ଜମୁଛି ପ୍ରଚାର, ଗୁରୁବାର ଓଡିଶା ଆସୁଛନ୍ତି ଜେପି ନଡ୍ଡା- ଯୋଗୀ ଆଦିତ୍ୟନାଥ- ହିମନ୍ତ ବିଶ୍ୱଶର୍ମା

Published By : Prameya-News7 Bureau | May 23, 2024 IST

ଭୁବନେଶ୍ୱର ୨୩।୦୫ : ନିର୍ବାଚନ ୨୦୨୪ । ଚାରିଆଡେ ଜମୁଛି ପ୍ରଚାର । ଏହିକ୍ରମରେ ପଛରେ ନାହିଁ ବିଜେପି । ରାଜ୍ୟରେ ନିଜ ସ୍ଥିତି ମଜବୁତ୍‌ କରିବାକୁ ଲାଗିପଡିଛନ୍ତି ବିଜେପି ନେତୃବୃନ୍ଦ । ଗୁରୁବାର ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା,  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । 

ଖବର ଅନୁଯାୟୀ, ଗୁରୁବାର ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପି ଅଧ୍ୟକ୍ଷ ଓଡିଶା ଗସ୍ତରେ ଆସି କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ହେବାକୁ ଥିବା ଜନସଭାରେ ଯୋଗଦେବେ । ଏହାସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ପୁରୀ ଏବଂ କେନ୍ଦ୍ରାପଡ଼ାରେ ହେବାକୁ ଥିବା ଜନସଭାରେ ହେବେ ସାମିଲ । ଆଉ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । 

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । ପ୍ରଥମ ସମ୍ବଲପୁର ଯାଇ ମାଁ ସମଲେଶ୍ୱରୀଙ୍କୁ ଦର୍ଶନ କରିବେ । ଏହାପରେ ଦେବଗଡ଼ରେ ରୋଡ ଶୋ’ , କେନ୍ଦୁଝର ଜିଲ୍ଲା ବଡ଼ବିଲରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ପରେ ଅପରାହ୍ନ ସମୟରେ କଟକ ଚୌଦ୍ୱାରରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ । ଆଉ ୨୩ ତାରିଖର ଶେଷ କାର୍ଯ୍ୟକ୍ରମ ଭାବେ ବଡ଼ମ୍ବା ଟେନିସ ପଡିଆରେ ହେବାକୁ ଥିବା ଜନସଭାରେ ଯୋଗଦେବେ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.