ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ, କହିଲେ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଠିକ୍ ଚାଲିଛି ଦଳ

Published By : Prameya-News7 Bureau | July 28, 2025 IST

ଭୁବନେଶ୍ୱର ୨୮/୦୭: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ବୟାନ । କହିଲେ ମନମୋହନ ସାମଲ ଆମର ହିରୋ । ତାଙ୍କ ପାଇଁ ଓଡିଶାର ବିଜେପି ସରକାରକୁ ଆସିଲା ଆଉ ଦେଶରେ ବି ସରକାର ହେଲା । ସିଏ ହିଁ ଜଣେ ଲୋକ ଯିଏ ମେଣ୍ଟକୁ ମନା କରି ଏକାକୀ ଲଢିବାକୁ କହିଥିଲେ। ତାଙ୍କ ନେତୃତ୍ୱ ରେ ଦଳ ଠିକ୍ ଚାଲିଛି।  

ମନ୍ତ୍ରୀ କହିଛନ୍ତି ସେ ରାଜ୍ୟ ସଭାପତି । ସେ ଯାହା ଚାହିଁବେ ତାହା କରିବେ । ମୁଁ କମ ତାଙ୍କୁ ପରାମର୍ଶ ଦେଇପାରିବି । ସେ ତ ଦଳର ବଡ଼ ନେତା । ସେ ଯାହା ନିଷ୍ପତ୍ତି ନେବେ ତାହା ଶିରୋଧାର୍ଯ୍ୟ । ବିଶ୍ୱାସ ଅଛି ସେ ଭାବି ଚିନ୍ତି ନିଷ୍ପତ୍ତି ନେବେ । ପ୍ରକୃତରେ କହିବାକୁ ଗଲେ ସେ ବହୁତ ବଡ ନେତା । ସେ ଆମର ହିରୋ । ତାଙ୍କ ପାଇଁ ଆଜି ରାଜ୍ୟ ସରକାର ଅଛି । ତାଙ୍କ ପାଇଁ କେନ୍ଦ୍ର ସରକାର ବି ଆସିଛି । ତାଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ କହିଛନ୍ତି ମନ୍ତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.