ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବା ଉପଲବ୍ଧ ହେବା ଦ୍ୱାରା ଏହି ଧାରାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇଛି।
ତଥ୍ୟ ଅନୁଯାୟୀ ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ଜିଓର ୫ଜି ଏଫଡବ୍ଲୁଏ ସେବା, ଜିଓଏୟାରଫାଇବର, ସାରା ଦେଶରେ ସର୍ବାଧିକ ୨୫ ଲକ୍ଷରୁ ଅଧିକ ଗ୍ରାମୀଣ ୫ଜି ଏଫଡବ୍ଲୁଏ ଗ୍ରାହକ ହାସଲ କରିଛି। ଉଲ୍ଲେଖନୀୟ ଯେ, ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବରର ମୋଟ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ ଗ୍ରାହକ ଗ୍ରାମାଞ୍ଚଳର ହୋଇଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି। ବାସ୍ତବରେ ରାଜ୍ୟରେ ଏବଂ ଦେଶରେ ସର୍ବବୃହତ ୫ଜି ନେଟୱାର୍କ ସ୍ଥାପନ କରିଥିବା ଜିଓ ଏକମାତ୍ର ଟେଲିକମ ଅପରେଟର ଭାବରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହାର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ପ୍ରଦାନ କରୁଥିବା ବେଳେ, ପ୍ରତିଦ୍ବନ୍ଦୀ ଅପରେଟର କେବଳ ସହରାଞ୍ଚଳ ବଜାରରେ ଉପସ୍ଥିତ ରହିଛନ୍ତି। ସୁଦୃଢ ଏବଂ ବ୍ୟାପକ ୫ଜି ନେଟୱାର୍କ ଜିଓ ଦେଶରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ୫୫ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ଉପଭୋକ୍ତା ବଜାର ଅଂଶ ହାସଲ କରିଛି ଏବଂ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପରିମାଣରେ ପଛରେ ପକାଇ ଦେଇଛି।
ଓଡ଼ିଶାର କୋଣ ଅନୁକୋଣରେ ଜିଓର ସର୍ବବୃହତ ଏବଂ ସର୍ବାଧୁନିକ ଜିଓ ଟ୍ରୁ୫ଜି ଷ୍ଟାଣ୍ଡଆଲୋନ୍ ନେଟୱାର୍କ ବଳରେ ଏହା ରାଜ୍ୟରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖିଛି ଏବଂ ଉଭୟ ସହର ଓ ଗ୍ରାମାଞ୍ଚଳରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ଓଡ଼ିଶାରେ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଦେଢ଼ ଲକ୍ଷରୁ ଅଧିକ ଉପଭୋକ୍ତା ହାସଲ କରିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପାଞ୍ଚ ଗୁଣ ଅଧିକ।
ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓଏୟାରଫାଇବରର ବିପୁଳ ଲୋକପ୍ରିୟତା ଓ ଦ୍ରୁତ ବୃଦ୍ଧି ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପାଇଁ ଗ୍ରାମାଞ୍ଚଳରେ ରହିଥିବା ଚାହିଦାକୁ ଉଜାଗର କରୁଛି, ଯାହା ପୂର୍ବରୁ ଶେଷ-ମାଇଲ୍ ସଂଯୋଗ ଜନିତ ସମସ୍ୟା ଯୋଗୁଁ ଉପଲବ୍ଧ ହୋଇପାରୁନଥିଲା। ଜିଓଏୟାରଫାଇବର ରାଜ୍ୟର ହଜାର ହଜାର ଗ୍ରାମୀଣ ଉଦ୍ୟୋଗୀ, ଡିଜିଟାଲ୍ ଷ୍ଟୁଡିଓ, କଣ୍ଟେଣ୍ଟ କ୍ରିଏଟର୍, ଛୋଟ ବଡ ବ୍ୟବସାୟ, ପ୍ରଫେସନାଲ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଡିଜିଟାଲ ଇଣ୍ଡିଆର ଲାଭ ଉପଲବ୍ଧ କରାଇଛି।