ଜିଓକୁ ସଫଳତା: ଓଡ଼ିଶାରେ ପାଞ୍ଚ ଲକ୍ଷ ଟପିଲା ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ସଂଖ୍ୟା

Published By : Prameya-News7 Bureau | July 01, 2025 IST

ଭୁବନେଶ୍ୱର: ଓଡ଼ିଶାରେ ସଫଳତାର ସହ ଆଗେଇଛି ଜିଓ। ମୋବାଇଲ ସେବା ସହ ଟେଲିକମ ସେକ୍ଟରର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଜିଓ ରାଜ୍ୟରେ ପାଞ୍ଚ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ହାସଲ କରିଛି। ଯାହା ସଂସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ଜିଓ ଓଡ଼ିଶାରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରଥମ ଏବଂ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୩୧ ମେ, ୨୦୨୫ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୩.୨୭ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ୧.୮ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଗ୍ରାହକ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜିଓ ମେ ମାସରେ ସାରା ଭାରତରେ ୯.୯ ଲକ୍ଷ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିଥିଲା।

ଓଡ଼ିଶାରେ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓର ପ୍ରାଧାନ୍ୟ ଏହି ତଥ୍ୟରୁ ଅନୁମାନ କରାଯାଇପାରେ ଯେ ଜିଓର ଏହି କ୍ଷେତ୍ରରେ ୬୩ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ରହିଛି ଏବଂ ମେ ମାସରେ ଓଡ଼ିଶାରେ ୱାୟାରଲାଇନ୍ ଓ ଏଫଡବ୍ଲୁଏ କ୍ଷେତ୍ରରେ ମୋଟ ନୂତନ ଗ୍ରାହକଙ୍କ ମଧ୍ୟରୁ କେବଳ ଜିଓ ୭୫ ପ୍ରତିଶତରୁ ଅଧିକ ଗ୍ରାହକ ଯୋଡିଛି। 

ୱାୟାରଲାଇନ୍ କ୍ଷେତ୍ରରେ, ଜିଓର ସର୍ବାଧିକ ୩.୨୭ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି, ଯାହା ନିକଟତମ ପ୍ରତିଯୋଗୀ କମ୍ପାନୀ ତୁଳନାରେ ଦୁଇଗୁଣ ଅଧିକ। ସେହିପରି, ଏଫଡବ୍ଲୁଏ କ୍ଷେତ୍ରରେ ପ୍ରାଧାନ୍ୟ ବଜାୟ ରଖି ଜିଓଏୟାରଫାଇବର ୮୪ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଥିବା ବେଳେ ଏହାର ୧.୮ ଲକ୍ଷରୁ ଅଧିକ ଗ୍ରାହକ ରହିଛନ୍ତି, ଯାହା ନିକଟତମ ପ୍ରତିଯୋଗୀଙ୍କ ଗ୍ରାହକ ସଂଖ୍ୟାର ପାଞ୍ଚ ଗୁଣ ରହିଛି।

ତଥ୍ୟ ଅନୁଯାୟୀ, ଜିଓ ୨୦୨୫ ମେ ମାସରେ ଓଡ଼ିଶାରେ ୩୪,୦୦୦ ରୁ ଅଧିକ ନୂତନ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକ ଯୋଡିଛି। ଏହି ମାସରେ ଓଡ଼ିଶାରେ ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ମୋଟ ୪୫,୫୯୩ ଗ୍ରାହକ ଯୋଡି ହୋଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.