ବିବାହର ୮ ବର୍ଷରେ ୫ ଝିଅ ଜନ୍ମ ହେଲେ, ବିରକ୍ତିରେ ତିନି ଦିନର ସାନ ଝିଅକୁ ବିକିଦେଲା ମାଆ

NEWS7
jajpur-janseva-centre-officers-complain-about-not-getting-proper-remuneration

ଚଣ୍ଡିଗଡ, ୧୭/୦୨ : ଗୋଟିଏ ପରେ ଗୋଟିଏ ଝିଅ । ପୁଅ ଆଶାରେ ବାରମ୍ୱାର ଜନ୍ମ ହେଉଥିଲେ କନ୍ୟା ସନ୍ତାନ । ରାଗିଗଲେ ମହିଳା । ଶେଷରେ ନବଜାତକକୁ ରାଗରେ ବିକ୍ରି କରିଦେଲେ ମାଆ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ପଞ୍ଜାବରେ । ଏଠାରେ ଜଣେ ମହିଳା ନିଜ ନବଜାତ କନ୍ୟାଙ୍କୁ ବିକ୍ରି କରିଦେଇଛନ୍ତି ।

ରିପୋର୍ଟ ଅନୁସାରେ, ରବିବାର ଲୁଧିଆନାର ସିଏମସି ଛକରେ ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ । ମହିଳା ଜଣଙ୍କ ଜଣେ ନବଜାତକକୁ ଧରି ବୁଲୁଥିଲେ । ଶିଶୁଟି ଲଗାତାର କାନ୍ଦୁଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଏହାପରେ ସେମାନେ ମହିଳାଙ୍କୁ ଅଟକାଇ ପଚରାଉଚରା କରିଥିଲେ । ମହିଳାଜଣଙ୍କ ସବୁ ସତ ମାନି ନେଇଥିଲେ । ସେ ଶିଶୁଟିକୁ ୨ ଲକ୍ଷ ୧୦ ହଜାର ଟଙ୍କାରେ କିଣିଥିବା ସ୍ୱୀକାର କରିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଅଧିକାରୀ ଗୁରମେଲ ସିଂଙ୍କ କହିବା କଥା ହେଲା, ଫେବ୍ରୁଆରୀ ୧୪ରେ ବାବା ଥାନସିଂ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ସୁନିତା ନାମ୍ନୀ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସୁନିତାଙ୍କ ପୂର୍ବରୁ ଚାରୋଟି ଝିଅ ଅଛନ୍ତି । ବିବାହର ୮ ବର୍ଷ ପରେ ପଞ୍ଚମ କନ୍ୟା ସନ୍ତାନ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ତେଣୁ ମାଆ ସୁନିତା ତିନି ଦିନର ଶିଶୁକୁ ଅନ୍ୟ କାହାକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଏହି ଖବରଟି ପଢନ୍ତୁ... ଟି୨୦ ବିଶ୍ୱକପରେ ଯୁବରାଜଙ୍କ ବିସ୍ଫୋରକ ସେଞ୍ଚୁରୀ, ଭାଙ୍ଗିଦେଲେ ପାକିସ୍ତାନୀ ବ୍ୟାଟରଙ୍କ ରେକର୍ଡ

ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, ସୁନିତା ଜଣେ ନର୍ସଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ନର୍ସ ଅନ୍ୟ କିଛି ଦଲାଲଙ୍କୁ ଧରି ଶିଶୁକନ୍ୟାକୁ ବିକିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଦଲାଲମାନେ ମୋଗା ଗାଁର ମନଦୀପ କୌରଙ୍କୁ ଏନେଇ ଜଣାଇଥିଲେ । ମନଦୀପ ଶିଶୁକୁ ୨ ଲକ୍ଷ ୧୦ ହଜାର ଟଙ୍କାରେ କିଣିବାକୁ ରାଜି ହୋଇଥିଲେ ।

ଏହି ଘଟଣାରେ ଶିଶୁର ମାଆ ସୁନିତା, ନର୍ସ ପରଓ୍ୱିନ, ଡାକ୍ତର ମନମୀତ କୌର, ନର୍ସ ଆଶାଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ମାମଲାକୁ ଗୁରୁତର ଭାବେ ନିଆଯାଇଛି । ମାନବ ଚାଲାଣ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।