ବିଶ୍ବ ଦେଖିବ ନୀମ କରୋଲି ବାବାଙ୍କ ଚମତ୍କାର, କମାଲ କରିବ ଏଆଇ-ଭିଏଫଏକ୍ସ

NEWS7
jio-consolidates-no-1-position-in-odisha-adds-over-1-4-lakh-new-subscribers-in-december-trai-data

ନୂଆଦିଲ୍ଲୀ: ମହାନ ସନ୍ଥ ନୀମ କରୋଲି ବାବା । ସେ କୈଞ୍ଚି ଧାମ ବାବା ଭାବରେ ମଧ୍ୟ ଜଣା ଯାଆନ୍ତି । ତାଙ୍କର ଆଧ୍ୟାତ୍ମିକ ଯାତ୍ରା, ଚମତ୍କାର ଏବଂ ବିଶ୍ୱରେ ପ୍ରଭାବକୁ ନେଇ ଏକ ୱେବ୍ ସିରିଜ୍ ନିର୍ମିତ ହେବାକୁ ଯାଉଛି। ଏହି ସିରିଜ୍ ମାଧ୍ୟମରେ ବିଶ୍ୱ ନୀମ କରୋଲି ବାବାଙ୍କ ଚମତ୍କାରିତା ସଂପର୍କରେ ଭଲ ଭାବରେ ଜାଣିବ । ଅଲମାଇଟି ମୋସନ୍ ପିକଚର୍ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ସନ୍ଥ’ ଓ୍ବେବ ସରିଜ୍ର ଘୋଷଣା କରିଛି । ୭ଟି ପାର୍ଟରେ ହେବାକୁ ଥିବା ସିରିଜ୍ ବାବାଙ୍କ ଜୀବନ ଏବଂ ତାଙ୍କ ଭକ୍ତି, କରୁଣା, ସେବା ଓ ପ୍ରେମର ବାର୍ତ୍ତାକୁ ଆଧୁନିକ ଉପାୟରେ ଉପସ୍ଥାପନ କରିବ।

ନୀମ କାରୋଲି ବାବାଙ୍କୁ ଭଗବାନ ହନୁମାନଙ୍କ ଜୀବନ୍ତ ଅବତାର ଭାବରେ ବିବେଚନା କରାଯାଏ। ତାଙ୍କ ଆଶୀର୍ବାଦ ଷ୍ଟିଭ୍ ଜବସ୍, ମାର୍କ ଜୁକରବର୍ଗ ଏବଂ ଜୁଲିଆ ରବର୍ଟସ୍ ଭଳି ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ଜୀବନକୁ ଗଭୀର ଭାବରେ ପରିବର୍ତ୍ତନ କରିଥିଲା। ବର୍ତ୍ତମାନ, ଏହି ଓ୍ବେବ ସିରିଜକୁ ବିଶ୍ୱର ଦର୍ଶକଙ୍କ ନିକଟରେ ପହଞ୍ଚାଇବା କାମ କରାଯାଉଛି ।

- ଏହାକୁ ୨୦ଟି ଭାଷାରେ ତିଆରି କରାଯିବ । ଏହା ଦ୍ୱାରା ସାରା ବିଶ୍ୱର ଲୋକମାନେ ଏହାକୁ ସହଜରେ ଦେଖିପାରିବେ ଏବଂ ବୁଝିପାରିବେ।- AI ସାହାଯ୍ୟରେ, ବାବାଙ୍କ ଚମତ୍କାର ଏବଂ ଅତୀତର ଘଟଣାଗୁଡ଼ିକୁ ଭର୍ଚୁଆଲ ଉପାୟରେ ପୁନଃନିର୍ମାଣ କରାଯିବ।- ଲାଇଭ୍-ଆକ୍ସନ୍ ସୁଟିଂ ସହିତ ଉଚ୍ଚମାନର VFX ବ୍ୟବହାର କରାଯିବ । ଏହା ଦ୍ଵାରା ପ୍ରତ୍ୟେକ ଦୃଶ୍ୟ ପ୍ରଭାବଶାଳୀ ଏବଂ ପ୍ରାମାଣିକ ଦେଖାଯିବ।- ଏହା ଉପରେ ଗତ ୨ ବର୍ଷ ଧରି ବିଶେଷଜ୍ଞ ଓ ଐତିହାସିକ ତଥ୍ୟ ସଂଗ୍ରହ କରୁଛନ୍ତି ।- ୟୁକେର ଶ୍ରେଷ୍ଠ ବୈଷୟିକ ବିଶେଷଜ୍ଞ ଏବଂ ଭାରତର ଏକ ଶକ୍ତିଶାଳୀ ପ୍ରଡକ୍ସନ୍ ଟିମ ମିଳିତ ଭାବରେ ଏହାକୁ ପ୍ରସ୍ତୁତ କରୁଛନ୍ତି।

ଅଲମାଇଟି ମୋସନ୍ ପିକଚର୍ର ପ୍ରତିଷ୍ଠାତା ଏବଂ ପ୍ରଯୋଜିକା ପ୍ରଭଲୀନ୍ ସାନ୍ଧୁ କହିଛନ୍ତି, ‘ଏହା ମୋ ପାଇଁ କେବଳ ଏକ ପ୍ରକଳ୍ପ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଦାୟିତ୍ୱ। ନୀମ କାରୋଲି ବାବା ଜୀ ଜୀବନର ସବୁଠାରୁ କଷ୍ଟକର ସମୟରେ ମୋତେ ମାର୍ଗଦର୍ଶନ ଦେଇଥିଲେ। ଜଣେ ଭକ୍ତ ଭାବରେ, ତାଙ୍କ କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବା ଏକ ମହାନ ସୌଭାଗ୍ୟ। ଜଣେ ପ୍ରଯୋଜିକା ଭାବରେ, ମୁଁ ଏହାକୁ ସମ୍ପୂର୍ଣ୍ଣ ସଚ୍ଚୋଟତା, ନିଷ୍ଠା ଏବଂ ବିଶ୍ୱସ୍ତରୀୟ ଗୁଣବତ୍ତାର ସହିତ ତିଆରି କରିବି।’