ସ୍ତ୍ରୀ- ପୁଅଙ୍କୁ ଶେଷ ଦର୍ଶନ ଲାଗି ଜେଲ୍‌ ନିଆଗଲା ଶବ, ଠକେଇ ମାମଲାରେ ଗିରଫ ହୋଇଥିଲା ପୂରା ପରିବାର

NEWS7
jayanarayan-mishra-reaction-on-bharturuhari-mahatabh

ଭୁବନେଶ୍ବର: ଜେଲରୁ ଯାଇଥିଲେ ଜୀବନ୍ତ ହୋଇ। ହେଲେ ଫେରିଲେ ଶବ ହୋଇ। ଆଉ ଜେଲରେ ହିଁ ଶେଷ ଦର୍ଶନ କରିଥିଲେ ଅନ୍ୟ ପରିବାର ସଦସ୍ୟ। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ବର ଝାରପଡ଼ା ଜେଲରେ। ଜେଲ୍ ଭିତରେ ଶବର ଶେଷ ଦର୍ଶନ କରିଛନ୍ତି ପୁଅ ଏବଂ ପତ୍ନୀ । ଦୀର୍ଘଦିନ ହେବ ସ୍ବାମୀ- ସ୍ତ୍ରୀ ଏବଂ ପୁଅ ଏକ ଠକେଇ ମାମଲାରେ ଗିରଫ ହୋଇ ସଜା କାଟୁଥିଲେ।

ସୂଚନାଥାଉକି, ୨୦୧୯ ମସିହାରେ କୁଳମଣି ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ନିଜ ପୁଅ ଶୈଳେନ୍ଦୁ ବିଶ୍ବାଳଙ୍କୁ ଡାକ୍ତର ଥିବା କହି ଜଣେ ମହିଳା ଡାକ୍ତରଙ୍କ ସହ ବିବାହ କରାଇଥିଲେ। ସତ ଜାଣିବା ପରେ ମହିଳା ଡାକ୍ତର ଜଣକ ତିନି ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ତଦନ୍ତକ୍ରମେ ତିନି ଜଣକୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା।

ତେବେ ଜେଲରେ କୁଳମଣି କ୍ୟାନ୍ସର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଯାହା ପରେ ତାଙ୍କୁ ଜେଲରୁ ମେଡିକାଲ ନିଆଯାଇଥିଲା। ମାତ୍ର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ପରିବାର ଲୋକଙ୍କୁ ଶେଷ ଦର୍ଶନ ପାଇଁ କୁଳମଣି ଜେଲ୍ ଅଣାଯାଇଥିଲା। ଜେଲ୍ ପରିସରରେ ପରିବାର ଲୋକେ ପୁଷ୍ପ ମାଲ୍ୟ ଦେବା ସହ ଶେଷ ଦର୍ଶନ କରିଥିଲେ। ଏହି ସମୟରେ ଜେଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।