ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନରେ ଆସିଛି ଭାରତୀୟ ସେନା । ଘାଟିରେ ଆତଙ୍କୀ ସଫା ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଇ ଦେଇଛି ସୁରକ୍ଷାବଳ ଏବଂ ୨ଜଣଙ୍କୁ ଏନକାଉଣ୍ଟର କରିଛି । ଏହାଛଡ଼ା ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ଏକ ତାଲିକା ଜାରି କରିଛି । ଯାହାଫଳରେ ଘାଟିରେ ଆତଙ୍କୀଙ୍କ ଓଲଟା ଗଣତି ଆରମ୍ଭ ହୋଇଯାଇଛି । କାରଣ ସେନା ସେମାନଙ୍କ ବାବାଦରେ ଗୋଟି ଗୋଟି କରି ସୂଚନା ସଂଗ୍ରହ କରିଛି ।
ଉପତ୍ୟକାରେ ଲୁଚିଥିବା ସ୍ଥାନୀୟ ଆତଙ୍କବାଦୀଙ୍କ ଲିଷ୍ଟ୍ ଜାରି କରିଛି ସୁରକ୍ଷାବାହିନୀ । ବର୍ତ୍ତମାନ ସମୟରେ କାଶ୍ମୀରରେ ମୋଟ୍ ୧୪ଜଣ ଲୋକାଲ୍ ଆତଙ୍କୀ ଆକ୍ଟିଭ୍ ରହିଛନ୍ତି । ସେମାନଙ୍କ ବାବଦରେ ପୂରା ସୂଚନା ଏକାଠି କରାଯାଇଛି । ସୋପୋର ଅଞ୍ଚଳରେ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ଅକ୍ଟିଭ୍ ରହିଛି । ଭାରତୀୟ ସେନାର ଭୟରେ ‘ଦି କାଶ୍ମୀର ରେଜିଷ୍ଟାନ୍ସ ଫ୍ରଣ୍ଟ’ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଦିନ ପରେ ନିଜକୁ ଦାୟୀ କରିବାରେ ପଛକୁ ହଟିଛି ।
ସେନା ପକ୍ଷରୁ ପ୍ରସ୍ତୁତ ହୋଇଥିବା ଆତଙ୍କବାଦୀ ତାଲିକାରେ ଅବନ୍ତିପୋରାରେ ଜୈଶ-ଇ-ମହମ୍ମଦର ଜଣ ଆତଙ୍କବାଦୀ ସକ୍ରିୟ ରହିଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈଶର ୨ଜଣ ଲେଖାଏଁ ଲୋକାଲ ଆତଙ୍କବାଦୀ ରହିଛନ୍ତି । ସୋପିୟାନରେ ହିଜବୁଲ୍ଲାର ଜଣେ ଏବଂ ଲସ୍କର ୪ଜଣ, ଅନନ୍ତନାଗରେ ହିଲବୁଲ୍ଲାର ୨ଜଣ ସ୍ଥାନୀୟ ଆତଙ୍କାବାଦୀ ସକ୍ରିୟ, କୁଲଗାମରେ ଲସ୍କରର ଜଣେ ଆତଙ୍କୀ ଆକ୍ଟିଭ୍ ରହିଛି । ସେନା ମୋଟ୍ ୧୪ଜଣ ଆତଙ୍କବାଦୀଙ୍କର ତଥ୍ୟ ସଂଗ୍ରହ କରିଥିବା ବେଳେ ସେମାନଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି କୁହାଯାଉଛି ।
ପହଲଗାମ ହମଲା ପରେ ଜମ୍ମୁ-କାଶ୍ମୀରରେ ଏପର୍ଯ୍ୟନ୍ତ ୭ ଆତଙ୍କବାଦୀଙ୍କୁ ଘରକୁ ଧ୍ବଂସ କରି ଦେଇଛି ସୁରକ୍ଷାବାହିନୀ । ତ୍ରାଲ୍, ଅନନ୍ତନାଗ, ପୁଲଓ୍ବାମା, କୁଲଗାମ ଓ ସୋପିଆନରେ ସର୍ଚ୍ଚ ଅପରେସନ ବେଳେ ଆକ୍ସନ ନେଇଛି ସେନା । ଏହି କାର୍ଯ୍ୟାନୁଷ୍ଠାନ ପରେ ଭୟଭୀତ ହୋଇଯାଇଛନ୍ତି ଆତଙ୍କୀ ।