ଭୁବନେଶ୍ଵର: ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ପୁଣି ସାଙ୍ଘାତିକ ଖେଳ। ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥାଇ ଅଲି ଏକ୍ସପ୍ରେସ ନାମକ ୱେବସାଇଟ ମ୍ୟାଟ୍ ବିକ୍ରି କରୁଛି। ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି। ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପା ପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି। ମହାପ୍ରଭୁଙ୍କ ଚିତ୍ରରେ ପା ପୋଛ ତିଆରି କରି ପାଦ ରଖିବା ଘଟଣାରେ ଅଲ୍ଲି ଏକ୍ସପ୍ରେସ ଓ୍ବେବସାଇଟ ନାଁରେ ସିଂହଦ୍ଵାର ଥାନାରେ ପୁରୀ ବଡ଼ଦାଣ୍ଡ ସେବା ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜଗନ୍ନାଥ ପ୍ରେମୀଙ୍କୁ ଏହା କୁଠାରାଘାତ କରୁଛି। ତୁରନ୍ତ ଏହାକୁ ନିବାରଣ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
Also read: ଚଳନ୍ତା ବାଇକ୍ ଉପରେ ରିଲ୍ସ କରିବା ମହଙ୍ଗା ପଡ଼ିଲା, ଏବେ ଗଣିବେ ଫାଇନ୍
ଅଲ୍ଲୀ ଏକ୍ସପ୍ରେସ୍ ଇ-କମର୍ସ ପ୍ଲାଟଫର୍ମରେ ଏହି ପା ପୋଛର ମୂଲ୍ୟ ୯୪୮ ଟଙ୍କା ରହିଛି। କ୍ରେତା ମାନଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଲିପ ରେସିଟାନ୍ସ, ଆବସର୍ବ ମୋଏସଚର ଇତ୍ୟାଦି ବିଜ୍ଞାପନ ମାଧ୍ୟମରେ ଦର୍ଶାଯାଇଛି। ଏମିତି କି ମହାପ୍ରଭୁଙ୍କ ଚକା ଆଖିରୁ ରେଖାଚିତ୍ର କରି କୀଟକୁ କେମିତି ପ୍ରତିରୋଧ କରାଯାଉଅଛି ବା ଆବସୋର୍ବ କରାଯାଉଛି ତାର ଚିତ୍ର ଦର୍ଶାଯାଇଛି। ୫୦ରେ ୮୦ ସେଣ୍ଟିମିଟର ଓ ୪୦ ରେ ୬୦ ସେଣ୍ଟିମିଟର ଦୁଇ ପ୍ରକାର ମଧ୍ୟ ଦର୍ଶାଯାଇଛି। ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଓ୍ବେବସାଇଟ ନାଁରେ ସିଂହଦ୍ଵାର ଥାନାରେ ପୁରୀ ବଡ଼ଦାଣ୍ଡ ସେବା ସଂଘ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜଗନ୍ନାଥ ପ୍ରେମୀ ଏମିତି କାମକୁ ଘୋର ନିନ୍ଦା କରିଛନ୍ତି।