ଜନସେବା କେନ୍ଦ୍ର ଅଧିକାରୀଙ୍କ ଅସନ୍ତୋଷ, ଉଚିତ୍ ପାରିଶ୍ରମିକ ମିଳୁନଥିବା ନେଇ ଆଣିଲେ ଅଭିଯୋଗ

Published By : Prameya-News7 Bureau | April 14, 2025 IST

ଚଣ୍ଡିଖୋଲ: ଉଚିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜନସେବା କେନ୍ଦ୍ର ଅଧିକାରୀ। ଏହା ସହ ସମସ୍ୟାର ସମାଧାନ ଦାବିରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଜନସେବା କେନ୍ଦ୍ର ଅଧିକାରୀମାନେ ଯାଜପୁର ସିଡିଏମଓ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବଡ଼ଚଣା ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। 

ଜନସେବା କେନ୍ଦ୍ର ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ବିଭିନ୍ନ ଯୋଜନାରେ ଜନସେବା କେନ୍ଦ୍ରକୁ ଦାୟିତ୍ଵ ଦେଉଛନ୍ତି ହେଲେ ସେମାନଙ୍କୁ ସଠିକ୍ ପାରିଶ୍ରମିକ ମିଳୁନାହିଁ । ଯେଉଁଥିପାଇଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆୟୁଷ୍ମାନ କାର୍ଡ ଯୋଜନାରେ ଜନସେବା କେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ କାର୍ଡ ପିଛା ସରକାର ଦେଉଥିବା ପାରିଶ୍ରମିକ ଯଥେଷ୍ଟ କମ୍ ରହିଥିବାରୁ ଏଥିରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଘରେ ନେଇ ଆୟୁଷ୍ମାନ କାର୍ଡ ପହଞ୍ଚାଇବା ସମ୍ଭବପର ନୁହେଁ ।

ପୂର୍ବରୁ ସୁଭଦ୍ରା ଯୋଜନାରେ ଏହିଭଳି ସମସ୍ୟା ଦେଖା ଦେଇଥିଲା ବୋଲି କହିଛନ୍ତି ସେମାନେ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସରକାର ଉଚିତ ପଦକ୍ଷେପ ନେବା ପାଇଁ ଜନସେବା କେନ୍ଦ୍ର ଅଧିକାରୀମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.