U19 World Cup: ପାକିସ୍ତାନକୁ ଏତିକି ଟାର୍ଗେଟ୍ ଦେଲା ଭାରତ, ନିରାଶ କଲେ ବୈଭବ

NEWS7
jammu-kashmir-assembly-uproar-waqf-amendment-aap-bjp-mla-national-conference

ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୫୨ ରନର ଲଢୁଆ ସ୍କୋର କରିଛି। ଦଳ ପକ୍ଷରୁ ବେଦାନ୍ତ ତ୍ରିବେଦୀ ସର୍ବାଧିକ ୬୮ ରନ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ୩୦ ରନ କରିଥିବା ବେଳେ କନିଷ୍କ ୩୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ପାକିସ୍ତାନ ସମ୍ମୁଖରେ ରହିଛି ୨୫୩ ରନର ବିଜୟ ଲକ୍ଷ୍ୟ। ଚଳିତ ବିଶ୍ଵକପରେ ସୁପର ସିକ୍ସରେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି।

ଭାରତର ଦୁଇ ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଆରୋନ ଜର୍ଜ ଓପନିଂରେ ୪୭ ରନ ଯୋଡ଼ିଥିଲେ। ତେବେ ଏହି ସ୍କୋରରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ସୂର୍ଯ୍ୟବଂଶୀ ୨୨ ବଲରୁ ୩୦ ରନ କରି ପାଭିଲିୟନ ଥିଲେ।ଏହା ପରେ ଅଧିନାୟକ ଆୟୁଷ ମହାତ୍ରେ ନିଜର ଖରାପ ଫର୍ମ ବଜାୟ ରଖି ଖାତା ଖୋଲି ପାରି ନ ଥିଲେ। ଆରୋନ ଜଜ ୧୬ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ୪୭ ରନରେ ୩ ଓ୍ଵିକେଟ୍ ହରାଇବା ପରେ ବେଦାନ୍ତ ମାଲହୋତ୍ରା ଓ ବିହାନ ମାଲହୋତ୍ରା ଚତୁର୍ଥ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ମାଲହୋତ୍ରା ୨୧ ରନ କରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ବେଦାନ୍ତ ତ୍ରିବେଦୀ ମଧ୍ୟକ୍ରମରେ ଭାରତ ପାଇଁ ଉପଯୋଗୀ ଇନିଂସ ଖେଳିଥିଲେ। ଅଭିଜ୍ଞାନ କୁଣ୍ଡୁ(୧୬ ରନ) ନିରାଶ କରିଥିଲେ। ବେଦାନ୍ତ ୬୮ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ। ତେବେ ଶେଷ ଆଡ଼କୁ ଆରଏସ ଅମ୍ବରିଶ ଉପଯୋଗୀ ୨୯ ରନ କରିଥିଲେ। କନିଷ୍କ ଚୌହାନ ଓ ଖିଲନ ପଟେଲ ଅଷ୍ଟମ ଓ୍ଵିକେଟରେ ୫୦ ରନ ଯୋଡ଼ିବାରୁ ଭାରତ ୨୫୦ ପହଞ୍ଚି ପାରିଥିଲା। କନିଷ୍କ ୨୯ ବଲରୁ ୪ ଚୌକା ଓ ଏକ ଛକା ସହ ୩୫ ରନ କରିଥିଲେ। ପଟେଲ୍ ୨୧ ରନ କରି ଆଉଟ୍ ହୋଇଥିଲେ। ଶେଷରେ ଭାରତ ୨୫୨ ରନରେ ଅଲଆଉଟ୍ ହୋଇଛି।