ପାଣ୍ଡିଆନଙ୍କ ପାଇଁ ଗୃହ ଅଚଳ, ଜୟନାରାୟଣଙ୍କ ମନ୍ତବ୍ୟ ପରେ ରାଜନୀତି ତେଜିଲା

Published By : Prameya-News7 Bureau | February 15, 2025 IST

ଭୁବନେଶ୍ୱର ୧୫/୦୨: ଗୃହ ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ପୋରଣ କଲେ ଜୟନାରାୟଣ । ଜୟନାରାୟଣ କହିଲେ, ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ । ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ଯ୍ୟନ୍ତ ଗୃହ ଅଚଳ ହୋଇଛି । ଲବିରେ କିଛି ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ । 

ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର । ପାଣ୍ଡିଆନଙ୍କ ନମ୍ବର ୱାନ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି । 

ସେପଟେ ଘଟଣା ପରେ ତେଜିଛି ରାଜନୀତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବରିଷ୍ଠ ସଦସ୍ୟ ଗୃହରେ ମନଗଢ଼ା କାହାଣୀ କହୁଛନ୍ତି । ଗୃହରେ ସଦସ୍ୟ ନଥିବା ଲୋକଙ୍କ ନାମରୁ ଗୃହ ବିବରଣୀରୁ ବାଦ ଦିଆଯାଉ । କେଉଁ ବିଧାୟକ ଲବିରେ କହିଥିଲେ ତାଙ୍କ ନାଁ କୁହନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.