ଶ୍ରୀକ୍ଷେତ୍ରରେ ଆଜିଠାରୁ ଝୁଲଣ ଯାତ, ସାତ ଦିନ ଧରି ଶରତ ରାସ

Published By : Prameya-News7 Bureau | August 04, 2025 IST

ପୁରୀ ୦୪/୦୮: ଆଜିଠାରୁ ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଝୁଲଣ ଯାତ୍ରା । ଏହି ଯାତ୍ରା ସାତଦିନ ଧରି ଚାଲିବ । ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣ କୁଞ୍ଜକୁ ବିଜେ କରିବେ । 

ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ମଦନମୋହନ ରାସ କରିବେ । ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀମନ୍ଦିର ସହ ଜଡିତ ଥିବା ମଠ ମନ୍ଦିର ତଥା ପୁରୀର ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିବ । 

ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ମାନେ ଶୁଦ୍ଧପୂତ ଭାବେ ଏହି ଝୁଲଣ ନିର୍ମାଣ କରିଥାନ୍ତି। କୁଞ୍ଜକୁ ଆକର୍ଷଣୀୟ  କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ ଓ ନୂଆକନା ମଧ୍ୟ ବ୍ୟବହାର କରାଯାଇଥାଏ । ଏହି କୁଞ୍ଜରେ ଦେବାଦେବୀଙ୍କ ସହ ସକ୍ଷୀ, ପଶୁପକ୍ଷୀ ତଥା ବିଭିନ୍ନ ଗଛଲତା ଏବଂ ସୁବାସିତ ଫୁଲ ଓ ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.