India vs South Africa, 5th T20I: ଟି-୨୦ ସିରିଜ୍ ଜିତିଲା ଭାରତ

NEWS7
jaypore-bloodbank

ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩୦ ରନ୍‌ରେ ପରାସ୍ତ କରି ସିରିଜ୍ ୩-୧ରେ କବ୍‌ଜା କରି ନେଇଛି।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ୨୩୨ ରନ୍ ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିପାରିଛି। ଦଳ ପକ୍ଷରୁ କ୍ୱିଣ୍ଟନ ଡି କକ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୩୧ ରନ୍, ଡେଭିଡ ମିଲର ୧୮ ଓ ଜର୍ଜ ଲିଣ୍ଡେ ୧୬ ରନ୍ କରିଥିଲେ।

ଭାରତର ବିଶାଳ ସ୍କୋରକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ୬ ଓଭରରେ ଦଳ ୬୯ ରନ୍ କରି ନେଇଥିଲା। ହେଲେ ସପ୍ତମ ଓଭର ତୃତୀୟ ବଲ୍ରେ ଦକ୍ଷିଣ ଆଫ୍ରିକା ଓପନର ରିଜା ହେଣ୍ଡ୍ରିକ୍ସକୁ ବରୁଣ ଚକ୍ରବର୍ତ୍ତୀ କ୍ୟାଚ୍ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେକ୍ୱିଣ୍ଟନ ଡି କକ୍ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ତେବେ ୧୦.୨ ଓଭର ଖେଳ ବେଳକୁ ବୁମ୍ରା ଡି କକଙ୍କୁ କ୍ୟାଚ୍ ଆଉଟ୍ କରି ଦ୍ୱିତୀୟ ସଫଳତା ଦେଇଥିଲେ। ଏହାପରେ ଗୋଟିଏ-ଦୁଇ ଓଭର ବ୍ୟବଧାନରେ ଦକ୍ଷିଣ ଆଫ୍ରିକାର ୱିକେଟ ପତନ ଧାରା ଜାରି ରହିଥିଲା।

ତଥାପି ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଲାଗୁଥିଲା ଦଳ କେତେବେଳେ ବି ମ୍ୟାଚ୍ ଜିତିଯାଇପାରେ। ହେଲେ ବରୁଣ ଚକ୍ରବର୍ତ୍ତୀଙ୍କର ସ୍ପିନ ଯାଦୁ ବଳରେ ଆଡେନ ମାର୍କରମ,ଡିନୋଭନ ପରେରା, ଜର୍ଜ ଲିଣ୍ଡେଙ୍କ ଭଳି ବ୍ୟାଟର ଆଉଟ ହୋଇଯାଇଥିଲେ। ପାଣ୍ଡ୍ୟା ମଧ୍ୟ ଡିୱାଲ୍ଡ ବ୍ରେଭିସ୍ଙ୍କୁ ଆଉଟ୍ କରି ବିପକ୍ଷ ଟିମ୍ର ବ୍ୟାଟିଂ ଲାଇନ ଭାଙ୍ଗି ଦେଇଥିଲେ। କ୍ୱିଣ୍ଟନ ଡି କକ୍ ଓମାର୍କୋ ୟାନସେନ୍‌ଙ୍କ ଭଳି ହିଟରଙ୍କୁ ଆଉଟ୍ କରି ବୁମ୍ରା ଭାରତର ବିଜୟ ପକ୍କା କରାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨01 ରନ୍ ହିଁ କରିପାରିଥିଲା।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ବୁମ୍ରା ୨ଟି, ପାଣ୍ଡ୍ୟା ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।