ଜାପାନରେ ଭାଇରାଲ ମଙ୍ଗା ଭବିଷ୍ୟବାଣୀର ଭୟ , ଟୋକରା ଦ୍ୱୀପରେ ଶହ ଶହ ଭୂକମ୍ପ ନେଇ ଆତଙ୍କ

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ – ଜାପାନର ସୁଦୂର ଟୋକାକା ଦ୍ୱୀପ ଗତ କିଛି ଦିନରେ ଶହ ଶହ ଭୂକମ୍ପରେ ଥରି ଉଠିଛି। ଏକ ନିଷ୍କ୍ରିୟ ଆଗ୍ନେୟଗିରି କ୍ୟୁଶୁ ମଧ୍ୟ ଫାଟି ଯାଇଛି, ଯେଉଁଥିରେ ଜଣେ ମଙ୍ଗା କଳାକାରଙ୍କ ଦ୍ୱାରା କରାଯାଇ ଥିବା ଭବିଷ୍ୟବାଣୀରେ ଲୋକଙ୍କ ଚିନ୍ତା ପୁଣି ଥରେ ବଢି ଯାଇଛି। ରିୟୋ ତାତ୍ସୁକୀ, ଜଣେ ଆତ୍ମ ଘୋଷିତ ଭବିଷ୍ୟବକ୍ତା ୨୦୧୧ର ବିପର୍ଯ୍ୟୟର ଭବିଷ୍ୟବାଣୀ କରିଥିଲେ ଏବଂ ଏବେ ସେ ଜୁଲାଇର ଆରମ୍ଭରେ ଜାପାନରେ ଆଉ ଏକ ବଡ଼ ବିପର୍ଯ୍ୟୟ ଆସିବାର ଅନୁମାନ କରିଛନ୍ତି।

ନିଜର କମିକ୍‌ ବୁକ୍‌ ‘ଦ ଫ୍ୟୁଚର ଆଇ ସ’ରେ ତାତ୍ସୁକୀ ଦାବି କରିଛନ୍ତି ଯେ, ୫ ଜୁଲାଇ , ୨୦୨୫ରେ ଜାପାନାରେ ଏକ ବହୁତ ବଡ଼ ପ୍ରଳୟ ହେବ। ମୂଳତଃ ୧୯୯୯ରେ ପ୍ରକାଶିତ ଏହି ପୁସ୍ତକରେ କୁହାଯାଇଛି ଯେ, ସହର ସମୁଦ୍ରରେ ବୁଡ଼ି ଯିବ ଏବଂ ୨୦୧୧ର ତୋହୋକୁ ଭୂକମ୍ପ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏକ ମେଗା-ସୁନାମୀ ଦେଶକୁ ନିଜ କବଳରେ ନେଇ ଯିବ।

ଏମିତି ଲାଗୁଛି ଯେ, ଏଥିରେ ଲୋକଙ୍କ ଠାରେ ଭୟ ସୃଷ୍ଟି ହୋଇ ଯାଇଛି , କାରଣ ଜାପାନ ପାଣିପାଗ ବିଭାଗ ବିଜ୍ଞାନ ଏଜେନ୍ସି (ଜେଏନଏ) ସ୍ପଷ୍ଟ କରିଛି ଯେ, ଗତ ୫ ଦିନରେ ଏହି କ୍ଷେତ୍ରରେ ୩୩୦ରୁ ଅଧିକ ଭୂକମ୍ପର ଝଟକା ରେକର୍ଡ କରାଯାଇଛି।  

ଯଦିଓ ସେଗୁଡ଼ିକ ବହୁତ ଶକ୍ତିଶାଳୀ ନଥିଲେ, କିନ୍ତୁ ରବିବାର ଓ ମଙ୍ଗଳବାର ରେକର୍ଡ କରାଯାଇ ଥିବା ଦୁଇଟି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ଥିଲା। ଏହି ଭୂକମ୍ପ ସେହି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ଥିଲା , ସେମାନଙ୍କର ଘର ଭିତରେ ପଙ୍ଖା ଓ ଝୁଲନ୍ତା ଲ୍ୟାମ୍ପ ଦୋହଲୁ ଥିଲା। 

ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରି ଜାପାନ ପାଣିପାଗ ସଂସ୍ଥା କହିଛି, "ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଦୀର୍ଘ ସମୟ ଯାଏ ଭୂମ୍ପର ଗତିବିଧି ଦେଖିବାକୁ ମିଳିଛି। ଦୟାକରି ସାବଧାନ ରୁହନ୍ତି। 

ତଥାପି, ଅଧିକାରୀମାନେ ଲୋକମାନଙ୍କୁ ଭୟ ଏବଂ ଅନୁମାନକୁ ଦୂରେଇ ରଖି ଶାନ୍ତ ରହିବାକୁ ନିବେଦନ କରିଛନ୍ତି।  ମିୟାଗିର ରାଜ୍ୟପାଳ, ଯୋଶିହିରୋ ମୁରାଇ କହିଛନ୍ତି ଯେ, କୌଣସି ସରକାରୀ ଚେତାବନୀ ନାହିଁ ଏବଂ ଗୁଜବକୁ ଆଧାର କରି ସେମାନଙ୍କର ଯୋଜନାରେ ପରିବର୍ତ୍ତନ ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.