୀ ଏବଂ ବ୍ୟାଟେରୀ ସେଲ୍ ବ୍ୟତୀତ, ଅନ୍ୟ ସବୁକିଛି ସ୍ଥାନୀୟକରଣ କରାଯିବ।
ପ୍ରାର୍ଥ କହିଛନ୍ତି ଯେ କମ୍ପାନୀର 80% ରୁ ଅଧିକ ପରିମାଣ ଏବେ ଇଲେକ୍ଟ୍ରିକ୍ ହେବ। ଆମେ ଇଭି କ୍ଷେତ୍ରରେ ଜେଏସଡବ୍ଲୁ ଏକ ନମ୍ବର ଖେଳାଳି ହେବୁ ବୋଲି ଆମର ବିଶ୍ୱାସ। ଯଦି ଆମେ ଏହି ମାସରେ କିମ୍ବା ପରବର୍ତ୍ତୀ ମାସରେ ଏକ ନମ୍ବର ହୋଇଯାଉ, ତେବେ ମୋତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ ବୋଲି ପ୍ରାର୍ଥ କହିଛନ୍ତି।।